80% ପୁରୁଷଙ୍କୁ ମୃତ୍ୟୁ ପରେ ନର୍କ କାହିଁକି ମିଳିଥାଏ ? Garuda Purana

ବନ୍ଧୁଗଣ ଯେପରିକି ଦିନ ପରେ ରାତି ଆସିଥାଏ, ସେହିପରି ଏହି ମର୍ତ୍ତ୍ୟ ଲୋକରେ ଜନ୍ମ ଗ୍ରହଣ କରିଥବା ସମସ୍ତ ଲୋକ ମୃତ୍ୟୁବରଣ କରିଥାଏ । ସେମିତି ଯେଉଁ ଲୋକମାନେ ଭଲ କାମ କରିଥାନ୍ତି ସେହି ଲୋକମାନଙ୍କୁ ସ୍ଵର୍ଗ ପ୍ରାପ୍ତ ହହେଉଥିବା ବେଳେ, ଖରାପ କର୍ମ କରୁଥିବା ଲୋକଙ୍କୁ ନର୍କ ଯନ୍ତ୍ରଣା ମିଳିଥାଏ । ମଣିଷର ଦୁଇ ପ୍ରମୁଖ ଅଙ୍ଗ ହେଉଛି, କର୍ମ ଅନ୍ୟ ଏକ କର୍ତ୍ତବ୍ୟ । ମଣିଷ ଜନ୍ମ ହେଉ ହେଉ କର୍ତ୍ତବ୍ୟର ଜଟିଳ ବନ୍ଧନର ବାନ୍ଧି ହୋଇଯାଇଥାଏ । ଗୀତାରେ କୁହାଯାଇଛି ମଣିଷ କରିଥିବା ନିଜ କର୍ମ ଅନୁଯାଇ କର୍ତ୍ତବ୍ୟର ଫାସରେ ପଡିଯାଏ ।

ଏହା ମଧ୍ୟ କୁହାଯାଇଛି ଯେଉଁ ବ୍ୟକ୍ତି ନିଜ କର୍ମ ଠିକ ଭାବରେ କରିଥାଏ, ସେ ଜୀବନସାରା ଖୁସିରେ ରହିଥାଏ । ଯେଉଁ ବ୍ୟକ୍ତି ନିଜ କର୍ମ ପ୍ରତି ଅବହେଳା କରିଥାଏ, ସେ ଜୀବନ ସାରା କେବଳ କଷ୍ଟ ହିଁ ଭୋଗିଥାଏ । ଗରୁଡ ପୂରାଣ ଅନୁସାରେ ବ୍ୟକ୍ତି ଜନ୍ମ ହେବା ସମୟରୁ ମୋହ, ମାୟାରେ ବାନ୍ଧି ହୋଇଯାଇଥାଏ ।

ବାଲ୍ୟ ଅବସ୍ଥାରେ ନିଜ ପିତାମାତାଙ୍କ ମୋହରେ,ଯୁବ ଅବସ୍ଥାରେ ନିଜ ସ୍ତ୍ରୀ,ଛୁଆ ଙ୍କ ମୋହରେ ଏବଂ ବୃଦ୍ଧ ଅବସ୍ଥାରେ ନିଜ ନାତି, ନାତୁଣୀମାନଙ୍କ ମୋହମାୟାରେ ପଡିଯାଇଥାଏ । ଏହିପରି ନିଜର ମୋହରେ ପଡିବା କାରଣରୁ ସେ ନିଜ କର୍ତ୍ତବ୍ୟ ପ୍ରତି ବିମୁଖ ହୋଇଥାଏ । ଗରୁଡ ପୂରାଣ ଅନୁସାରେ ଏହିପରି ଲୋକମାନଙ୍କୁ ପାପୀ ଓ ମୂର୍ଖ ଲୋକ ବୋଲି ବିବେଚନା କରାଯାଇଥାଏ ।

ଯେଉଁ ମଣିଷ ନିଜ ଶେଷ କାଳରେ ମଧ୍ୟ ନିଜ ପରିବାରର ମୋହାମାୟା ଜାଲରୁ ନିଜକୁ କାଢିନଥାଏ, ଏହି ବ୍ୟକ୍ତି ମାନଙ୍କର ମୃତ୍ୟୁ ପରେ ଆତ୍ମାର ମୋକ୍ଷ ପ୍ରାପ୍ତ ହୋଇନଥାଏ । ଯେଉଁ ଲୋକମାନେ ନିଜ କର୍ତ୍ତବ୍ୟର ପାଳନ ଠିକ ଢଙ୍ଗରେ କରିନଥାନ୍ତି, ସେହି ବ୍ୟକ୍ତିମାନେ ଜନ୍ମ, ମୃତ୍ୟୁର ଏହି ଫାସରୁ ମୁକୁଳି ପାରନ୍ତି ନାହିଁ ।

ଏହିପରି ଭାବରେ ୮୦% ପୁରୁଷ ମୃତ୍ୟୁ ପରେ ନର୍କ ଯାଇ ନର୍କ ଯନ୍ତ୍ରଣା ଭୋଗିଥାନ୍ତି । ଯେଉଁମାନେ ବି ଏହି ଧରିତ୍ରୀ ଉପରେ ଜନ୍ମଲାଭ କରିଛନ୍ତି । ତାଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ନିଜର ଧର୍ମକୁ ଯଥାର୍ଥ ଭାବେ ପାଳନ କରିବା । ନିଜ ରାଷ୍ଟ୍ର ତଥା ସମାଜ ପ୍ରତି ଥିବା ନିଜର ଦାୟିତ୍ଵ କୁ ଉପଯୁକ୍ତ ଭାବେ ପାଳନ କରିବା ଏବଂ ତାପରେ ନିଜ ପରିବାର ପାଇଁ ଥିବା କର୍ତ୍ତବ୍ୟକୁ ପାଳନ କରିବା ।

କିନ୍ତୁ ଅନେକ ଲୋକ ଏମିତି ଅଛନ୍ତି, ଯେଉଁମାନେ କି ନିଜ ପରିବାରର କର୍ତ୍ତବ୍ୟରେ ବଶୀଭୂତ ହୋଇ ଅନ୍ୟ କର୍ତ୍ତବ୍ୟ ପ୍ରତି ବିମୁଖ ହୋଇଯାଏ, ଏପରି ଲୋକମାନେ ନିଜର ପରିବାରର ଦାୟିତ୍ଵ ଠିକ ଢଙ୍ଗରେ ପାଳନ କରନ୍ତି ନା ଅନ୍ୟ ଧର୍ମ ସଠିକ ଭାବେ ତୁଲାଇଥାନ୍ତି ।

ଗରୁଡ ପୁରାଣ ଅନୁସାରେ ଜଣେ ମଣିଷ ନିଜ ପୁରା ଜୀବନ କାଳ ମଧ୍ୟରେ କିଛି ନକରିଥିଲେ ମଧ୍ୟ ନିଜ ଅନ୍ତିମ ସମୟର ସଦୁପୋଯୋଗ ନକରି ସେହି ଘର ପରିବାର, ନାତି,ନାତୁଣୀ ଏମାନଙ୍କ ସହିତ ମୋହରେ ବାନ୍ଧି ହୋଇ ରହିଥାଏ । ଏପରି ମଣିଷମାନଙ୍କର ମୃତ୍ୟୁ ପରେ ତାଙ୍କ ଆତ୍ମା ମୋକ୍ଷ ପ୍ରାପ୍ତି ହୋଇନଥାଏ । ଏହିପରି ଭାବରେ ଅତ୍ୟଧିକ ପୁରୁଷ ନିଜ କର୍ତ୍ତବ୍ୟରେ ହେଲା କରି ନର୍କ ଯନ୍ତ୍ରଣା ଭୋଗ କରିଥାନ୍ତି । ଯଦି ଏହି ଭିଡିଓ ଟି ଆପଣମାନଙ୍କୁ ଭଲ ଲାଗିଥାଏ, ତେବେ ଆପଣଙ୍କ ମତାମତ ଆମକୁ କମେନ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *