ସ୍ତ୍ରୀର ଏହି 3ଟି ଅଭ୍ୟାସ ସ୍ଵାମୀଙ୍କୁ କରିଥାଏ କୋଟିପତି- Jyotisha Shastra

ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ତ ଜାଣନ୍ତି ଦୁନିଆରେ ନାରୀ ହେଉଛନ୍ତି ଶ୍ରେଷ୍ଠ । ନାରୀ ଏକ କୋମଳ ହୃଦୟର ହୋଇଥିଲେ ମଧ୍ୟ ବଡ ବଡ କଠିନ ପରିସ୍ଥିତିକୁ ସାମ୍ନା କରିବାର ସାହସ ରଖିଥାଏ । ସେହିଭଳି ନାରୀର କିଛି ଲକ୍ଷଣ ପାଇଁ ଘର ସ୍ଵର୍ଗ ପାଲଟି ଯାଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ନାରୀର ସେହିସବୁ ଅଭ୍ୟାସ ବିଷୟରେ ଯାହାକୁ ନାରୀମାନେ କରିବାଦ୍ବାରା ସ୍ଵାମୀମାନେ ନିଜ ଜୀବନରେ ଖୁବ ଧନ କମାଇ ହୋଇଥାନ୍ତି କୋଟିପତି । ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଅଭ୍ୟାସ ସମ୍ପର୍କରେ ।

ପ୍ରଥମ: ଯେଉଁ ସ୍ତ୍ରୀମାନେ ଧାର୍ମିକ ହେବା ସହ, ଜୀବନରେ ଆଗକୁ ବଢିବାର ଜୋସ ରଖିଥାନ୍ତି ସେମାନେ ଗୁଣବାନ ହୋଇଥାନ୍ତି । ଏହି ଗୁଣ ପାଇଁ ଘର ପରିବାରରେ ସବୁବେଳେ ହସ ଖୁସିର ଲହରୀ ଛୁଟୁଥାଏ । ସ୍ଵାମି ସହ ଘର  ଅନ୍ୟ ସଦସ୍ୟ ମାନଙ୍କୁ ମଧ୍ୟ ଖୁସିରେ ରଖିଥାନ୍ତି । ଏହିଭଳି ସ୍ତ୍ରୀଲୋକଙ୍କ ଉପରେ ମାତା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି ।

ମାତା ଲକ୍ଷ୍ମୀ ଏମାନଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କ ସ୍ଵାମୀଙ୍କ ବ୍ୟବସାୟ ବାଣିଜ୍ୟ ଉପରେ ନିଜର କୃପା ଦୃଷ୍ଟି ପକାଇଥାନ୍ତି । ଯାହା ଫଳରେ ସ୍ଵାମୀ ନିଜ ଜୀବନରେ ଖୁବ ଉନ୍ନତି କରିବାକୁ ଲାଗନ୍ତି । ଏଭଳି ସ୍ତ୍ରୀ ନିଜ ସ୍ଵାମୀଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି । ତେଣୁ ସବୁ ପୁରୁଷଙ୍କର ପ୍ରଥମ ହୋଇଥାନ୍ତି ଏହିଗୁଣ ଥିବା ସ୍ତ୍ରୀଲୋକମାନେ ।

ଦିତୀୟ; ଯେଉଁ ସ୍ତ୍ରୀଲୋକ ମାନେ ନିଜ ଇଛାକୁ ସୀମିତ ରଖିଥାନ୍ତି ସେମାନଙ୍କ ସ୍ଵାମୀ ସବୁବେଳେ ଖୁସିରେ ରହିଥାନ୍ତି । ଯେଉଁ ସ୍ତ୍ରୀ ସ୍ଵାମୀଙ୍କ ଖରାପ ଭଲ ପରିସ୍ଥିତିରେ ସର୍ବଦା ସାଥ ଦେଇଥାଏ ସେହି ଯୋଡି ସବୁବେଳେ ନିଜ ଜୀବନରେ ଖୁସି ପାଇଥାନ୍ତି । ସ୍ତ୍ରୀଙ୍କ ମନରେ କ୍ରୋଧ  ଭାବନା ନରହିଲେ ହିଁ ଆପଣଙ୍କ ଜୀବନରେ ଖୁସିର ଆଗମନ ହୋଇଥାଏ ।

ଯେଉଁ ସ୍ତ୍ରୀ ନିଜ ମନରେ କୌଣସି କଥାକୁ ନେଇ ରାଗ ରଖିନଥାଏ ବା କୌଣସି ଇଚ୍ଛା ଅଭିଳାଷ ରଖିନଥାଏ ସେମାନେ ନିଜ ସ୍ଵାମୀଙ୍କ ପାଇଁ ବରଦାନ ହୋଇଥାନ୍ତି । ତେଣୁ ସବୁ ସ୍ଵାମୀଙ୍କ ଇଛା ଏଭଳି ସ୍ତ୍ରୀ ପାଇବା ପାଇଁ ହୋଇଥାଏ । ତୃତୀୟ: ସ୍ତ୍ରୀଙ୍କ କଥା ଓ ବ୍ୟବହାର ଭଲ ହୋଇଥିଲେ ସବୁବେଳେ ଶାଶୁ ଘରେ ଭଲ ପରିବେଶ ରହିଥାଏ । ଏବଂ ସମସ୍ତେ ସୁଖ ଶାନ୍ତିରେ ଜୀବନ କଟାଇଥାନ୍ତି । କିନ୍ତୁ କିଛି ସ୍ତ୍ରୀଲୋକ ସବୁବେଳେ ନିଜ ମୁହଁରୁ କଟୁ କଥା କହିଥାନ୍ତି ।

ସବୁବେଳେ ଘରେ କଳି ଝଗଡା ମଧ୍ୟ ଲଗାଇଥାନ୍ତି । ଏପରି ସ୍ତ୍ରୀ ଥିବା ଘରେ ସବୁବେଳେ ଚିନ୍ତା ଓ ଦୁଃଖ ଲାଗିରହିଥାଏ । ତେଣୁ ସ୍ତ୍ରୀ ଲୋକମାନେ ସବୁବେଳେ ଭଲ କଥା ବା ମଧୁର ବାଣୀ କହିବ ଉଚିତ । ଏହି ଗୁଣ ଥିବା ସ୍ତ୍ରୀ ମାନେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *