ଠାକୁର ଘରେ ରଖନ୍ତୁ ନାହିଁ ଏହି ତିନୋଟି ଜିନିଷ ନହଲେ କାଙ୍ଗାଳ ହୋଇଯିବେ !

ପ୍ରତେକ ମନୁଷ୍ୟ ନିଜ ଘରର ଶୁଭ ମନାସିବା ପାଇଁ ଅନେକ ପୂଜା ପାଠ କରିଥାଏ । ଧନର ଆଗମନ ପାଇଁ ମଧ୍ୟ ଅନେକ ପ୍ରକାରର ପୂଜା କରିଥାନ୍ତି । ଘରେ ସମସ୍ତ ମହିଳା ମାନେ ନିଜ ଘର ଠାକୁରଙ୍କୁ ପୂଜା କରିଥାନ୍ତି । ନିଜ ଘରର ସୁଖ ସମୃଦ୍ଧି ପାଇଁ ବହୁତ ନିଷ୍ଠାର ସହ ଭଗବାନଙ୍କୁ ପୂଜା କରିଥାନ୍ତି । ସମସ୍ତ ଦେବିଦେବତାଙ୍କର ସ୍ଵତନ୍ତ୍ର ବାର ରହିଥାଏ । ସେହି ବାରରେ ବହୁତ ନିଷ୍ଠାର ସହ ପୂଜା କରିବା ଦ୍ଵାରା ସବୁ ମନସ୍କାମନା ପୂର୍ଣ ହୋଇଥାଏ ।

ଠାକୁର ଘରେ କେବଳ ପୂଜା ଜିନିଷ ରଖିବା ଉଚିତ । ଅନ୍ୟ କୌଣସି ଜିନିଷ ରଖିବା ଉଚିତ ହୋଇନଥାଏ । ଠାକୁର ଘରେ କୌଣସି ଅଳିଆ ଜିନିଷ ବା ଅଦରକାରୀ ଜିନିଷ ରଖିବା ଉଚିତ ହୋଇନଥାଏ । ଏହା ଦ୍ଵାରା ଭଗବାନ ଅସନ୍ତୁଷ୍ଠ ହୋଇଥାନ୍ତି । ଠାକୁର ଘରକୁ ସର୍ବଦା ପରିଷ୍କାର ରଖିବା ଉଚିତ । ଏହା କରିବା ଦ୍ଵାରା ଭଗବାନ ଶାନ୍ତି ହେବ ସହିତ ଘରର ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଯଦି ଠାକୁର ଘରକୁ ଅପରିଷ୍କାର ରଖିବା ଦ୍ଵାରା ନକରାତ୍ମକ ଶକ୍ତିର ସଂଚାର ହୋଇଥାଏ ।

ଯାହା ଫଳରେ ପରିବାରରେ ସର୍ବଦା କଳହ ଲାଗିରହିଥାଏ ଓ ଦାଂପତ୍ଯ ଜୀବନରେ କେବେବି ସୁଖ ଶାନ୍ତି ରହିନଥାଏ । ଆଜି ଆସନ୍ତୁ ଜାଣିବା ଠାକୁର ଘରେ କଣ ରଖିବା ଦ୍ଵାରା ଅଶୁଭ ହୋଇଥାଏ । ଅନେକ ଲୋକ ଅଜାଣତରେ ଠାକୁର ଘରେ ଏହି ଜିନିଷ ରଖିଦେଇଥାନ୍ତି । ଭାରତର ପରମ୍ପରା ମାଟି ସହିତ ଯୋଡି ହୋଇ ରହିଥାଏ । ସେଥିଲାଗି ଠାକୁର ଘରେ ମାଟିର ଦୀପ ଅବଶ୍ୟ ରହିବା ଦରକାର । ଠାକୁର ଘରେ ସ୍ଵୋସ୍ତିକ ଅବଶ୍ୟ ରହିବା ଦରକାର ।

ଏହା ଦ୍ଵାରା ଘରେ ସର୍ବଦା ଶୁଭ ହୋଇଥାଏ । ଠାକୁର ଘରେ କେବେବି ଦୁଇଟି ଗଣେଶଙ୍କ ମୂର୍ତ୍ତି ରଖନ୍ତୁ ନାହିଁ । ଘରର ମୁଖ୍ୟ ଦ୍ଵାରରେ ଗଣେଶଙ୍କ ମୂର୍ତ୍ତି ଲଗାଇବା ଉଚିତ । ଠାକୁର ଘରେ କେବେବି ଭଙ୍ଗା ଚାଉଳ ବା ପୂଜା ସାରିଥିବା ଚାଉଳ ରଖନ୍ତୁ ନାହିଁ । ଯଦି ଚାଉଳ ରଖୁଆଛନ୍ତି କୌଣସି କାର୍ଯ୍ୟ ପାଇଁ ଚାଉଳ ସହ କିଛି ହଳଦୀ ମିଶାଇ ରଖନ୍ତୁ । ଠାକୁର ଘରେ ପୂର୍ବ ପୁରୁଷଙ୍କ ଫଟୋ ରଖନ୍ତୁ ନାହିଁ । ମୃତ୍ୟୁ ଲୋକଙ୍କର ଫଟୋ ଠାକୁର ଘରେ ରଖିବା ଦ୍ଵାରା ପୂଜା ଘରର ବାତାବରଣବି ନକରାତ୍ମକ ବନିଯାଇଥାଏ ।

କୌଣସି ସାଧୁସନ୍ତ ଙ୍କ ଫଟୋ ଠାକୁର ଘରେ ରଖିବା ଉଚିତ ହୋଇନଥାଏ । ଠାକୁର ଘରେ ଭୈରବ ,ଶନି ଦେବା ଓ କାଲି ଦେବୀଙ୍କ ମୂର୍ତ୍ତି ରଖନ୍ତୁ ନାହିଁ । ଏହା ସହ ମା ଲକ୍ଷ୍ମୀ ଠିଆ ହୋଇଥିବା ଫଟୋ ବା ମୂର୍ତ୍ତି ରଖିବା ହୋଇନଥାଏ । ଠାକୁର ଘରେ ଗଙ୍ଗା ଜଳ ନିଶ୍ଚିନ୍ତ ରଖିବା ଉଚିତ । ଠାକୁର ଘରେ କଳସ ରଖିବା ମଧ୍ୟ ବହୁତ ଶୁଭ ହୋଇଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *