ଅକାଳ ମୃତ୍ୟୁ ଆଉ ଗରିବି ଆସିବାର 10ଟି ବଡ ମୁଖ୍ୟ କାରଣ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ- Sri Krishna Vani 

ନମସ୍କାର ବନ୍ଧୁଗଣ, ଆମେ କରୁଥିବା କାର୍ଯ୍ୟରେ ନୀତି ନିୟମ ପ୍ରାୟତଃ ସବୁ କଥାରେ ପାଳନ କରିନଥାଉ । ଯାହାର କୁପ୍ରଭାବ ଆମ ଜୀବନ ଉପରେ ପଡିଥାଏ । କିନ୍ତୁ ଆମକୁ ସେହି ସବୁ ଭୁଲ କାର୍ଯ୍ୟ ବିଷୟରେ ଜଣା ନଥାଏ ଯାହା ଫଳରେ ଅକାଳ ମୃତ୍ୟୁ ଏବଂ ଗରିବତା ଭଳି ଦୁର୍ଭାଗ୍ୟ ଜନକ ଘଟଣା ଘଟିଯାଏ ଆମ ଜୀବନରେ । ଏବଂ ସାରା ଜୀବନ ଅନ୍ଧକାର ମୟ ହୋଇଯାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ସମସ୍ତ କାରଣ ଯାହାକୁ ନିଜ ଜୀବନରେ କେବେ ମଧ୍ୟ କରିବା ଉଚିତ ହୋଇନଥାଏ ।

ପ୍ରଥମ: ଗୁରୁବାର ଦିନ କପଡା କିମ୍ବା ମୁଣ୍ଡ ସଫା କରନ୍ତୁ ନାହିଁ ଏହାର ପ୍ରଭାବ ସନ୍ତାନ ଏବଂ ସ୍ଵାମୀଙ୍କ ଉପରେ ପଡିଥାଏ । ଯାହା ଫଳରେ ଅକାଳ ମୃତ୍ୟୁ ହେବାର ସମ୍ଭାବନା ରହିଛି । ଦିତୀୟ: ରାତି ବାରଟା ପାଖା ପାଖି ସମୟରେ ଅଇନା ଦେଖିବା ଉଚିତ ହୋଇନଥାଏ । ଏହି ସମୟରେ ସଜେଇ ହେବା ମଧ୍ୟ ଉଚିତ ନୁହେଁ । ଏହା ଫଳରେ ଆପଣଙ୍କ ଉପରେ ନକରାତ୍ମକ ଶକ୍ତି ପଡିପାରେ ।

ତୃତୀୟ: ଘରେ ଭାଙ୍ଗିଯାଇଥିବା ବାସନ କିମ୍ବା କିଛି ଭଙ୍ଗା ଜିନିଷ ରଖନ୍ତୁ ନାହିଁ । ଏହାଛଡା କୌଣସି ଖରାପ ହୋଇଯାଇଥିବା ଘଣ୍ଟା ମଧ୍ୟ ରଖନ୍ତୁ ନାହିଁ । ଏହିସବୁ କରିବାଦ୍ୱାରା ଘରୁ ଦରିଦ୍ରତା ଦୂର ହୋଇଯାଏ । ଚତୁର୍ଥ: ଘରେ ବୁଢିଆଣୀ ଜାଲ ଥିଲେ ମା ଲକ୍ଷ୍ମୀ ସେହି ଘରେ ବାସ କରନ୍ତି ନାହିଁ । ଏହା ନକରାତ୍ମକ ଶକ୍ତିକୁ ଆଗମନ କରିଥାଏ । ତେଣୁ ଏହାକୁ ଘରୁ ସଫା କରିଦେବା ଉଚିତ ।

ପଞ୍ଚମ: ଘର ଭିତରେ ଅମୃତ ଭଣ୍ଡା କିମ୍ବା ମେହେନ୍ଦି ଗଛ ଲଗାନ୍ତୁ ନାହିଁ । ଏହାଦ୍ୱାରା ଘରେ ଖରାପ ଶକ୍ତିର ବାସ ହୋଇଥାଏ । ସୁଗନ୍ଧ ହେଉଥିବା ସମସ୍ତ ଗଛକୁ ଘର ଠାରୁ ଦୂରରେ ଲଗାନ୍ତୁ । କାରଣ ଏହିସବୁ ନକରାତ୍ମକ ଶକ୍ତିକୁ ଆଗମନ କରିଥାଏ । ଏହଫଳରେ ଅକାଳ ମୃତ୍ୟୁ ଏବଂ ଘରେ ଦାରିଦ୍ରତା ଭଳି ପରିସ୍ଥିତି ଉପୁଜିଥାଏ । ସପ୍ତମ: ବରଗଛ ଓ ଓସ୍ତ ଗଛାକୁ ମଧ୍ୟ ଘରେ ଲାଗନ୍ତୁ ନାହିଁ ।

ଏହାକୁ ଶୁଭ ମନାଯାଏ ନାହିଁ । ଯଦି ଘରେ ଏହି ଗଛ ଉଠିବାର ଦେଖନ୍ତି ତେବେ ଏହାକୁ ଓପାଡି ଅନ୍ୟ ଜାଗାରେ ଲଗାନ୍ତୁ । ଅଷ୍ଟମ: ଘରେ ରାତିରେ ଅଇଁଠା ହୋଇଥିବା ବାସନକୁ ରଖନ୍ତୁ ନାହି । ଏହି କାରଣ ହିଁ ସମ୍ପୂର୍ଣ ପରିବାର କାଙ୍ଗାଳ ଅବସ୍ଥାକୁ ଚାଲିଆସିଥାଏ । ଅକାଳ ମୃତ୍ୟୁର ସମ୍ଭାବନା ମଧ୍ୟ ବଢିଯାଏ । ତେଣୁ କେବେ ମଧ୍ୟ ରାତିରେ ଅଇଁଠା ବାସନ ରଖିବା ଉଚିତ ହୋଇନଥାଏ ।

ନବମ: ଗୋଡରେ ଗୋଇଠା ମାରି କବାଟ ଖୋଲିବା କିମ୍ବା ବନ୍ଦ କରିବା ଭଳି ଅଭ୍ୟାସକୁ ତୁରନ୍ତ ବନ୍ଦ କରନ୍ତୁ । କାରଣ ମା ଲକ୍ଷ୍ମୀ ଏହାଦ୍ୱାରା ଘରକୁ ଆସିବା ବନ୍ଦ କରିଦେଇଥାନ୍ତି । ଦଶମ: ରୁଟି କରିସାରି ଗରମ ତାୱାରେ ପାଣି ଢଳିବା ଅନୁଚିତ ।  ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *