ଗଙ୍ଗା ଜଳ ପରି ପବିତ୍ର ଓ ସଫା ହୃଦୟର ହୋଇଥାନ୍ତି ଏହି 5ଟି ନାମ ଥିବା ସ୍ତ୍ରୀ ମାନେ- Jyotisha Shastra

ନମସ୍କାର ବନ୍ଧୁଗଣ, କାହା ମନ ଭିତରେ ରହିଥିବା କଥାକୁ ଜାଣିବା ଅସମ୍ଭବ ଏହା ସମସ୍ତେ କହିଥାନ୍ତି । ଏବଂ ଏହା ସତ୍ୟ କିନ୍ତୁ ନିଜ ଜନ୍ମ ସମୟ ଏବଂ ଗ୍ରହ ନକ୍ଷତ୍ରଙ୍କ ଅନୁଯାୟୀ ରାଖାଯାଇଥିବା ନାମକୁ କେହି ମଧ୍ୟ ଲୁଚାଇପାରିବେ ନାହିଁ । ଏହି ନାମ ଆଧାରରେ ହିଁ ତ ଜଣଙ୍କ ବ୍ୟକ୍ତିତ୍ବ ଏବଂ ସ୍ଵାଭାବର ପରିଚୟ ମିଳିଯାଇଥାଏ ଜନ୍ମ ସମୟରୁ ହିଁ । ତେବେ ଆଜି ଆସନ୍ତୁ ଜାଣିବା କେଉଁ ୫ଟି ନାମର ସ୍ତ୍ରୀ ମାନେ ହୋଇଥାନ୍ତି ପବିତ୍ର ଏବଂ ତାଙ୍କ ମନ ହୋଇଥାଏ ନିର୍ମଲ ।

B: ଏହି ନାମର ମହିଳା ମାନେ ବହୁତ ଶାନ୍ତ ହୋଇଥାନ୍ତି । ନିଜର ଜୀବନ ସାଥିଙ୍କ ପ୍ରତି ବହୁତ ବିଶ୍ଵସନୀୟ ହୋଇଥାନ୍ତି । ଏହି ନାମର ସ୍ତ୍ରୀ କୌଣସି ପରିସ୍ଥିତିରେ ମଧ୍ୟ ନିଜ ଜୀବନସାଥିଙ୍କ ହାତ ଛାଡନ୍ତି ନାହିଁ । ଏମାନେ ନିଜର ବ୍ୟବହାର ଦ୍ଵାରା ହିଁ ଅନ୍ୟର ମନ କିଣି ନେଇଥାନ୍ତି ।

N: ଏହି ନାମର ସ୍ତ୍ରୀ ମାନେ ବହୁତ ବୁଦ୍ଧିମତୀ ହୋଇଥାନ୍ତି । ଏମାନେ ନିଜ ପରିବାର ଲୋକଙ୍କ ସହ ନିଜ ସାଥିଙ୍କ ଯତ୍ନ ମଧ୍ୟ ନେଇଥାନ୍ତି । ଏମାନେ କେବେ ବି ନିଜ ପରିବାରର ମାନ ସମ୍ମାନ ପ୍ରତି ଆଞ୍ଚ ଆସିବା ଭଳି କାର୍ଯ୍ୟ କରନ୍ତି ନାହିଁ । ଏମାନେ କେବେ ବି ଅନ୍ୟ ମନରେ ଦୁଃଖ ଦେଇନଥାନ୍ତି ।

P: ଏହି ନାମର ମହିଳା ମାନେ ନିଜର ସମ୍ପର୍କକୁ ବାନ୍ଧି ରଖିବାରେ ବିଶ୍ଵାସ ରଖନ୍ତି । ଏମାନେ ସମସ୍ତ ସମ୍ପର୍କକୁ ଉଚିତ ସମ୍ମାନ ଦେଇଥାନ୍ତି । ସାନ ମାନଙ୍କୁ ସ୍ନେହ ଏବଂ ବଡ ମାନଙ୍କୁ ସମ୍ମାନ ଦେବା ବେସ ଭଲ ଭାବରେ ଏମାନେ ଜାଣିଥାନ୍ତି । ନିଜ ଜୀବନସାଥିଙ୍କ ପ୍ରତି ନିଜକୁ ଉତ୍ସର୍ଗ କରିଦେଇଥାନ୍ତି ଏମାନେ ।

V: ଏହି ନାମର ମହିଳା ମାନେ ନିର୍ମଳ ହୃଦୟର ହୋଇଥାନ୍ତି । ଏମାନେ ସାଧାରଣତଃ ସମସ୍ତ କଥାରେ ଲାଜ କରିଥାନ୍ତି । କିନ୍ତୁ ଏମାନେ ସର୍ବଦା ନିଜ ପରିବାରର ମାନ ସମ୍ମାନକୁ ବଜାୟ ରଖିଥାନ୍ତି । ପରିବାର ସମସ୍ତ ଲୋକଙ୍କ ସଠିକ ଭାବରେ ଯତ୍ନ ନେବା ସହ ଧ୍ୟାନ ମଧ୍ୟ ରଖିଥାନ୍ତି ।  ଏମାନଙ୍କ ବୈବାହିକ ଜୀବନ ସୁଖ ଶାନ୍ତିରେ ବିତିଥାଏ ।

Y: ଏହି ନାମର ମହିଳା ମାନେ ସମସ୍ତଙ୍କୁ ଭଲ ପାଇବା ବାଣ୍ଟି ଥାନ୍ତି । କାହାର ଦୁଃଖ କଷ୍ଟକୁ ଏମାନେ ଦେଖି ପାରନ୍ତି ନାହିଁ । କାହା ମନରେ କଷ୍ଟ ଦେବା ଭଳି ଆଚରଣ କେବେ ମଧ୍ୟ କାହା ସହ କରନ୍ତି ନାହିଁ । ଏମାନଙ୍କ ବାଣୀ ହୁଏତ ଅନ୍ୟ ମାନଙ୍କୁ କଠୋର ଲାଗିଥାଏ । କିନ୍ତୁ ଏମାନେ ସର୍ବଦା ସତର ସାଥ ଦେଇଥାନ୍ତି । ଏବଂ ହୃଦୟରୁ ବହୁତ ଭଲ ହୋଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *