ଘରେ ଅଖଣ୍ଡ ଦୀପ ଜାଳିଲେ କେଉଁ ଲାଭ ପ୍ରାପ୍ତ ହୋଇଥାଏ? 10+ Anuchinta

ନମସ୍କାର ବନ୍ଧୁଗଣ, ଆମ ହିନ୍ଦୁଧର୍ମରେ ସମସ୍ତ ଜିନିଷର ପ୍ରାଧାନ୍ୟ ରଖିଛି ମାନ୍ୟତା ରହିଛି । ଭଗବାନଙ୍କ ପାଖରେ ଦୀପ ଜାଳିବାର ବିଧି ମଧ୍ୟ ରହିଛି । ତେବେ ଆପଣ ମାନେ ସମସ୍ତେ ଦୀପ ତ ଜାଳୁଛନ୍ତି ସମସ୍ତ ଭଗବାନଙ୍କ ପାଖରେ ହେଲେ କଣ ଜାଣନ୍ତି ଅଖଣ୍ଡ ଦୀପ ଜାଳିବା ଦ୍ଵାରା କଣ ସବୁ ଲାଭ ମିଳିଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଘରେ ଅଖଣ୍ଡ ଦୀପ ଜାଳିବା ଫଳରେ କଣ ସବୁ ଲାଭ ପ୍ରାପ୍ତ ହୋଇଥାଏ । ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।

ପ୍ରଥମ: ସମସ୍ତ ଧାର୍ମିକ କାର୍ଯ୍ୟ, ପୂଜା ପର୍ବ ଏବଂ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଦୀପ ପ୍ରଜ୍ଵଳନ କରିବା ଉଚିତ । କାରଣ ଦୀପର ଅଗ୍ନିକୁ ସାକ୍ଷୀ ରଖି କରାଯାଉଥିବା ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ । ଦିତୀୟ: ଦୀପ ଜଳିବା ସମୟରେ ଦୀପର ମୁହଁ ଉତ୍ତର ଦିଗରୁ ରଖିବାଦ୍ଵାରା ଉତ୍ତମ ସ୍ୱାସ୍ଥ୍ୟ ଏବଂ ପ୍ରସନ୍ନତା ଲାଭ ହୋଇଥାଏ ।

ସେହିପରି ପୂର୍ବ ଦିଗକୁ ରଖିବାଦ୍ବାରା ଆୟୁ ବୃଦ୍ଧି ହୋଇଥାଏ । ତୃତୀୟ: ପଶ୍ଚିମ କିମ୍ବା ଦକ୍ଷିଣ ଦିଗକୁ ମୁହଁ କରି କେବେବି ଦୀପ ଜାଳିବା ଉଚିତ ହୋଇନଥାଏ । ଏହା ଅଶୁଭ ଓ ଅମଙ୍ଗଳକାରୀ ହୋଇଥାଏ । ଚତୁର୍ଥ: ପ୍ରତ୍ୟକ ଦିନ ଠାକୁର ଘରେ ସୂର୍ଯ୍ୟ ଉଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଅଖଣ୍ଡ ଦୀପ ପ୍ରଜ୍ଵଳନ କରନ୍ତୁ । ଏହା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ । ଏବଂ ଘରକୁ କେବେ ମଧ୍ୟ ଦରିଦ୍ରତା ପ୍ରବେଶ କରିପାରେ ନାହିଁ ।

ପଞ୍ଚମ: ଶାସ୍ତ୍ର ଅନୁଯାୟୀ ସ୍ଵାସ୍ଥ୍ୟର ସୁରକ୍ଷା ପାଇଁ ଧ୍ୟାନ କରିବା ଉଚିତ । ଏହା ମଙ୍ଗଳକାରୀ ହୋଇଥାଏ । ତାହା ସହିତ ଶୌର୍ଯ୍ୟ ଶକ୍ତି ଏବଂ ଧୌର୍ଯ୍ୟ ଶକ୍ତି ପ୍ରାପ୍ତ ହୋଇଥାଏ । ଷଷ୍ଠ: ଦୈନିକ ଅଧଘଣ୍ଟା ପଦ୍ମା ଆସନରେ ବସି ଦାନ୍ତମୂଳକୁ ଜିଭଦ୍ଵାରା ଚାପି ରଖିଲେ ଯକ୍ଷ୍ମା ରୋଗରୁ ମୁକ୍ତି ମିଳିଥାଏ । ଏବଂ ଅନ୍ୟ ରୋଗମଧ୍ୟ ଦୂର ହୋଇଥାଏ ।

ସପ୍ତମ: ଧ୍ୟାନ ଅଭ୍ଯାସ କରିବାଦ୍ଵାରା ମନୁଷ୍ୟ ଜୀବନରେ ଦୁଃଖ ଉତ୍ତେଜନା ଦୂର ହୋଇଥାଏ । ଏହାସହିତ ଶୃଙ୍ଖଳା ଏବଂ ସଦାଚାର ବିକଶିତ ହୋଇଥାଏ । ଅଷ୍ଟମ: ପ୍ରସନ୍ନତା ପୂର୍ବକ ଏବଂ ନିଷ୍ଠାର ସହିତ ଏକାଦଶୀ ବ୍ରତ କରିବା ଉଚିତ । ଏହା କଲ୍ୟାଣକାରୀ ହୋଇଥାଏ । ଉତ୍ତମ ପତ୍ନୀ, ପୁତ୍ର ଏବଂ ଧନର ମଧ୍ୟ ପ୍ରାପ୍ତି ହୋଇଥାଏ ।

ନବମ: ରାତିରେ ଗରିଷ୍ଠ ଖାଦ୍ୟ କିମ୍ବା ଦହି ସେବନ କରିବା ଉଚିତ ନୁହେଁ । ସେହିପରି ଠିକ ସମୟରେ ଖାଦ୍ୟ ନଖାଇବା କିମ୍ବା ଅଖାଦ୍ୟ ଖାଇବା ଦ୍ଵାରା ଆୟୁଷ ହାନି ହୋଇଥାଏ । ଦଶମ: ଘରେ ସପ୍ତାହକୁ ଥରେ କର୍ପୁର ଜଳାଇ ଧୂଆଁ ଦିଅନ୍ତୁ । ଏହାଦ୍ବାରା ଘରୁ କଳି ଝଗଡା ଦୂର ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *