ଶ୍ରାବଣ ମାସରେ ଘରକୁ ଆଣନ୍ତୁ ଏହି ସବୁ ଜିନିଷ, ହେବ ଧନର ବର୍ଷା

ବନ୍ଧୁଗଣ ଶ୍ରାବଣ ମାସ ଆରମ୍ଭ ହୋଇ ସାରିଛି । ଆଉ ଏହି ମାସରେ ମହାଦେବଙ୍କର ଆରାଧନା କରିବାର ବିଶେଷ ମହତ୍ଵ ରହିଥାଏ । ହିନ୍ଦୁ ଧର୍ମ ଅନୁଯାୟୀ ଶ୍ରବଣ ମାସ ଟି ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଏହି ମାସରେ ଯେଉଁ ବ୍ୟକ୍ତି ଭୋଳାନାଥ ଙ୍କର ପୂଜା ଅର୍ଚ୍ଚନା କରିଥାଏ ତାଙ୍କର ବିଶେଷ କୃପା ପାଇଥାଏ । ଶ୍ରାବଣ ମାସ ଏହି ବର୍ଷ ବହୁତ ଖାସ ରହିବ । କାରଣ ଏଥର ଯୋଡା ଶ୍ରବଣ ପଡୁଛି । ଭୋଳାନାଥ ବେଲପତ୍ର ହିଁ ପ୍ରସନ୍ନ ହୋଇ ଯାଆନ୍ତି । ଆଜି ଆମେ ଆପଣଙ୍କୁ କହିବୁ ଶ୍ରାବଣ ମାସରେ ଘରକୁ କେଉଁ ଜିନିଷ ଆଣିଲେ ସୁଖ ସମୃଦ୍ଧି ଓ ଧନର ବୃଦ୍ଧି ହୋଇଥାଏ ।

୧- ତ୍ରିଶୂଳ : ଆପଣ ମାନେ ଜାଣିଥିବେ ତ୍ରିଶୂଳ ମହାଦେବଙ୍କ ହାତରେ ସର୍ବଦା ରହିଥାଏ । ଏହା ତିନି ଦେବଙ୍କ ପ୍ରତୀକ ଅଟେ । ଶ୍ରାବଣ ମାସରେ ରୂପାର ତ୍ରିଶୂଳ ଘରକୁ ଆଣିଲେ ସାରା ବର୍ଷ କଷ୍ଟରୁ ମୁକ୍ତି ମିଳିଥାଏ ।

୨- ରୁଦ୍ରାକ୍ଷ : ସୁଖ, ସୌଭାଗ୍ୟ ଓ ସମୃଦ୍ଧି ପାଇଁ ଓ ମନର ପବିତ୍ରତା ପାଇଁ ଶ୍ରାବଣ ମାସରେ ଘରକୁ ନିଶ୍ଚୟ ରୁଦ୍ରାକ୍ଷ ଆଣନ୍ତୁ । ଏହାକୁ ରୂପାରେ ବନାଇ ପିନ୍ଧିଲେ ଜୀବନରେ ସୁଖ ସମୃଦ୍ଧି ଆସିଥାଏ ।

୩- ଡମ୍ବରୁ : ଭଗବାନ ଶିବଙ୍କ ପବିତ୍ର ଅବଦ୍ୟ ଯନ୍ତ୍ର ହେଉଛି ଡମ୍ବରୁ । ଏହାର ପବିତ୍ର ଧ୍ୱନିରେ ଅଶୁଭ ଶକ୍ତି ଦୂରେଇ ଯାଏ । ଆରୋଗ୍ଯ ପାଇଁ ଏହାର ଧ୍ୱନି ବହୁତ ପବିତ୍ର ମାନାଯାଏ । ଶ୍ରାବଣ ମାସର ପ୍ରଥମ ଓ ଦ୍ଵିତୀୟ ଦିନରେ ଏହାକୁ ଘରକୁ ଆଣନ୍ତୁ । ଶ୍ରାବଣ ମାସର ଶେଷରେ ଏହାକୁ କୌଣସି ଛୋଟ ପିଲାଙ୍କୁ ଦେଇ ଦିଅନ୍ତୁ ।

୪- ରୂପାର ନନ୍ଦୀ : ମହାଦେବଙ୍କ ବାହନ ହେଉଛି ନନ୍ଦୀ । ଶ୍ରାବଣ ମାସରେ ରୂପାର ନନ୍ଦୀ ଘରକୁ ଆଣି ପୂଜା କରିଲେ ଆର୍ଥିକ ସଙ୍କଟ ରୁ ମୁକ୍ତି ମିଳିଥାଏ ।

୫- ଜଳପାତ୍ର : ଜଳ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଏହି ମାସରେ ଗଙ୍ଗାଜଳ ଆଣି ଘରେ ରଖିକି ପୂଜା କରିପାରିବେ । ନଚେତ ତମ୍ବା, ପିତଳ ପାତ୍ର ଆଣି ପାଣି ଭର୍ତ୍ତି କରି ମହାଦେବଙ୍କୁ ଅର୍ପଣ କରିବା ଉଚିତ ।

୬- ସର୍ପ : ଭୋଳାନାଥ ଙ୍କ ଗଳା ରେ ସବୁବେଳେ ସର୍ପରାଜ ରହିଥାନ୍ତି । ଏହି ମାସରେ ରୂପାର ନାଗ ନାଗୁଣୀ ର ଯୋଡି ଆଣି ପୂଜା କରନ୍ତୁ । ଶ୍ରବଣ ମାସ ସାରିବା ପରେ ଏହାକୁ ମନ୍ଦିରରେ ରଖନ୍ତୁ । ଏହା ପିତୃ ଦୋଷରୁ ମୁକ୍ତି ଦେଇଥାଏ ।

୭- ରୂପାରେ ତିଆରି ଚନ୍ଦ୍ର : ଭଗବାନଙ୍କ ଶିବଙ୍କ ମଥାରେ ଚନ୍ଦ୍ରମା ବିରାଜମାନ କରିଥାନ୍ତି । ଶ୍ରାବଣ ମାସରେ ରୂପାର ତିଆରି ଚନ୍ଦ୍ର, ମୁଦି ଆଣି ପୂଜା କରିଲେ ଚନ୍ଦ୍ର ଗ୍ରହ ଶାନ୍ତ ହୋଇଥାନ୍ତି ।

୮- ରୂପାର ବେଲପତ୍ର : ଭଗବାନ ଶିବଙ୍କର ପ୍ରିୟ ହୋଇଥାଏ ବେଲପତ୍ର । ରାବଣ ମାସରେ ରୂପାର ବେଲପତ୍ର ଘରକୁ ଆଣି ପୂଜା କରିଲେ ସବୁ ପାପର ନାସ ହୋଇଥାଏ ।

୯- ଶିବଲିଙ୍ଗ : ଶ୍ରାବଣ ମାସରେ ପାରଦ ବା ସ୍ପଷ୍ଟୀକର ଶିବଲିଙ୍ଗ ରଖିକି ପୂଜା କରିଲେ ସବୁ ଇଚ୍ଛା ପୂରଣ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *