ଠିଆ ହୋଇକି ପାଣି ପିଇଲେ ଶରୀରରେ କଣ କ୍ଷତି ହୋଇଥାଏ ଏବଂ ସକାଳୁ ଖାଲି ପେଟରେ ପାଣି ପିଇଲେ କଣ ଲାଭ ହୋଇଥାଏ ?

ବନ୍ଧୁଗଣ ଆମେ ସବୁ ଜାଣିଛୁ ପାଣି ଆମ ଶରୀରର ପାଇଁ କେତେ ଜରୁରୀ । ପାଣି ବିନା ଜୀବଜଗତର କଳ୍ପନା କରିବା ଅସମ୍ଭବ । ତେଣୁ ମଣିଷ ପାଇଁ ଏହାର ଉପୋଯୋଗ କହିଲେ ନ ସରେ । ମଣିଷ ବିନା ପାଣିରେ ଜୀବନ ବଞ୍ଚିବା ଅସମ୍ଭବ । ତେଣୁ ମଣିଷ ଆବଶ୍ୟକ ଅନୁଯାୟୀ ପାଣି ପିଇବା ଆବଶ୍ୟକ । ଆମ ଶରୀରରେ ୭୦% ପାଣି ରହିବା ଜରୁରୀ । ଆଜି ଆମେ ଜାଣିବା ଠିଆ ହୋଇକି ପାଣି ପିଇବା ଦ୍ଵାରା କଣ କ୍ଷତି ହୁଏ ଏବଂ ସକାଳୁ ବାସୀ ମୁହଁରେ ପାଣି ପିଇଲେ କେଉଁ ଲାଭ ମିଳିଥାଏ ।

ପାଣି ଆମ ଶରୀରର ବର୍ଜ୍ୟ ବସ୍ତୁ କୁ ବାହାର କରିବାରେ ସାହାର୍ଯ୍ୟ କରିଥାଏ । ଏହା ସହ ପାଣି ଆମ ଶରୀରରେ ରକ୍ତ ରେ ଆବର୍ଜନାକୁ ନିୟନ୍ତ୍ରଣ କରେ ।

୧- ସକାଳୁ ବାସୀ ମୁହଁରେ ପାଣି ପିଇଲେ ଶରୀରର ସବୁ ବର୍ଜ୍ୟ ବସ୍ତୁ ବାହାରିଥାଏ ।

୨- ସବୁଦିନ ଶୋଇବା ପୂର୍ବରୁ ପାଣି ପିଇବା ଆବଶ୍ୟକ କାରଣ ଏପରି କରିଲେ ଓଠ ନରମ ହୋଇଥାଏ ।

୩- ସନ୍ଧ୍ୟାରେ ଭୋଜନ କରିବା ପୂର୍ବରୁ ପାଣି ପିଇଲେ ଆମର ମୋଟାପଣ କମିଥାଏ ।

୪- ଭୋଜନ କରିବା ସମୟରେ କମ ପାଣି ପିଇବା ଆବଶ୍ୟକ । ଏପରି କରିଲେ ଗ୍ଯାସ ସମସ୍ଯା ହୁଏ ନାହିଁ ।

୫- ସକାଳୁ ଖାଲି ପେଟରେ ପାଣି ପିଇଲେ ସବୁ ରୋଗ ନାସ ହୋଇଥାଏ । ଭୋଜନ କରିବାର ୪୫ ମିନିଟ ପୂର୍ବରୁ ବା ପରେ ପାଣି ପିଇବା ଆବଶ୍ୟକ । ଏପରି କରିଲେ ୯୦% ରୋଗ ହୁଏ ନାହିଁ । ଅନେକ ଲୋକଙ୍କୁ ଠିଆ ହୋଇ ପାଣି ପିଇଥିବାର ଦେଖାଯାଏ । କିନ୍ତୁ ଠିଆ ହୋଇକି ପାଣି ପିଇବା ଦ୍ଵାରା ଶରୀରରେ କୁ-ପ୍ରଭାବ ପଡିଥାଏ । ଏବେ ଆସନ୍ତୁ ଜାଣିବା ଠିଆ ହୋଇକି ପାଣି ପିଇଲେ ଶରୀରରେ କେଉଁ କେଉଁ କ୍ଷତି ହୋଇଥାଏ ।

ଠିଆ ହୋଇ ପାଣି ପିଇବା ଦ୍ଵାରା ପାଚନ ତନ୍ତ୍ର ପାଇଁ କ୍ଷତିକାରକ ହୋଇଥାଏ । ଯେବେ ଠିଆ ହୋଇ ପାଣି ପିଇବା ସେତେବେଳେ ଏହା ବହୁତ ସହଜରେ ଇଣ୍ଟେନସାଇଟ କୁ ଯାଇ ପେଟର କାନ୍ଥରେ ପଡିଥାଏ । ଏହା ଦ୍ଵାରା ପେଟର ସାଇଡ କୁ ପାଣି ଯାଇଥାଏ । ଅଧିକ ସମୟ ଏମିତି ହେଲେ ପାଚନ ତନ୍ତ୍ର ନଷ୍ଟ ହୋଇଥାଏ । ଠିଆ ହୋଇକି ପାଣି ପିଇବା ଦ୍ଵାରା କିଡନୀ ରୋଗ ହୋଇଥାଏ ।

କାରଣ ଠିଆ ହୋଇ ପାଣି ପିଇବା ଦ୍ଵାରା ପାଣି ଠିକ ଭାବେ ଛାଣି ନ ହୋଇ ରହିଯାଏ । ଏମିତି ହେବା ଦ୍ଵାରା ମୂତ୍ରାଶୟ ଓ ରକ୍ତ ରେ ପାଣି ଜମି ଯାଏ । ଏହା ହେବା ଦ୍ଵାରା ୟୁରିନ ଇନ୍ଫକେସନ ହୋଇଥାଏ ଓ ରକ୍ତ ଦୂଷିତ ହୋଇଥାଏ । ଠିଆ ହୋଇ ପାଣି ପିଇବା ଦ୍ଵାରା ଅପଚାର ଭଳି ସମସ୍ଯା ହୁଏ । ଏହା ସହ ଛାତି ରେ ଜ୍ଵଳନ ହୋଇଥାଏ । ଠିଆ ହୋଇ ପାଣି ପିଇବା ଦ୍ଵାରା ଆହୁରି ଅନେକ ରୋଗର ସାମ୍ନା ହେବାକୁ ପଡିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *