ଘରେ ଏହି ସମୟରେ ଝାଡୁ ଲଗାଇଲେ ହୋଇଥାଏ ଧନର ବର୍ଷା, ମା’ ଲକ୍ଷ୍ମୀ କରନ୍ତି କୃପା

ନମସ୍କାର ବନ୍ଧୁଗଣ, ଘରକୁ ସଫା କରିବା ପାଇଁ ଝାଡୁ ଲଗାଯାଇଥାଏ ସକାଳ ସଞ୍ଜରେ । ତେବେ ଆପଣ ତ ଏହାକୁ ଏକ ସାଧାରଣ କଥା ଭାବୁଥିବେ ନିଶ୍ଚିନ୍ତ କିନ୍ତୁ ଏହା ପଛରେ ରହିଥିବା ଅନେକ କାରଣ ବିଷୟରେ ହୁଏତ ଆପଣ ମାନେ ଅବଗତ ନଥିବେ । ଝାଡୁ ଲଗାଇବାର ମଧ୍ୟ ଅନେକ ନୀତି ନିୟମ ରହିଛି । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କେଉଁ ସମୟରେ ଝାଡୁ ଲଗାଇଲେ ବା ଝାଡୁ ଲଗାଇବା ବେଳେ କେଉଁ ସବୁ ନିୟମ ପାଳନ କରିବାଦ୍ୱାରା ଘରକୁ ଧନ ଆସିବାର ଯୋଗ ବନିଥାଏ ।

ପ୍ରଥମ: ଝାଡୁ ଲଗାଇବା ବେଳେ ଆପଣଙ୍କୁ ମୌନ ଭାବରେ କାହା ସହ କଥା ନହୋଇ ଝାଡୁ ଲଗାଇବା ଉଚିତ । କଥା ବାର୍ତ୍ତା କରି ଝାଡୁ ଲଗାଇବା ଦ୍ଵାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଦିତୀୟ: ଝାଡୁରେ ଗୋଡ ବାଜିଲେ ମଧ୍ୟ ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ଯଦି ଅଜାଣତରେ ଝାଡୁରେ ଗୋଡ ବାଜେ ତେବେ ବିଷ୍ଣୁ କରିଦିଅନ୍ତୁ । ତୃତୀୟ: ସୂର୍ଯ୍ୟ ଉଦୟ ପୂର୍ବରୁ କିମ୍ବା ସୂର୍ଯ୍ୟ ଉଦୟ ସମୟରେ ଆପଣ ଝାଡୁ କରିପାରିବେ । ସୂର୍ଯ୍ୟ ଉଦୟ ପରେ ଝାଡୁ ଲଗାଇବା ଅନୁଚିତ ।

ଚତୁର୍ଥ: ସୂର୍ଯ୍ୟ ଅର୍ଥ ପୂର୍ବରୁ ଝାଡୁ ଲଗାଇବା ଉଚିତ । ସୂର୍ଯ୍ୟ ଅସ୍ତର 10 ମିନିଟ ଭିତରେ ମଧ୍ୟ ଆପଣ ମାନେ ଝାଡୁ ଲଗାଇ ପାରିବାର ବିଧି ରହିଛି । ଧ୍ୟାନ ରଖିବେ ସନ୍ଧ୍ୟା ସମୟରେ କିମ୍ବା ରାତିରେ ଝାଡୁ ଲଗାଇବା ଉଚିତ ହୋଇନଥାଏ । ଏହି ସମୟରେ ଝାଡୁ କରିବା ଫଳରେ ଆପଣଙ୍କର ଅନେକ କିଛି କ୍ଷତି ହୋଇଥାଏ । ଯଦି ରାତିରେ ଝାଡୁ  କରିବାର ଆବଶ୍ୟକତା ପଡେ ତେବେ ଝାଡୁ କରି ଘରର ଅଳିଆକୁ ବାହାରେ ନ ଫୋପାଡି ଘରର କୌଣସି କଣରେ ରଖି ଦିଅନ୍ତୁ । ଏହାକୁ ଉଠି ସକାଳୁ ବାହାରେ ପକାଇ ଦିଅନ୍ତୁ ।

ପଞ୍ଚମ: ଘରେ ପୂଜା କରି ସାରିବା ପରେ ହେଉ ବା ଖାଦ୍ୟ ଖାଇ ସାରିବା ପରେ  ଝାଡୁ ଲଗାଇବା ଅନୁଚିତ । ଘରୁ ଲୋକ ନିଜ କର୍ମ ପାଇଁ ବାହାରକୁ ଯିବାର କିଛି ସମୟ ପର୍ଯ୍ୟନ୍ତ ଝାଡୁ ଲଗାନ୍ତୁ ନାହିଁ । ଏହାଦ୍ୱାରା ତାଙ୍କ କର୍ମ ଅସଫଳ ହେବାର ସମ୍ଭାବନା ବଢିଯାଇଥାଏ । ଘର ଲୋକ ବାହାରକୁ ଯିବାର 2 ରୁ 3 ଘଣ୍ଟା ପରେ ଝାଡୁ ଲଗାଇ ପାରିବେ ।

ଷଷ୍ଠ: ଘରକୁ ଆସିଥିବା କୂଣିଆ ଘରୁ ଯିବା ପରେ ସଙ୍ଗେ ସଙ୍ଗେ ଝାଡୁ କରନ୍ତୁ ନାହିଁ । ଘରେ କୁଣିଆ ଉପସ୍ଥିତ ଥିବା ସମୟରେ ମଧ୍ୟ ଝାଡୁ କରନ୍ତୁ ନାହିଁ । ସପ୍ତମ: ଘରେ କେହି ଛିଙ୍କିଲେ କିମ୍ବା କାନ୍ଦୁଥିଲେ ଝାଡୁ କରନ୍ତୁ ନାହିଁ । ଯଦି ଘରେ କେହି ଝଗଡା ଲାଗୁଛନ୍ତି କିମ୍ବା କଟୁ କଥା କହୁଛନ୍ତି ତେବେ ସେହି ସମୟରେ ମଧ୍ୟ ଝାଡୁ ଲଗାଇବା ଅନୁଚିତ ।

ଅଷ୍ଟମ: ଘରର ଐଶାନ୍ୟ କୋଣରେ ପ୍ରଥମେ ଝାଡୁ କରିବା ଆରମ୍ଭ କରନ୍ତୁ ଏବଂ ଉତ୍ତର କୋଣରେ ସମାପ୍ତ କରନ୍ତୁ । ଝାଡୁକୁ ସବୁବେଳେ ଲୁଚାଇକି ରଖିବା ଉଚିତ। । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *