ଏହି 3ଟି ନାରୀ ତୁଳସୀ ଗଛରେ ଭୁଲରେ ବି ଚଢାନ୍ତୁ ନାହିଁ ଜଳ, ରାଗି ଥାନ୍ତି ମା’ ଲକ୍ଷ୍ମୀ… ଲାଗିଥାଏ ମହାପାପ

ପ୍ରତେକ ହିନ୍ଦୁ ଘରେ ତୁଳସୀ ଗଛ ରହିଥାଏ । ପ୍ରାଚୀନ ଗ୍ରନ୍ଥରେ ତୁଳସୀ ଗଛର ମହତ୍ଵ ବିଷୟରେ କୁହାଯାଇଛି । ଏହା ପୃଥିବୀରେ ସ୍ଥିତି ସବୁ ବନସ୍ପତି ମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ । ତୁଳସୀ ଗଛ ଅନେକ ପ୍ରକାରର ରୋଗକୁ ନାସ କରାଇବା ସହ ସାକାରାତ୍ମକ ଊର୍ଜାର ସଂଚାର କରିଥାଏ । ତୁଳସୀ ଗଛ ଘରେ ଥିଲେ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଘରେ ରୋଗ ଦୂର ହୋଇଥାଏ । ତେଣୁ ପ୍ରାଚୀନ କାଳରେ ମୁନି ରୁଷୀ ମାନେ ତୁଳସୀ ଗଛର ପୂଜା କରିବାର ବିଧି କହିଛନ୍ତି । ତୁଳସୀ ଗଛ ଲଗାଇବା ପାଇଁ କାର୍ତ୍ତିକ ମାସ ବହୁତ ଶୁଭ ହୋଇଥାଏ ।

କାର୍ତ୍ତିକ ମାସରେ ତୁଳସୀ ଗଛ ପୂଜା କରିଲେ ସବୁ ଇଚ୍ଛା ପୂରଣ ହୋଇଥାଏ । ଘରର ଅଗଣାର ମଝି ଭାଗରେ ତୁଳସୀ ଗଛ ଲଗାଇବା ଉଚିତ । ଶୋଇବା ଘରର ବାଲକୁନିରେ ତୁଳସୀ ଗଛ ଲଗାଇ ପାରିବେ । ସକାଳୁ ତୁଳସୀ ଗଛରେ ପଣି ଦେଇ ପରିକ୍ରମା କରିବା ସହ ସନ୍ଧ୍ୟାରେ ଦୀପ ଜଳାଇ ପୂଜା କରିବା ଉଚିତ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧି ରହିଥାଏ ।

ଧାର୍ମିକ ଅନୁଯାୟୀ ତୁଳସୀ ଗଛକୁ ନେଇ ବିଶେଷ ନିୟମ କୁହାଯାଇଛି । ତୁଳସୀ ପତ୍ର ସକାଳେ ସମୟରେ ଛିଡାଇବା ସହ ରବିବାର ଦିନ ଦୀପ ଜଳାଇବା ଅନୁଚିତ । ଭଗବାନ ଗଣେଶ ବା ମା ଦୂର୍ଗାଙ୍କୁ କେବେ ବି ତୁଳସୀ ପତ୍ର ଅର୍ପଣ କରିବା ଅନୁଚିତ । ଚନ୍ଦ୍ରଗ୍ରହଣ ସମୟରେ ଅର୍ଣ୍ଣରେ ତୁଳସୀ ପାତ୍ର ରଖିଲେ ଗ୍ରହଣର ପ୍ରଭାବ ପଡେ ନାହି । ଆସନ୍ତୁ ଜାଣିବା କେଉଁ ମାନେ ତୁଳସୀ ଗଛ ଲଗାଇବେ ନାହି ଓ କେଉଁ ମହିଳା ତୁଳସୀ ପୂଜା କରିପାରିବେ ନାହି ।

୧- ଭଗବାନ କୃଷ୍ଣଙ୍କୁ ତୁଳସୀ ପତ୍ର ସର୍ବଧିକ ପ୍ରିୟ ଅଟେ । ଭଗବାନ କୃଷ୍ଣଙ୍କୁ କୌଣସି ଭୋଗ ବିନା ତୁଳସୀରେ ଲଗାଯାଏ ନାହି । ଯେଉଁ ପରିବାରର ଲୋକ ଭଗବାନ କୃଷ୍ଣଙ୍କୁ ମାନିଥାନ୍ତି ସେହି ଘରେ ତୁଳସୀ ଗଛ ରହିବା ଉଚିତ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ ।

୨- ଭଗବାନ ବିଶୁଣୁଙ୍କର ପ୍ରିୟ ହୋଇଥାଏ ତୁଳସୀ । ଯେଉଁପରି ଭାବେ ଭଗବାନ ବିଷ୍ଣୁ ତାମସିକ ଭୋଜନ ଗ୍ରହଣ କରୁଥିବା ଲୋକଙ୍କୁ ପସନ୍ଦ କରନ୍ତି ନାହି ସେହି ପ୍ରକାରରେ ତାମସିକ ଭୋଜନ କରୁଥିଲା ଲୋକେ ଘରେ ତୁଳସୀ ଗଛ ଲଗାଇବା ଅନୁଚିତ ।

୩- ଦକ୍ଷିଣ ଦିଗରେ ତୁଳସୀ ଗଛ ରଖିଲେ ଅଶୁଭ ଫଳ ଦେଇଥାଏ । ତୁଳସୀ ଗଛକୁ ଉତ୍ତର ଦିଗରେ ଲଗାଇବା ଉଚିତ । ଯେଉଁ ନାରୀ ଦୁଷ୍ଟ ବା କପଟୀ ହୋଇଥିବ ସେ ତୁଳସୀ ଗଛ ଲଗାଇବା ଉଚିତ ନୁହେଁ । ଏଭଳି ନାରୀକୁ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ ତୁଳସୀ ପୂଜା କରିବା ଦ୍ଵାରା ।

୪- ମାସିକ ଧର୍ମ ସମୟରେ କୌଣସି ନାରୀ ତୁଳସୀ ଗଛ ପୂଜା କରିବା ଅନୁଚିତ । ପତୀବ୍ରତା ନାରୀ ତୁଳସୀ ପୂଜା କରିବା ଉଚିତ । ଯେଉଁ ନାରୀ ଅନେକ ପୁରୁଷଙ୍କ ସହ ସମ୍ପର୍କ ରଖିଥାଏ ସେ ତୁଳସୀ ପୂଜା କରିଲେ ଖରାପ ଫଳ ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *