ସ୍ତ୍ରୀ ର କେଉଁ କର୍ମ ପାଇଁ ବିଧବା ହୋଇଥାଏ ? Garuda Purana

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ହିନ୍ଦୁ ଧର୍ମ ଅନୁଯାୟୀ ଜଣେ ସ୍ତ୍ରୀ ବିଧବା ହେବା କୌଣସି ଅଭିଶାପ ଠାରୁ କମ ନୁହେଁ । ସମାଜ ରେ ପୀଡିତ ଏହିପରି ସ୍ତ୍ରୀ ଙ୍କ ମନରେ ପ୍ରଶ୍ନ ଆସିଥାଏ କି ଏହାର କାରଣ କଣ ହୋଇଥାଏ ? ଏମିତି କେଉଁ ଭୁଲ ପାଇଁ ସ୍ତ୍ରୀ ବିଧବା ହୋଇଥାଏ । ଗରୁଡ ପୁରାଣ ଅନୁଯାୟୀ ସ୍ତ୍ରୀ ବିଧବା ହେବାର କେତେକ କାରଣ ବିଷୟରେ ଉଲେଖ କରା ଯାଇଛି । କେଉଁ କର୍ମ କରିବା ଆଡବରା ସ୍ତ୍ରୀ ମାନେ ବିଧବା ହୋଇଥାନ୍ତି ତାହା ବିଷୟରେ ଆମେ ଆପଣଙ୍କୁ କହିଆକୁ ଯାଉଛୁ ।

1- ଯେଉଁ ପୁରୁଷ ନିଜ ସ୍ତ୍ରୀ କୁ ଛାଡି ଅନ୍ୟ ସ୍ତ୍ରୀ ପ୍ରତି ଆସକ୍ତ ହୁଏ କିମ୍ବା ପର ସ୍ତ୍ରୀ କୁ ଗ୍ରହଣ କରିଥାଏ ସେହି ପର ଜନ୍ମରେ ସ୍ତ୍ରୀ ଯୋନି ରେ ଜନ୍ମ ନେଇଥାଏ । ଆଉ ବିଧବା ହୋଇଥାଏ । ଏହିପରି ଯେଉଁ ସ୍ତ୍ରୀ ସ୍ଵାମିକୁ ଛାଡି ପର ପୁରୁଷ ସହ ସମ୍ପର୍କ ରଖିଥାଏ ସେ ମଧ୍ୟ ବିଧବା ହୋଇଥାଏ । ବିଧବା ହେବା ପୁରୁଷ ଓ ସ୍ତ୍ରୀ ଉଭୟଙ୍କର ପୂର୍ବ ଜନ୍ମରେ କରିଥିବା କର୍ମର ପରିଣାମ ହୋଇଥାଏ ।

2- ଯେଉଁ ସ୍ତ୍ରୀ ସ୍ବାମୀର ଲମ୍ବା ଆୟୁଷ ପାଇଁ ବ୍ରତ ରଖିକି ବ୍ରତର ବିଧି ବିଧାନକୁ ଠିକ ଭାବେ ପାଳନ କରି ନ ଥାଏ କିମ୍ବା ଏହି ସମୟରେ ଭୋଜନ କରି ନିଏ ଏହା ଦ୍ଵାରା ସ୍ବାମୀର ଆୟୁଷ କମ ହୁଏ । ଏଭଳି ସ୍ତ୍ରୀ ବିଧବା ହୋଇଥାନ୍ତି ।

3- ଯଦି କୌଣସି ସ୍ତ୍ରୀ ଆବଶ୍ୟକତା ଠାରୁ ଅଧିକ ମିଛ କୁହେ ବା କଥା କଥାରେ ଝଗଡା କରେ ବା ସ୍ଵାମୀ ର କୌଣସି କଥା ଶୁଣେ ନାହିଁ କିମ୍ବା କଥା କଥା ରେ ସ୍ବାମୀର ମିଛ ରାଣ ଖାଇଥାଏ । ଏଭଳି ସ୍ତ୍ରୀ ଙ୍କର ସ୍ବାମୀଙ୍କର ଆୟୁଷ କମ ହୋଇଥାଏ ।

4- ଯେଉଁ ସ୍ତ୍ରୀ ସ୍ଵାମୀ ସହ ଖରାପ ଶବ୍ଦର ବ୍ୟବହାର କରିଥାଏ ସ୍ବାମୀର ଆୟୁଷ କମ ହୋଇଥାଏ । ସ୍ଵାମିକୁ ଅପଶବ୍ଦ କହିବାକୁ ଶାସ୍ତ୍ର ଅନୁଯାୟୀ ନିଷେଧ କରା ଯାଇଛି । ଏପରି କର୍ମ କରୁଥିବା ସ୍ତ୍ରୀ ବିଧବା ହୋଇଥାନ୍ତି ।

5- ଯଦି କେହି ସ୍ତ୍ରୀ ସ୍ବାମୀର ଆୟୁଷ ପାଇଁ ବ୍ରତ ରଖିଥାଏ ଓ ସ୍ଵାମୀ ର ଅପମାନ କରିଥାଏ ସେହି ବ୍ରତର ଫଳ ମିଳି ନ ଥାଏ । ଏହି କର୍ମ ଅନୁଯାୟୀ ସ୍ତ୍ରୀ ବିଧବା ହୋଇଥାଏ । ଯଦି କୌଣସି ବ୍ଯକ୍ତିର ସ୍ତ୍ରୀ ମାଂସାହାରୀ ହୋଇଥାଏ ତେବେ ସ୍ଵାମୀ ର ସ୍ଵାସ୍ଥ୍ୟଗତ ସମସ୍ଯା ଦେଖାଯାଏ । ଏହି କର୍ମ ପାଇଁ ସ୍ତ୍ରୀ ବିଧବା ହୋଇଥାଏ ।

6- ଯଦି କୌଣସି ସ୍ତ୍ରୀ ସିନ୍ଦୁର ର ମହତ୍ଵ ବୁଝେ ନାହିଁ, ସ୍ଵାମୀ କୁ ସମ୍ମାନ କରେ ନାହିଁ ତେବେ କମ ବୟସରେ ବିଧବା ହୋଇଥାଏ । କୌଣସି ସ୍ତ୍ରୀ ପର ପୁରୁଷ ଙ୍କୁ କାମ ବାସନା ଦ୍ରୁଷ୍ଟି ରେ ଦେଖେ ବ ଖରାପ ସମ୍ପର୍କ ରଖେ ତେବେ ସେଭଳି ସ୍ତ୍ରୀ ବିଧବା ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *