ଅଁଳା ଗଛ ଗୃହର କେଉଁଠି ଲଗାଇଲେ ଧନର ବର୍ଷା ହୋଇଥାଏ ? ଅଁଳା ଗଛ ଗୃହର ଏହି ଦିଗରେ ଲଗାଇବା ଶୁଭ ହୋଇଥାଏ ।

ବନ୍ଧୁଗଣ ସବୁ ପ୍ରକାରର ଚିକିତ୍ସାରେ ଅଁଳା ଗଛର ବ୍ୟବହାର କରାଯାଏ । ଅଁଳା ଗଛ ଔଷଧୀୟ ଗୁଣରେ ଭରପୁର ଅଟେ । ଏହି ଗଛ ଟି ପାଦ ଠାରୁ କେଶ ଯାଏଁ ସମସ୍ତ ପ୍ରକାରର ସମସ୍ଯା ପାଇଁ ବ୍ୟବହାର କରାଯାଏ । ଅଁଳା ଏକ ଖଟା ଜାତୀୟ ହେଲେ ମଧ୍ୟ ଗୁଣକାରୀ ହୋଇଥାଏ । ଏହାର ଆଧ୍ୟାତ୍ମିକ ଗୁଣ ବହୁତ ଅଧିକ ରହିଥାଏ । ଏହି ଗଛ ତୁଳସୀ ଗଛ ଭଳି ପବିତ୍ର ହୋଇଥାଏ । ଏହି ଗଛ ନାଁ ରେ ତିଥି ମଧ୍ୟ ରହିଛି ଯାହା କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଅଁଳା ନବମୀ ଭାବେ ପାଳନ କରାଯାଏ ।

ଆଜି ଆମେ ଜାଣିବା ଅଁଳା ଗଛ ଗୃହର କେଉଁଠି ଲଗାଇବା ଶୁଭ ହୋଇଥାଏ । ଅଁଳା ଗଛ ଆଧ୍ୟାତ୍ମିକ ଓ ବାସ୍ତୁ ଶାସ୍ତ୍ର କ୍ଷେତ୍ରରୁ ଓ ଔଷଧୀୟ ଗୁଣ କ୍ଷେତ୍ରରୁ ଅତ୍ୟନ୍ତ ଉପକାରୀ ଗଛ ହୋଇଥାଏ । ଏହା ମସ୍ତିସ୍କ ଓ ବୁଦ୍ଧି କୁ ବିକଶିତ କରିଥାଏ । ଦ୍ରୁଷ୍ଟି ଶକ୍ତି ଓ ପାଚନ ଶକ୍ତି କୁ ବୃଦ୍ଧି କରିଥାଏ । ଅଁଳା ଗଛକୁ ଘରର ଉତ୍ତର ଦିଗରେ ଲଗାଇ ପୂଜା କରାଯାଏ ତେବେ ପିଲାଙ୍କର ବୁଦ୍ଧି ବିକଶିତ ହେବା ସହ ଉଚ୍ଚ ଶିକ୍ଷିତ ହୋଇଥାନ୍ତି ।

ଓ ସଫଳତା ଲାଭ କରିଥାନ୍ତି । ସେହି ଗୃହରେ ପ୍ରତ୍ଯକ୍ଷ ଲକ୍ଷ୍ମୀ ନାରାୟଣ ଙ୍କ ବାସ ହୋଇଥାଏ । ନେଗେଟିଭ ଶକ୍ତିର ପ୍ରଭାବ ଦୂର ହୋଇଥାଏ । ସେହି ଗୃହରେ ଥିବା ଉତ୍ତର ଦିଗର ସବ ବାସ୍ତୁ ଦୋଷ ଦୂର ହୋଇଥାଏ । ଯଦି ସେହି ଗୃହରେ ପୂର୍ବରୁ କୌଣସି ଜୀବ ହତ୍ୟା ଦୋଷ ଲାଗିଥାଏ ତାହା ଦୂର ହୋଇଥାଏ । ଗୃହକୁ ଧନ ଆସିବା ବନ୍ଦ ହୋଇ ଯାଇଥାଏ ବା ନିଅଣ୍ଟ ପଡୁଥାଏ ବା ଅଭାବ ଲାଗି ରାହୁଥାଏ ତେବେ ଉତ୍ତର ଦିଗରେ ଅଁଳା ଗଛ ଲଗାଇଲେ ଏହି ସମସ୍ଯା ଦୂର ହୋଇଥାଏ ।

ଘରର ଉତ୍ତର ଦିଗରେ ଦୋଷ ଥିଲେ ସନ୍ତାନ ମାନଙ୍କର ଉନ୍ନତି ହୁଏ ନାହିଁ ଓ ବୁଦ୍ଧି ହୀନ ହୋଇଥାଏ । କୌଣସି ବି କାର୍ଯ୍ୟ ରେ ନିଜର ବୁଦ୍ଧି କୁ ପ୍ରୟୋଗ କରି ହୁଏ ନାହିଁ । କୌଣସି ବି କାମରେ ସଫଳତା ମିଳେ ନାହିଁ । ଧନ ସଞ୍ଚୟ ହୋଇପାରେ ନାହିଁ । ଏହି ପ୍ରକାରର ସମସ୍ୟାର ସମାଧାନ ପାଇଁ ଅଁଳା ଗଛ ଉତ୍ତର ବା ଐଶାନ୍ୟ କୋଣରେ ଲଗାଇବା ଉଚିତ । ଏହା ଅତ୍ୟନ୍ତ ଲାଭକାରୀ ହୋଇଥାଏ ।

ସନ୍ତାନ ଓ ସୌଭାଗ୍ୟ ପ୍ରାପ୍ତି ପାଇଁ ଅଁଳା ନବମୀ ର ପୂଜା କରାଯାଏ । ଯେଉଁ ମଣିଷ ର ସନ୍ତାନ ହେଉ ନ ଥାଏ ସେମାନେ ଅଁଳା ନବମୀ ଦିନ ଅଁଳା ଗଛ ନିଶ୍ଚୟ ପୂଜା କରିବା ଉଚିତ । ଅଁଳା ଗଛ ମୂଳରେ ନିଜେ ଭୋଜନ କରିବା ଉଚିତ । ଓ ପୂଜକ ମାନଙ୍କୁ ଖାଇବାକୁ ଦେଲେ ସନ୍ତାନ ପ୍ରାପ୍ତିର ଲାଭ ହୋଇଥାଏ । ଅଁଳା ଗଛର ଫୁଲ, ଫଳ, ଡାଳ ଆଣି ଘରେ ପୂଜା କରିଲେ ସୁ-ସନ୍ତାନ ଓ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *