ମୃତ୍ୟୁ ପରେ 47 ଦିନ ପର୍ଯ୍ୟନ୍ତ ଆତ୍ମା ସହ କଣ ହୋଇଥାଏ- Garuda Purana

ନାମସ୍କାର ବନ୍ଧୁଗଣ, ମଣିଷ ଜୀବନ ବାୟୁ ସମାନ । ଶରୀରରୁ ବାୟୁ ରୂପୀ ଆତ୍ମା ଯେତେବେଳେ ବାହାରିଯାଇଥାଏ ସେତେବେଳେ ମଣିଷକୁ ମୃତ ଘୋଷିତ କରାଯାଏ । କଣ ଆପଣ କେବେ ଭାବିଛନ୍ତି ଶରୀରରୁ ଆତ୍ମା ବାହାରିଯିବା ପରେ ଆତ୍ମା ସହ କଣ ସବୁ ଘଟିଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆତ୍ମା ଦେହ ତ୍ୟାଗ କରିବା ପରେ ୪୭ ଦିନ ପର୍ଯ୍ୟନ୍ତ ସେହି ଆତ୍ମା ସହ କଣ ସବୁ ଘଟିଥାଏ ।

ଯେତେବଳେ ଗୋଟିଏ ମଣିଷର ମୃତ୍ୟୁ ସମୟ ପାଖେଇ ଆସିଥାଏ ସେତେବଳେ ସେହି ମଣିଷର କଥା କହିବା ଶକ୍ତି କମିଯାଇଥାଏ । ଅନ୍ତିମ ସମୟ ଆସିବା ସମୟରେ ସେହି ମଣିଷକୁ ଦିବ୍ୟ ଦୃଷ୍ଟି ମିଳିଥାଏ । ଏହି ସମୟରେ ସେ ସାରା ସଂସାରକୁ ସମାନ ନଜରରେ ଦେଖିଥାଏ । ଏବଂ ଶରୀରର ୫ ଇନ୍ଦ୍ରିୟ ଶୀତଳ ପଡିଯାଏ । ମୃତ୍ୟୁ ପରେ ଯମଲୋକରୁ ଦୁଇ ଭୟଙ୍କର ଦେଖା ଯାଉଥିବା ଯମଦୂତ ଆସନ୍ତି ।

ଯମଦୂତଙ୍କୁ ଦେଖି ସେହି ଆତ୍ମା ଡରିବାକୁ ଲାଗିଥାଏ । ଏହି ଡରରେ ଆତ୍ମା ଶରୀରରୁ ବାହାରି ଆସିଥାଏ । ଏହାପରେ ସଙ୍ଗେ ସଙ୍ଗେ ଯମଦୂତମାନେ ସେହି ଆତ୍ମାର ବେକରେ ଫାଶ ପକାଇ ଯମଲୋକକୁ ନେଇଯାନ୍ତି । ଯଦି ମୃତ ଆତ୍ମା ପବିତ୍ର ହୋଇଥାଏ ତେବେ ତାକୁ ନେବା ପାଇଁ ପରମାତ୍ମା ନିଜ ବାହନ ନେଇ ଆସିଥାନ୍ତି ।

ଯଦି ଆତ୍ମା ପାପୀ ହୋଇଥାଏ ତେବେ ତାକୁ ଗରମ ବାୟୁ ଏବଂ ଅନ୍ଧାର ରାସ୍ତା ଦେଇ ଯିବାକୁ ପଡିଥାଏ । ବହୁତ ନିର୍ଯାତନା ଦିଆଯାଇ ଯମଲୋକକୁ ନିଆ ଯାଇଥାଏ । ଏହାପରେ ଯମରାଜଙ୍କ ଆଦେଶ ଅନୁଯାୟୀ ନିଜର ଶୁଦ୍ଧିକ୍ରିୟା ନିମନ୍ତେ ୧୩ଦିନ ପାଇଁ ମର୍ତ୍ତ୍ୟ ଲୋକକୁ ନିଜ ପରିଜନଙ୍କ ଗହଣକୁ ଛାଡିଦେଇଥାନ୍ତି । ଘରକୁ ଆସିବା ପରେ ଆତ୍ମା ପୁଣି ଥରେ ନିଜ ଶରୀରରେ ପ୍ରବେଶ କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥାଏ ।

ଯେତେଦିନ ପର୍ଯ୍ୟନ୍ତ ଆତ୍ମାର ପୁତ୍ର ପିଣ୍ଡଦାନ କାର୍ଯ୍ୟ ନ କରିଥାନ୍ତି ସେତେଦିନ ପର୍ଯ୍ଯନ୍ତ ଆତ୍ମା ଭୋକିଲା ଶୋଷିଲା ହୋଇ ଘୁରି ବୁଲୁଥାଏ । ଦଶ ଦିନ ଦିଆଯାଉଥିବା ପିଣ୍ଡ ଦାନରୁ ଆତ୍ମାକୁ ଚାଲିବା ପାଇଁ ଶକ୍ତି ମିଳିଥାଏ । ତେର ଦିନ ହେବାପରେ ଯମଦୂତ ମାନେ ପୁଣି ଆତ୍ମା ନିଜ ସହ ଯମଲୋକ ନେଇଯାଇଥାନ୍ତି । ଯମଲୋକକୁ ଯାତ୍ରା କରିବା ସମୟରେ ଆତ୍ମାକୁ ବାଇତରଣି ନଦୀକୁ ପାର କରିବା ପାଇଁ ପଡିଥାଏ ।

କୁହାଯାଏ ଯଦି ମୃତ ବ୍ୟକ୍ତି ବଞ୍ଚିଥିବା ସମୟରେ ଗୋଦାନ କରିଥାଏ ତେବେ ସେହି ଗାଈର ଲାଞ୍ଜ ଧରି ନଦୀ ପାର ହୋଇଥାଏ । ନଚେତ ଏହି ନଦୀକୁ ପାର କରିବା ପାଇଁ ପାପୀ ଆତ୍ମାକୁ ବହୁତ କଷ୍ଟ କରିବାକୁ ପଡିଥାଏ । ଏହି ନଦୀକୁ ପାର କରିବା ପାଇଁ ୩୪ ଦିନ ସମୟ ଲାଗିଥାଏ ।ଯମଲୋକରେ ଆତ୍ମା ପହଞ୍ଚିବା ପରେ କରିଥିବା ପାପ ଅନୁଯାୟୀ ଯମ ମହାରାଜ ଆତ୍ମାକୁ ନର୍କ କିମ୍ବା ସ୍ଵର୍ଗ କୁ ଯିବା ପାଇଁ ଆଦେଶ ଦେଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *