ତାୱା ରେ ଏହି ସବୁ ଜିନିଷ କେବେ ବି ତିଆରି କରିବା ଉଚିତ ନୁହେଁ ? ତାୱା ଓ କଢେଇ କେମିତି ରଖିବା ଉଚିତ ? Vastu Tips

ବନ୍ଧୁଗଣ ଯେଉଁ ଘରେ ବାସ୍ତୁ ଶାସ୍ତ୍ର ର ନିୟମ ର ପାଳନ କରାଯାଇଥାଏ ସେହି ଘରେ ସୁଖ ସମୃଦ୍ଧି ରହିଥାଏ । ପ୍ରାଚୀନ ବାସ୍ତୁ ଶାସ୍ତ୍ର ର ରଚନା ବହୁତ ବିଦ୍ଵାନ ମୁନି ରୁଷି ମାନେ କରିଛନ୍ତି । ସମସ୍ତ ଗ୍ରହ, ଦିଶା କୁ ଧ୍ୟାନରେ ରଖିକି ସେମାନେ ବାସ୍ତୁ ଶାସ୍ତ୍ରର ନିୟମ ବନାଇଛନ୍ତି । ଯାହା ଆଧ୍ୟାତ୍ମିକ ଓ ବୈଜ୍ଞାନିକ ଦ୍ରୁଷ୍ଟିରୁ ଜରୁରୀ ଅଟେ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ନିର୍ମାଣ ଦିଗକୁ ଧ୍ୟାନରେ ରଖିକି କରାଯିବା ଉଚିତ ।

ଆଜି ଆମେ ଆପଣଙ୍କୁ କହିବୁ ରୋଷେଇ ଘରେ ବ୍ୟବହାର ହେଉଥିବା ତାୱା ରେ କେଉଁ ଜିନିଷ ବନାଇବା ଉଚିତ ନୁହେଁ ଯାହା ଦ୍ଵାରା ଦେବୀ ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ରୋଷେଇ ଘରେ ତାୱା ର ବ୍ୟବହାର ରୁଟି ଓ କଢେଇ ର ବ୍ୟବହାର ତରକାରୀ ବନାଇବା ପାଇଁ ବ୍ୟବହାର କରାଯାଇଥାଏ । ରୋଷେଇ ଘରେ ତାୱା ଓ କଢେଇ ର ବ୍ୟବହାର ବାସ୍ତୁ ଶାସ୍ତ୍ର ଅନୁଯାୟୀ କରିବା ଉଚିତ ।

ଏହା ଦ୍ଵାରା ରାହୁ ଦୋଷ ସଂପୂର୍ଣ୍ଣ ରୂପେ ସମାପ୍ତ ହୋଇଥାଏ ଓ ବ୍ୟକ୍ତି ଜୀବନରେ ଉନ୍ନତି କରିଥାଏ । ଧନରେ ବୃଦ୍ଧି ହେବା ସହ ବ୍ୟାପାରରେ ବୃଦ୍ଧି ହୋଇଥାଏ । ଗୃହକୁ ମା ଲକ୍ଷ୍ମୀ ଙ୍କ ଆଗମନ କରିଥାନ୍ତି । ବାସ୍ତୁ ଅନୁଯାୟୀ ଘରର ରୋଷେଇ ଘର ଅଗ୍ନି କୋଣରେ ହେବା ଉଚିତ । ରୋଷେଇ ଘର ପ୍ରାକୃତିକ ଆଲୋକରେ ଭରପୁର ହେବା ଉଚିତ ।

ଭଙ୍ଗା ବା ଅଦରକାରୀ ଜିନିଷ ରୋଷେଇ ଘରେ ରଖିବା ଅନୁଚିତ । ରୋଷେଇ ଘରେ ଅଳିଆ ଆବର୍ଜନା, ଜୋତା ଚପଲ ରଖିଆବ ଉଚିତ ନୁହେଁ । ରୋଷେଇ ଘରର ଇଶାନ କୋଣରେ ମା ଅର୍ଣ୍ଣପୂର୍ଣ୍ଣା ଙ୍କ ଫୋଟୋ ଲଗାଇବନା ଉଚିତ । ଅଧିକାଂଶ ଘରେ ଲୁହାର ତାୱା ବ୍ୟବହାର କରାଯାଇଥାଏ । ଲୁହାର ସମ୍ପର୍କ ରାହୁ ସହ ଜଡିତ ହୋଇଥାଏ ଯାହା ପାପ ଗ୍ରହ ହୋଇଥାଏ ।

ତାୱା କୁ ବାସ୍ତୁ ଶାସ୍ତ୍ର ନିୟମ ଅନୁଯାୟୀ ରଖିବା ଉଚିତ । ନଚେତ ରାହୁ ଗ୍ରହ ବିଗିଡିଗଲେ ଅନେକ ସମସ୍ଯା ହୋଇଥାଏ  । ବାସ୍ତୁ ଅନୁଯାୟୀ ତାୱା ସର୍ବଦା ବାହାର ଲୋକଙ୍କ ଦ୍ରୁଷ୍ଟି ରୁ ଦୂରେଇ ରଖିବା ଉଚିତ । ତାୱା ରେ ରୁଟି ବନାଇବା ପୂର୍ବରୁ ଗରମ ତାୱା ରେ ଲୁଣ ଛିଞ୍ଚିବା ଦ୍ଵାରା ଧନଧାନ୍ୟରେ ବୃଦ୍ଧି ହୋଇଥାଏ । ପ୍ରଥମ ରୁଟି ଗୋମାତାଙ୍କୁ ଦେବା ଦ୍ଵାରା ଶୁଭ ପ୍ରଭାବ ମିଳିଥାଏ ।

ତାୱା କୁ ଭୁଲରେ ବି ଓଲଟା ରଖିବା ଅନୁଚିତ । ଏହାଦ୍ବାରା ଅପ୍ରିୟ ଘଟଣା ଘଟିଥାଏ । ତେଣୁ ତାୱା ସିଧା ଓ ସଫା ସୁତୁରା ରଖିବା ଉଚିତ । ତାୱା ରେ କେବେ ବି ଖାଦ ରଖିକି ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ଖରାପ ପରିଣାମ ମିଳିଥାଏ । ଚୁଲା ର ଡାହାଣ ପରେ ତାୱା ରଖିବା ସହ କେବେ ଖାଲି ରଖିବା ଉଚିତ ନୁହେଁ । ରୁଟି ବନାଇବା ପରେ ତାୱା କୁ ତଳେ ରଖିବା ଉଚିତ ।

ନଚେତ ଟଙ୍କା ପଇସାର ଅଭାବ ହୋଇଥାଏ । ତାୱାରେ ମାଂସ ଆଦି ଖାଇବା ଉଚିତ ନୁହେଁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *