ଏହି 3ଟି ସ୍ଵପ୍ନ କାହାରିକୁ ପ୍ରକାଶ କରନ୍ତୁ ନାହିଁ…. ନଚେତ ପରେ ପସ୍ତେଇବେ (Swapna Shastra)

ନମସ୍କାର ବନ୍ଧୁଗଣ, ଆମେ ଶୋଇଥିବା ସମୟରେ ଦେଖୁଥିବା ସ୍ଵପ୍ନ ସ୍ଵପ୍ନରେ ହିଁ ରାହିଯାଏ ଏହା ଲୋକମାନେ କହିଥାନ୍ତି କିନ୍ତୁ ଆମେ ଦେଖୁଥିବା ସମସ୍ତ ସ୍ଵପ୍ନର ସମ୍ବନ୍ଧ ଆମ ଜୀବନ ସହ ଜଡିତ ଥାଏ ଏହି କଥା ମଧ୍ୟ ସତ୍ୟ । ତେବେ କିଛି ସ୍ଵପ୍ନ ଏମିତି ମଧ୍ୟ ରହିଛି ଯାହାକୁ ଦେଖିବା ପରେ ଅନ୍ୟ ଆଗରେ ପ୍ରକାଶ କରିବା ଅନୁଚିତ ଏହାଦ୍ଵାରା ସ୍ଵପ୍ନ ପୁରା ହୁଏ ନାହି ଏବଂ ସ୍ଵପ୍ନର ପ୍ରଭାବ କମିଯାଏ। ତେଣୁ ଆସନ୍ତୁ ଜାଣିବେ କେଉଁ ସ୍ଵପ୍ନ ଆପଣଙ୍କୁ ଅନ୍ୟ ଆଗରେ ପ୍ରକାଶ କରିବା ଅନୁଚିତ ଅଟେ ।

ପ୍ରଥମ: ଆପଣ ଯଦି ସ୍ଵପ୍ନରେ ନିଜର ଏକ ମୂର୍ତ୍ତି ତିଆରି ହୋଇଥିବାର ଦେଖନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଏହାର ଅର୍ଥ ହୋଇଥାଏ କି ଆପଣଙ୍କର କୌଣସି ଏକ ଅସୁବିଧାର ସମୟ ଦୂର ହେବାକୁ ଯାଉଛି । ଏବଂ ଆପଣଙ୍କ ଜୀବନ ସୌଭାଗ୍ୟଶାଳୀ ହେବାକୁ ଯାଉଛି । ଆପଣ ସମାଜ ଆଗରେ ଜଣେ ପ୍ରତିଷ୍ଟିତ ବ୍ୟକ୍ତି ଭାବରେ ବିବେଚିତ ହେବାକୁ ଯାଉଛନ୍ତି । ଯଦି ଆପଣ ଏହି ସ୍ଵପ୍ନ ବିଷୟରେ ଅନ୍ୟ ଆଗରେ ପ୍ରକାଶ କରନ୍ତି ତେବେ ଏହି ସ୍ଵପ୍ନର ପ୍ରଭାବ ନଷ୍ଟ ହୋଇଥାଏ ।

ଦିତୀୟ: ଯଦି ଆପଣ ନିଜକୁ କୌଣସି ଏକ ଜଙ୍ଗଲରେ ବୁଲୁଥିବାର ଦେଖନ୍ତି ବା କୌଣସି ଏକ ନଦୀ ପାଖରେ ବସିଥିବାର ଦେଖନ୍ତି ତେବେ ଏହି ସ୍ଵପ୍ନ ସମ୍ପର୍କରେ କାହାକୁ ମଧ୍ୟ ଜଣାନ୍ତୁ ନାହିଁ । କାରଣ ଏହି ସ୍ଵପ୍ନର ଅର୍ଥ ହୋଇଥାଏ କି ଆପଣଙ୍କ ଜୀବନରେ ଅନେକ ଖୁସି ଆସିବାକୁ ଯାଉଛି । ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ ଭାବରେ ବଦଳାଇ ଦେବ ।

ଆପଣଙ୍କ ଜୀବନର ସମସ୍ତ ସମସ୍ୟାର ଅନ୍ତ ଘଟିବ ଏବଂ ଦୁଃଖ ସବୁ ଖୁସିରେ ପରିବର୍ତ୍ତନ ହେବାକୁ ଲାଗିବ । ଯଦି ଆପଣ ଏହା ସମ୍ପର୍କରେ ଅନ୍ୟ ମାନଙ୍କୁ ଜଣାଇବେ ତେବେ ସେମାନଙ୍କ ନଜର ଆପଣଙ୍କ ଖୁସି ଉପରେ ଲାଗିଯାଇଥାଏ । ଯାହା ଫଳରେ ଆପଣଙ୍କ ଜୀବନରେ ଖୁସି ଆସିବା ପୂର୍ବରୁ ହିଁ ନଷ୍ଟ ହୋଇଯାଇଥାଏ ।

ତୃତୀୟ: କିଛି ଲୋକ ସ୍ଵପ୍ନରେ ସାପ ଦେଖି ବହୁତ ଭୟଭୀତ ହୋଇଯାନ୍ତି । ଏହାକୁ ସେମାନେ ଅଶୁଭ ଭାବିବାକୁ ଲାଗନ୍ତି ଏବଂ ଏହି କାରଣ ହେତୁ ଅନ୍ୟ ଆଗରେ ଏହି କଥାକୁ ପ୍ରକାଶ କରିଦେଇଥାନ୍ତି । କିନ୍ତୁ ଆପଣ ଜାଣି ରଖନ୍ତୁ କି ସାପ ସ୍ଵପ୍ନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ।

କାରଣ ଏହାର ଅର୍ଥ ହୋଇଥାଏ କି ବହୁତ ଶୀଘ୍ର ଆପଣଙ୍କ ଜୀବନରେ ମାନ ସମ୍ମାନ ଏବଂ ଖ୍ୟାତି ଆସିବାକୁ ଯାଉଛି । ତେଣୁ ଧ୍ୟାନ ରଖନ୍ତୁ ଆପଣ ଦେଖୁଥିବା ଏହି ୩ଟି ସ୍ଵପ୍ନ ସମ୍ପର୍କରେ କାହା ଆଗରେ ମଧ୍ୟ ଭୁଲରେ ପ୍ରକାଶ କରନ୍ତୁ ନାହିଁ । ନଚେତ ସୁଖକୁ ଆପଣ ହାତଛଡା କରିଦେବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *