ଅଜାଣତରେ ବି ଏହି 5ଟି ପାପ କରିବା ବ୍ୟକ୍ତି ଜୀବନ ସାରା ଦରିଦ୍ର ହିଁ ରହିଥାନ୍ତି- Shiv Puran

ମଣିଷ ମାନଙ୍କ ପାଇଁ ଅନେକ ପୁରାଣ ଶାସ୍ତ୍ର ରଚନା କରାଯାଇଛି । ଏହି ପୁରାଣ ମାନଙ୍କ ମଧ୍ୟରୁ ଏକ ପୁରାଣ ହେଉଛି ଶିବ ପୁରାଣ । ଏହି ପୁରାଣରେ ଭଗବାନ ଶିବଙ୍କ କିଛି ଭଲ ଉପଦେଶ ଆମ ପାଇଁ ଅଛି କେବଳ ଏତିକି ନୁହେଁ, ଏହି ପୁରାଣ ରେ ଶିବ ଭଗବାନ ଓ ମା ପାର୍ବତୀ ମା ଙ୍କର କଥାର ସାରାଂଶ ମଧ୍ୟ ଅଛି ।

ଏହି ପୁରାଣ ରେ ଏଭଳି କଥା ବର୍ଣନା କରାଯାଇଛି ଯାହା ଆମ ପାଇଁ ନିଶ୍ଚିତ ଭାବେ ଆବଶ୍ୟକ । ଏହି ଯୁଗ ହେଉଛି କଳି ଯୁଗ । ଏହି ଯୁଗରେ ମାତ୍ର କେବଳ ଗୋଟିଏ ଅଂଶ ପୂଣ୍ୟ ଅଛି ଓ ତିନି ଭାଗ ପାପ ଥାଏ । ଏହି ପାଇଁ ଲୋକମାନ୍ନେ ନିଜ ଅଜାଣତ ଓ ଜାଣତ ରେ ଅନେକ ଭୁଲ କରି ଦିଅନ୍ତି । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବା ପାଇଁ ଯାଉଛୁ କି କେଉଁ କେଉଁ ପାପ କରିବା ମନା ହୋଇଛି ଶିବ ପୁରାଣରେ ।

ପ୍ରଥମ ପାପ ହେଉଛି ମାନଶୀକ ପାପ । ଏହି ପାପ ଅନୁସାରେ କହିବା ପାଇଁ ଗଲେ ଆପଣ କାହା ବିଷୟରେ କିଛି ଭି ଖରାପ ଚିନ୍ତା କରିବା ଭଲ କଥା ନୁହେଁ । ଏହାର ମାନେ ହେଉଛି କି ଯଦି ଆପଣ କାହା ସୁନ୍ଦରତା କୁ ନେଇକି କିଛି ଖରାପ ଧାରଣା ରଖିଛନ୍ତି କିମ୍ବା କାହା ଉପରେ ଈର୍ଷା କରୁଛନ୍ତି କାହାର ଅମଙ୍ଗଳ ଚିନ୍ତା କରୁଛନ୍ତି ଏହା ମଧ୍ୟ ପାପ ଅଟେ । ଏହାକୁ ମାନଶୀକ ପାପ କୁହାଯାଏ । ଦ୍ଵିତୀୟ ପାପ ହେଉଛି ବାକ ପାପ ଏହି ପାପ ଅନୁସାରେ ଆପଣ ଯଦି କାହା ବିଷୟରେ କିଛି କଥା କହୁଛନ୍ତି ତେବେ ଏହା ଖୁବ ଖରାପ ଅଟେ ।

ଆପଣ ଯଦି ବଡ ସାନ କିମ୍ବା କିଛି ଭି କାହା ବିଷୟରେ ଖରାପ କହି କାହାକୁ ଦୁଃଖ ଦେଉଛନ୍ତି ତେବେ ଏମାନେ ଖୁବ ବଡ ପାପ କରୁଛନ୍ତି । ମଣିଷ କୁ ସବୁବେଳେ ସତ କହୁଥିବା ଆବଶ୍ୟକ ଅଟେ । ଏହା ପରେ ନାମ ଆସେ ଶାରୀରିକ ପାପ । ଏହି ପାପ ଅନୁସାରେ ଆପଣ ଯଦି ପ୍ରକୃତି ର କିଛି ଭି ନଷ୍ଟ କରନ୍ତି ବିନା କାରଣରେ କିଛି ପଶୁ ପକ୍ଷୀ ଙ୍କୁ ଆପଣ ହତ୍ୟା କରିଥାନ୍ତି ଛୋଟ ଛୋଟ ପୋକ ମାନଙ୍କୁ ଆପଣ ପାଦରେ ଡାଲି ଦେଇଥାନ୍ତି ତେବେ ଏହା ଖୁବ ବଡ ପାପ ଅଟେ ।

ଏହା ଆମକୁ ଆସୁ ବିଧାରେ ପକାଇ ପାରେ । ଯେଉଁ ମାନେ ସଜନ ଲୋକ ଥାନ୍ତି ସେମାନେ ନିଜ ପାଦକୁ ମାଟିରେ ରଖିବା ପରେ ମାଟି କୁ ଭି କ୍ଷମା ମାଗିଥାନ୍ତି । ତେଣୁ ଆମେ ଏହି ଭଳି ପାପ କରିବା ଠାରୁ ନିଜକୁ ବଞ୍ଚେଇ ରଖିବା ଆବଶ୍ୟକ ଅଟେ । ଆଉ ଏକ ପାପ ହେଉଛି କାହା ବିଷୟରେ ନିନ୍ଦା କରିବା ଏହି ପାପ ଅନୁସାରେ ଆପଣ କାହାର ଭି ନିନନ୍ଦା କରିବା ଅନୁଚ୍ଚିତ ଅଟେ ।

ଏହି ପାପ ଅନୁସାରେ ଅନେକ ଲୋକ ମାନେ ବହୁତ କଥା ନ ଯାଣିକି କହିଦେଇ ଥାନ୍ତି ଅନ୍ୟ ଲୋକମାନଙ୍କ ନାଁ ରେ ଏଭଳି ପାପ କରିବାରୁ ବଞ୍ଚାନ୍ତୁ ନିଜକୁ । ଶେଷ ପାପ ହେଉଛି ଆପଣ ଯଦି ଅସାମାଜିକ ଲୋକମାନଙ୍କୁ ପ୍ରଶୟ ଦେବେ ଏହା ଏକ ପାପ ଅଟେ । ଏହି ପାପ ଅନୁସାରେ ଆପଣ ଯଦି ଆପଣ ଘରେ ଯଦି ଚୋର କିମ୍ବା ହତ୍ୟା କାରୀ ମାନଙ୍କୁ ଲୁଚେଇବେ ଓ ସେମାନଙ୍କ ପକ୍ଷରେ ରହିବେ ଏହା ଏକ ପାପ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *