କାହାରି ନାମ ଭାବି ବାଛନ୍ତୁ ଗୋଟିଏ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି – Love Quiz

ବନ୍ଧୁଗଣ ଆଜି ଆପଣଙ୍କୁ ଗୋଟିଏ ବହୁତ ଭଲ ମନରଞ୍ଜନ କଥା କହିବାକୁ ଯାଉଛୁ । ଯାହାକି ଆପଣଙ୍କୁ ଭଲ ଲାଗିବ ବୋଲି ଆଶା ଅଛି । ଆପଣ ଭାବୁଥିବା ଯେକୌଣସି ବ୍ୟକ୍ତି ଯେମିତିକି ଆପଣ ଯାହାକୁ ଭଲ ପାଉଥିବେ କିମ୍ବା ବାହା ହୋଇଥିବେ ଅଥବା ଆପଣଙ୍କର କୌଣସି ଭଲ ସାଙ୍ଗ ବିଷୟରେ ଜାଣିବା ପାଇଁ ଚାହୁଁଥିଲେ ତାଙ୍କୁ ମନରେ ରଖି ଯେକୌଣସି ଏକ କାର୍ଡ ବାଛନ୍ତୁ ଜାଣିପାରିବେ ତାଙ୍କ ମନରେ କଣ ଅଛି ଆପଣଙ୍କ ପାଇଁ, ଚାଲନ୍ତୁ ଜାଣିବା । ଆପଣଙ୍କୁ ସେ ତାଙ୍କ ହୃଦୟରେ କେଉଁ ଜାଗାରେ ରଖିଛନ୍ତି । କାର୍ଡ ନମ୍ବର ଗୁଡିକ ହେଉଛି ୧,୨,୩,୪,୫ ଆପଣ ନିଜର ଜାଣିଥିବା ମଣିଷ ବିଷୟରେ ଭାବି ଗୋଟିଏ କାର୍ଡ ବାଛନ୍ତୁ ।

୧ ନମ୍ବର କାର୍ଡ ;- ଆପଣମାନେ ଯାହା ପାଇଁ ଏହି ୧ ନମ୍ବର କାର୍ଡ ବାଛିଚନ୍ତି, ସେହି ବ୍ୟକ୍ତି ଆପଣଙ୍କୁ ବହୁତ ସମ୍ମାନ କରେ । ଆପଣଙ୍କୁ ସିଏ ଜଣେ ନିରୀହ ଲୋକ ମାନଙ୍କରେ ଗଣତି କରେ । ଆପଣଙ୍କ କଥା ବହୁତ ମନ ପକାଏ । ଏହି ଲୋକ ଜଣଙ୍କ ଆପଣଙ୍କର ଜଣେ ଭଲ ସାଙ୍ଗ କିମ୍ବାଆପଣ କାମ କରୁଥିବା ଜାଗାର ମାଲିକ ଅଥବା ଆପଣଙ୍କ ସ୍ଵାମୀ ହୋଇଥାଇପାରେ । ସେ ଜଣେ ବହୁତ ସକାରାତ୍ମକ ଚିନ୍ତା କରୁଥିବା ଲୋକଟିଏ ଯିଏ କି ଆପଣଙ୍କୁ ଅଧିକ ହିଁ ସମ୍ମାନ କରେ ।

୨ ନମ୍ବର କାର୍ଡ ;- ଆପଣମାନେ ଯାହା ପାଇଁ ଏହି ୨ ନମ୍ବର କାର୍ଡ ଭାବିକି ରଖିଛନ୍ତି, ସେ ଲୋକ ଜଣଙ୍କ ଆପଣଙ୍କୁ ବହୁତ ହିଁ ଅଲଗା ଧରଣର ମଣିଷ ଭାବୁଛନ୍ତି । ଯେମିତିକି ଆପଣ ବହୁତ କିଛି କଥା ମୁଣ୍ଡରେ ରଖିକି ଚିନ୍ତା କରୁଛନ୍ତି, ଅନ୍ୟର କଥାକୁ ଧ୍ୟାନ ଦେଉନାହାନ୍ତି ସିଏ ଆପଣଙ୍କୁ ଜଣେ ସ୍ଵାର୍ଥପର ଲୋକ ଭାବୁଛନ୍ତି । ସିଏ ଜାଣିଛନ୍ତି କି ଆପଣ କାହା କଥା କୁ ବି ମାନନ୍ତି ନାହିଁ ।

୩ ନମ୍ବର କାର୍ଡ ;- ଆପଣ ଯାହା କଥା ମନରେ ରଖିକି ଏହି ୩ ନମ୍ବର କାର୍ଡ ବାଛିଚନ୍ତି, ସେ ଲୋକ ଆପଣଙ୍କୁ ଜଣେ ଜିଦି ସ୍ଵଭାବର ଲୋକ ଭାବନ୍ତି । ସେ ଆପଣଙ୍କର କୌଣସି ସାଙ୍ଗ କିମ୍ବା ଆପଣଙ୍କ ଜୀବନସାଥି ମଧ୍ୟ ହୋଇପାରେ । ସେ ଭାବନ୍ତି ଆପଣ ତାଙ୍କୁ ସମୟ ଦେଉ ନାହାନ୍ତି, ତାଙ୍କ କଥାକୁ ଖାତିର କରୁନାହାନ୍ତି । ସେ ଆପଣଙ୍କୁ ଜଣେ ପଥର ହୃଦୟ ଥିବା ଲୋକ ସାଥିରେ ତୁଳନା କରୁଛନ୍ତି ।

୪ ନମ୍ବର କାର୍ଡ ;- ଆପଣ ଯାହା କଥାକୁ ଚିନ୍ତା କରିକି ଏହି କାର୍ଡକୁ ସିଲେକ୍ଟ କରିଛନ୍ତି ସେ ଆପଣଙ୍କୁ ଜଣେ ବହୁତ ସରଳ ଧରଣର ବ୍ୟକ୍ତି ଟିଏ ବୋଲି ଭାବୁଛନ୍ତି । ସେହି ଲୋକ ଜଣଙ୍କ ଆପଣଙ୍କୁ ଭଲ ଭାବରେ ଜାଣିଛନ୍ତି , ବୁଝିଛନ୍ତି । ସେ ଆପଣଙ୍କୁ ଭାବନ୍ତିକି ଆପଣ ନିଜ ଜୀବନକୁ ଠିକ ଭାବରେ ବୁଝିନାହାନ୍ତି, ଜୀବନର ମାନେ କଣ ଜାଣନ୍ତିନୀ । ବହୁତ ଛୁଆଳିଆ ଧରଣର ମଣିଷ ସିଏ ଭାବନ୍ତି । କୌଣସି ପ୍ରକାର ଗୁରୁତ୍ବପୂର୍ଣ ନିଷ୍ପତି ନେବାର ସାହସ ଆପଣଙ୍କ ପାଖରେ ନାହିଁ ।

୫ ନମ୍ବର କାର୍ଡ ;- ଆପଣ ଯାହାକୁ ଭାବନାରେ ଆଣି ଏହି କାର୍ଡକୁ ବାଛିଛନ୍ତି । ସେ ଆପଣଙ୍କୁ ଜଣେ ବହୁତ ମଜବୁତ ଧରଣର ବ୍ୟକ୍ତି ଭାବୁଛନ୍ତି । ଆପଣ ଯାହା କରିବା ପାଇଁ ମନସ୍ଥ କରିଥିବେ ସେହି କାମକୁ ଯେମିତି ହେଉ ପଛକେ କୌଶଳ ଅବଲମ୍ବନ କରି ସେହି କାମଟିକୁ ପୂରଣ କରିବେ । ଆପଣଙ୍କ ଭିତରେ ସମସ୍ତ କାର୍ଯ୍ୟକୁ ପୂରଣ କରିବାର ସକ୍ଷମତା ଅଛି । ଆପଣଙ୍କର ଏହି ସାହସକୁ ସେହି ବ୍ୟକ୍ତି ଜଣଙ୍କ ବହୁତ ସମ୍ମାନ କରନ୍ତି । ଯଦି ଏହି ପୋଷ୍ଟଟି ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ ନିହାତି ଭାବେ ମତାମତ ଦେଇ ଜଣାଇବେ ।

Leave a Reply

Your email address will not be published. Required fields are marked *