ଆଜି ହିଁ ଶରୀରରେ ବାନ୍ଧନ୍ତୁ କଳା ଧାଗା, ତା ପରେ ଦେଖନ୍ତୁ ଚମତ୍କାର

ଆମେ ମାନେ ଦେଖିଛୁ ଶିଶୁ ଟି ଜନ୍ମଗ୍ରହଣ କରିବା ପରେ ନବଜାତ ଶିଶୁ କୁ ଘର ଲୋକ କଳା ଟୀକା, କଳା ଫିତା ଆଦି ଲଗାଇ ଥାନ୍ତି । ଯାହାଫଳରେ ପିଲାଟିକୁ କାହାର ନଜର ନ ଲାଗିବ । ଆଜି କାଲି ଆମେ ମାନେ କାର୍ଯ୍ୟ ବ୍ୟସ୍ତ ଓ ଏତେ ଆଧୁନିକ ହୋଇ ଯାଇଛେ ଯେ ଆମ ନିଜର ପୁରାତନ ରୀତି ନୀତି, ଧର୍ମ, କାର୍ଯ୍ୟ, ମାନ୍ୟତା ଆଦି ଭୁଲି ଯାଉ ଛନ୍ତି ।

ଯାହାର ପ୍ରଭାବ ଆମ ସଂସ୍କୃତି ଉପରେ ପଡୁଛି । ଆଜି ଆମେ ଯେଉଁ ସମାଜରେ ବଢ଼ୁଛନ୍ତି ସେଥିରେ ଲୋକ ମାନଙ୍କ ମନ ରେ ଛଳନା, କପଟ, ଲାଳସା , କ୍ରୋଧ , ଏବଂ ଇର୍ଷା ଯେପରି ଭାବନା ରହିଥାଏ । ଏପରି ପରିସ୍ଥିତି ରେ ଆମ ଗୁରୁଜନ ମାନଙ୍କ ଦ୍ୱାରା କୁହାଯାଇଥିବା କିଛି କଥା କାମ ରେ ଆସିଥାଏ । ତେବେ ଏପରି କିଛି ଉପାୟ ଅଛି ଯାହା କରିବା ଦ୍ୱାରା ଆପଣଙ୍କ ଭିତରେ ଥିବା ନକରତ୍ମକ ଶକ୍ତି ବାହାରି ଯାଇଥାଏ ।

ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ଉନ୍ନତି ପଥରେ କାହାର ନଜର ଲାଗି ଯାଇଛି ବା ଆପଣଙ୍କ ପରିବାର ର ସୁଖ ଓ ଶାନ୍ତି ଉପରେ କାହାର ନଜର ଲାଗିଛି ତେବେ ଆପଣ ଏହି ଉପାୟ କରିବା ଦ୍ୱାରା ଏହା ଦୂର ହୋଇଥାଏ । ତେବେ ଜାଣନ୍ତୁ କଳା ଫିତା କାହିଁକି ବନ୍ଧା ଯାଏ ଓ ଏହା ବାନ୍ଧିବା ଦ୍ୱାରା କଣ ଲାଭ ହୋଇ ଥାଏ । ଯଦି ଆପଣଙ୍କ ଘରେ କଳହ ବା ଅଶାନ୍ତି ଲାଗି ରହିଥାଏ ।

ତେବେ ଆପଣ ୧ ମିଟର କଳା ଫିତା ନେଇ ୧୦୮ ଗଣ୍ଠି ପକାଇବେ ପ୍ରତ୍ୟେକ ଗଣ୍ଠି ପକାଇବା ସମୟରେ ଓଁ ଶନିଶ୍ଚରାୟ ନମଃ କହିବେ ଏହା ଆପଣ ଶନି ମନ୍ଦିର ବା ଘରେ କରି ପାରିବେ । ଏହା ପରେ ଏହାକୁ ନେଇ ଘର ର ମୁଖ୍ୟ ଦ୍ୱାରରେ ଟଙ୍ଗାଇ ଦେବେ ଯାହାଫଳ ରେ କୌଣସି ନକାରତ୍ମକ ଶକ୍ତି ଆପଣଙ୍କ ଘରେ ପ୍ରବେଶ କରିବ ନାହିଁ । ଯଦି ଆପଣଙ୍କ ଘରେ କେହି ଅସୁସ୍ଥ ଥାନ୍ତି ତେବେ କଳା ଫିତା କୁ ମନ୍ଦିରକୁ ନେଇ ସିନ୍ଦୁର ଲଗାଇ ଆଣିବେ ଓ ଏହାକୁ ତାପର ଦିନ ସ୍ୱଚ୍ଛ ହୋଇ ଫିତା କୁ ପିଡୀତଙ୍କ ଗୋଡ଼ ରେ ବାନ୍ଧି ଦେବେ ଶୀଘ୍ର ସୁସ୍ଥ ହୋଇ ଯିବେ ।

ଗର୍ଭବତୀ ମାନଙ୍କୁ ଜଲ୍ଦି ନଜର ଲାଗିଥାଏ ତାଙ୍କ ଗର୍ଭ ରେ ଥିବା ଶିଶୁ କୁ ସମସ୍ତେ ନଜର ପକାଇ ଥାନ୍ତି, ତେଣୁ ଆପଣ ଗର୍ଭବତୀ ଙ୍କ ଗର୍ଭ ମାପରେ ଫିତା କୁ ୩ ଥର ତାଙ୍କ ଗର୍ଭ ଚାରିପଟେ ବୁଲାଇବେ ଓ ଏହି ଫିତା କୁ ନେଇ ବରଗଛ ବା ନଦୀରେ ବିସର୍ଜନ କରି ଦେବେ । ଶିଶୁ ପ୍ରସବ ହେବା ପର୍ଯ୍ୟନ୍ତ ଏପରି କରିବା ଦ୍ୱାରା ନଜର ଲାଗି ନଥାଏ । କଳା ଫିତାକୁ ଗୋଡ଼ରେ ମୁଦି ପିନ୍ଧୁଥିବା ସ୍ଥାନରେ ପିନ୍ଧିଲେ କଳାଯାଦୁ ର ପ୍ରଭାବ ହୋଇ ନଥାଏ ।

କଲା ଫିତାକୁ ସର୍ବଦା ନଦୀ ବା ବରଗଛ ମୂଳରେ ବିସର୍ଜନ କରିବେ, ବ୍ୟବହୃତ କଳାଫିତା କୁ ନେଇ କଲା ଯାଦୁ ମଧ୍ୟ କରା ଯାଇ ପାରେ । କଲା ଫିତା ମନ୍ଦିର ବା ନିଜେ କିଣିକି ବ୍ୟବହାର କରିବେ କେବେବି କାହାଠାରୁ ଆଣିକି ବ୍ୟବହାର କରିବେନି । କଳା ରଙ୍ଗ ନକାରତ୍ମକ ଜିନିଷ କୁ ନଷ୍ଟ କରିଥାଏ । ତେଣୁ ନବଜାତ ଶିଶୁ କୁ କଲା ଟୀକା ଲଗାଯାଏ ।

Leave a Reply

Your email address will not be published. Required fields are marked *