ସତ ହେବ କି ମାଳିକା, ଗୋଟିଏ ମାସରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ! କଣ କହୁଛି Malika ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ରୀତି ନୀତି ପରମ୍ପରାକୁ ନେଇ ଆମ ହିନ୍ଦୁ ଧର୍ମ ଚାଲିଛି । ସେହିଭଳି ସୂର୍ଯ୍ୟ ପରାଗ ହେଉ ବା ଚନ୍ଦ୍ର ଗ୍ରହଣ ଏହିସବୁକୁ ମଧ୍ୟ ଆମେ ନିୟମର ସହ ପାଳନ କରିଥାଉ । ଏସବୁ ତ ଠିକ ଅଛି ଆଶ୍ଚର୍ଯ୍ୟ କଲାଭଳି କଥା ହେଉଛି କି ଆଜି ଯାଏ କେବେ ମଧ୍ୟ ଗୋଟିଏ ମାସରେ ଗ୍ରହଣ ଓ ପରାଗ ହୋଇନାହିଁ । ତେବେ ଏହି କଥାକୁ ନେଇ ମାଳିକାରେ ମଧ୍ୟ କିଛି କଥା ବର୍ଣିତ ରହିଛି । ତାହା ଆଉ ସତ ହୋଇଯିବନି ତ ! ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ମାଳିକାରେ ଉଲ୍ଲେଖ ରହିଛି କି ତିନି ମାସ ଭିତରେ ୭ଟି ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ଲାଗିବ । ମଝି ମାସଟି ୨୭ ଦିନରେ ଦୁଇଟି ଯାକ ପକ୍ଷ ଛିଡୁଥିବ । ଏହାକୁ ଦେଖି ଜାଣିବେ ଯୁଗ ପରିବର୍ତ୍ତନର ସମୟ ଆସୁଛି । ରାହୁ କେତୁ ଗ୍ରାସ କରିବେ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ । ଏହି ତିନି ମାସ ମଧ୍ୟରେ ନବଗ୍ରହ ମାନଙ୍କର ମିଳନ ମଧ୍ୟ ହେବ । ଏହା ଘଟୁଅଛି କହି ସମଗ୍ର ସଂସାର ଚିନ୍ତାରେ ପଡିବ ।

କିନ୍ତୁ ଏହି ସମୟଟି କେତେବେଳେ ଆସିବ ତାହାର ଉତ୍ତର କାହା ପାଖେ ନାହିଁ । ଇଏ ହେଉଛି ଭଗବାନଙ୍କର ଲୀଳା ରଚନାକୁ ବୁଝିବା ଏତେ ସହଜ ହେବ ନାହିଁ । ମାଳିକାକୁ ବୁଝିବା ପାଇଁ କେହି ମଧ୍ୟ ଜ୍ଞାନୀ ଏହି ସଂସାରରେ ନାହାନ୍ତି । ଏହି ସମୟରେ ଦୀପାବଳୀରେ ହେବାକୁ ଯାଉଥିବା ସୂର୍ଯ୍ୟ ପରାଗ ଓ ଆସନ୍ତା ସମୟରେ ମଧ୍ୟ ହେବାକୁ ଯାଉଛି ଚନ୍ଦ୍ର ଗ୍ରହଣ ଏହି କଥାକୁ ଲୋକ ମାଳିକାରେ ଉଲେଖ ଥିବା କଥା ସହ ଜଡିତ ବୋଲି ଭାବୁଛନ୍ତି ।

ଏମିତି ଅନେକ କଥା ସତ ହୋଇସାରିଲାଣି ଯାହା ମାଳିକାରେ ୬୦୦ ବର୍ଷ ପୂର୍ବେ ଉଲ୍ଲେଖ ଥିଲା । ତେଣୁ ଲୋକଙ୍କ ମନରେ ଭୟ ଆସିବା ସ୍ଵାଭାବିକ । ଆଜିର ଏହି ଦୁନିଆରେ ଚାଲୁଥିବା ସମୟକୁ ଲୋକେ କଳିଯୁଗର ଅନ୍ତିମ ସମୟ ବୋଲି ମଧ୍ୟ ଭାବୁଛନ୍ତି । କିନ୍ତୁ ଅନ୍ତିମ ସମୟ କେତେବେଳେ ଆସିବ ତାହା କେବଳ ପ୍ରଭୁ ଜଗନ୍ନାଥଙ୍କୁ ଜଣା ।

ମନରେ ଯେଉଁ ଡର ରହିଛି ମାଳିକା ବଚନର ସତ ହେବ ବୋଲି ତାହା ସ୍ଵାଭାବିକ କାରଣ ଆଜିର ଏହି ସମାଜରେ ଘଟୁଥିବା କଥା ଭାବିବା ପାଇଁ ବାଧ୍ୟ କରୁଅଛି । ଯାହା ଉଲେଖ ରହିଛି ତାହା ନିଶ୍ଚୟ ଘଟିବ । ତେବେ ଚେଷ୍ଟା କରନ୍ତୁ ନିଜକୁ ଭଗବାନଙ୍କ ଶରଣରେ ରଖିବା ପାଇଁ ଏବଂ ନିଜ ମନକୁ ସଫା ରଖିବା ପାଇଁ ।

ଜୀବନର କିଛି ସମୟ ଧର୍ମ ସହ ମଧ୍ୟ ଜଡିତ ହୋଇ କିଛି ଭଲ କାମ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *