2 ମିନିଟ ବାହାର କରି ଶନିବାର କରନ୍ତୁ ଏହି ଉପାୟ କୋଟିପତି, ଏହି ଭୁଲ କରନ୍ତୁ ନାହିଁ…

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସପ୍ତାହର ୭ ଦିନ ଅଲଗା ଅଲଗା ଦେବୀ ଦେବତାଙ୍କୁ ସମର୍ପିତ ଅଟେ । ଏହି କ୍ରମରେ ଶନିବାର ଦିନ ଭଗବାନ ଶନିଙ୍କୁ ସମର୍ପିତ ଅଟେ । ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଏ । ଶନିଦେବ ଲୋକଙ୍କ କର୍ମ ଅନୁସାରେ ଫଳ ଦେଇଥାନ୍ତି । ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ ଖରାପ ନଜର ପଡିଯାଏ ତେବେ ତାଙ୍କୁ ନାନା ପ୍ରକାରର ସମସ୍ୟାର ସମାନ କରିବାକୁ ପଡିଥାଏ ।

ଶନିଙ୍କ ପୀଡାରୁ ମୁକ୍ତି ମିଳିଯାଏ ତେବେ ଅସମ୍ଭବ କାମ ବି ସମ୍ଭବ ହୋଇପାରେ । ଆଜି ଆମେ ଜାଣିବା ଶନିବାର ଦିନ କେଉଁ କମ କରିବା ଉଚିତ ଓ ଅନୁଚିତ ହୋଇଥାଏ । ୧- ଶନିବାର ଦିନ ଓସ୍ତ ଗଛ ର ପୂଜା କରିବା ସହ ଜଳ ଅର୍ପଣ କରିଲେ ଶନିଦେବଙ୍କ କୃପା ପ୍ରାପ୍ତ ହୋଇଥାଏ । ଭୁଲରେ ବି ରବିବାର ଦିନ ଓସ୍ତ ଗଛର ପୂଜା କରିବା ଅନୁଚିତ ।

୨- ଶନିବାର ଦିନ କଳା କୁକୁର ର ସେବା କରିବା ଦ୍ଵାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଏହି ଦିନ ସୋରିଷ ତେଲରେ ତିଆରି ରୁଟି କଳା କୁକୁରକୁ ଖାଇବାକୁ ଦେଲେ ଭୟଙ୍କର ଶନି ପୀଡା ଓ ଦୋଷ ଦୂର ହୋଇଥାଏ ।

୩- ଶନିବାର ଦିନ ରାତିରେ ଘରେ ଝୁଣା ଧୂଆଁ ଦେବା ଶୁଭ ହୋଇଥାଏ । ଏହାଦ୍ବାରା ଘରେ ଥିବା ନେଗେଟିଭ ଶକ୍ତି ଦୂର ହୋଇଥାଏ । ବାସ୍ତୁ ଦୋଷ ମଧ୍ୟ ଦୂର ହୁଏ ।

୪- ଶନିବାର ଦିନ ଭଗବାନ ଶିବ ବା ଶନିଙ୍କ ମନ୍ଦିରକୁ ଯାଇ ସୋରିଷ ତେଲର ଦୀପ ଜଳାଇବା ଉଚିତ । ଏହାଦ୍ବାରା ସବୁ ମନସ୍କାମନା ପୂରଣ ହୋଇଥାଏ । ଯଦି କୁଣ୍ଡଳୀରେ ଶନି ସାଢେଷାତି ଲାଗିଥାଏ ତାହା ଦୂର ହୋଇଥାଏ ।

୫- ଶନିବାର ଦିନ ହନୁମାନ ମନ୍ଦିରକୁ ଯାଇ ଗୋଟେ ନଡିଆ ଅର୍ପଣ କରିଲେ ତତ୍କାଳ ଶନିଙ୍କ ପୀଡାରୁ ମୁକ୍ତି ମିଳିଥାଏ । ଶନିବାର ଦିନ ଏମିତି କିଛି କରଜ କରିବା ଅନୁଚିତ ଯାହା ଆମ ଜୀବନରେ ସମସ୍ଯା ଆଣିଥାଏ ।

୧- ଶନିବାର ଦିନ ମଦ୍ୟପାନ କରିବା ଅନୁଚିତ । ଝିଅ ମାନେ ଶନିବାର ଦିନ ଶ୍ଵଶୁର ଘରକୁ ଯିବା ଅନୁଚିତ ହୋଇଥାଏ ।

୨- ଶନିବାର ଦିନ ତେଲ, କାଠ, କୋଇଲା, ଲୁହା, ଲୁଣ ଆଦି ବସ୍ତୁ ଗୁଡିକୁ କ୍ରୟ ବିକ୍ରୟ କରିବା ଅନୁଚିତ । ଶନିବାର ଦିନ ନଖ ବା କେଶ କାଟିବା ଅନୁଚିତ ।

୩- ଶନିବାର ଦିନ ଝାଡୁ କିଣିବା ଅନୁଚିତ । ଏହା ସହ କ୍ଷୀର ଓ ଦହିର ସେବନ କରିବା ବର୍ଜିତ ଅଟେ । ଏହି ଦିନ ବାଇଗଣ, ଆମ୍ବ ଆଚାର, ନାଲି ଲଙ୍କା ଖାଇବା ଅନୁଚିତ ।

ଏବେ ଆସନ୍ତୁ କିଛି ଉପାୟ ଜାଣିବା ଯାହା ଶନିବାରରେ କରିଲେ ଜୀବନରେ ଉନ୍ନତି ଆସିଥାଏ । ଶନିବାର ଦିନ ପୁରୁଣା ଚପଲ ବା ଜୋତା ମନ୍ଦିରରେ ରଖି ଆସିଲେ ଓ କୌଣସି ବ୍ୟକ୍ତି ଏହାକୁ ପିନ୍ଧିଲେ ଆପଣଙ୍କ ଜୀବନରେ ଯାହା କଷ୍ଟ ଥିବା ତାହା ଦୂର ହେବ । ଶନିବାର ଦିନ ଯେଉଁଠି ଚାରି ଛକ ଥିବ ସେଠାରେ ପୁରୁଣା ଚପଲ ରଖିଲେ ଶନି ସାଢେଷାତି ଦୂର ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *