ଅଣ୍ଟା ବିନ୍ଧା ସବୁଦିନ ପାଇଁ ଭଲ ହୋଇଯିବ, ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ଅଣ୍ଟା ବିନ୍ଧା ଦୂର ପାଇଁ ରେମେଡି ? Home Remedy

ବନ୍ଧୁଗଣ ଅନେକ ଲୋକଙ୍କୁ ଅଣ୍ଟା ବିନ୍ଧା ଭଳି ସମସ୍ଯା ହୋଇଥାଏ । କୌଣସି ମେଡ଼ିସିନ ନ ଖାଇ ମଧ୍ୟ ଏହି ସମସ୍ଯା ଦେଖାଯାଏ । ଅଧିକ ଓଜନ ଜିନିଷ ଉଠାଇବା କାରଣରୁ ମଧ୍ୟ ଅଣ୍ଟା ବିନ୍ଧା ସମସ୍ଯା ହୋଇଥାଏ । ଏହି ରେମେଡି ବନାଇବା ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ରସୁଣ । ଯାହା ଆପଣଙ୍କ ରୋଷେଇ ଘରୁ ସହଜରେ ମିଳିଯିବ । ଏଥିପାଇଁ ଆପଣଙ୍କୁ ଅଧିକ ରସୁଣ ର ଆବଶ୍ୟକତା ପଡିବ ନାହିଁ କେବଳ 10ରୁ 15ଟି ରସୁଣ ନିଅନ୍ତୁ ।

ରସୁଣ କୁ ଅଳ୍ପ ବାଟି ଦିଅନ୍ତୁ । ରସୁଣ ଅନେକ ପ୍ରକାରର ଭିଟାମିନ୍ସ ଓ ପୋଷକ ତତ୍ତ୍ଵରେ ଭରପୁର ରହିଥାଏ । ରସୁଣ ମଧ୍ୟରେ ଭିଟାମିନ-ଇ,ସି, ମ୍ୟାଗ୍ନେସିୟମ, କପର, ସେଲେନିୟମ ଭଳି ଅନେକ ପ୍ରକାରର ପୋଷାକ ତତ୍ତ୍ଵ ମିଳିଥାଏ ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ମଧ୍ୟ ଅଧିକ ରହିଥାଏ । ଆଜି ଆମେ ଆପଣଙ୍କୁ ଏମିତି 2ତ୍ଯି ଉପାୟ କହିବୁ ଯାହାର ପ୍ରୟୋଗ କରି ଅଣ୍ଟା ବିନ୍ଧା ସମସ୍ୟାକୁ ସବୁ ଦିନ ପାଇଁ ଦୂର କରି ପାରିବେ ।

ଏବେ ରସୁଣ ରେ ଏକ ଚାମଚ ନଡିଆ ତେଲ ମିଶାନ୍ତୁ । ଯଦି ଆପଣ ଏହାକୁ ଅଧିକ ଦିନ ଯାଏଁ ବନାଇବାକୁ ଚାହୁଁ ଛନ୍ତି ତେବେ ସବୁ ସାମଗ୍ରୀରୁ ଅଧିକ ନିଅନ୍ତୁ । ଏବେ ଏଥିରେ ଏକ ଚାମଚ ରାଶି ତେଲ ମିଶାନ୍ତୁ । ଏହା ପରେ ଏକ ଚାମଚ ସୋରିଷ ତେଲ ନିଅନ୍ତୁ । ଏବେ ଏହି ସବୁ ସାମଗ୍ରୀ କୁ ଭଲ ଭାବେ ମିଶ୍ରଣ କରି ନିଅନ୍ତୁ । ଏହି ଉପଚାରକୁ ଆପଣ ଦୁଇ ପ୍ରକାରରେ ପ୍ରସ୍ତୁତ କରି ପାରିବେ ।

 

ପ୍ରଥମତଃ ଯଦି ଆପଣ ଏହାକୁ ଖରା ରେ ରଖିକି ଏହାର ପ୍ରୟୋଗ କରିବେ ତେବେ ଆଶ୍ଚର୍ଯ୍ୟ ଜଣକ ଫାଇଦା ଦେଖିବାକୁ ମିଳିବ । ଖରା ରେ ରଖିବାକୁ ଅଳ୍ପ ସମୟ ଲାଗିପାରେ କିନ୍ତୁ ବହୁତ ଫାଇଦା ମିଳିଥାଏ । ଏଥିପାଇଁ 10ରୁ 15 ଦିନ ଖରା ରେ ରଖନ୍ତୁ । ଏହି ତେଲ କୁ ଆପଣ ଆଁଠୁ, କାନ୍ଧ ରେ ବିନ୍ଧା ହେଉଥିଲେ ଲଗାଇ ପାରିବେ । ତୁରନ୍ତ ଏହାକୁ ତିଆରି କରି ଲଗାଇବାକୁ ଚାହୁଁ ଛନ୍ତି ସେଥିପାଇଁ ଏକ ପାତ୍ର ରେ ପାଣି ନେଇ ତେଲ ଯେଉଁ ପାତ୍ରରେ ରଖିଛନ୍ତି ତାହାକୁ ବସାଇ ଗରମ କରନ୍ତୁ ।

ଧ୍ୟାନ ରଖିବେ ଯେମିତି ତେଲ ଥିବା ପାତ୍ର ରେ ପାଣି ନ ଆସେ । ଏହା ଭଲରେ ଫୁଟିବା ପରେ ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହି ତେଲ କୁ ଅଣ୍ଟା ରେ ଲଗାଇ ମାଲିସ କରନ୍ତୁ । ଦେଖିବେ ଅଣ୍ଟା ବିନ୍ଧା ସମସ୍ୟା ରୁ ରିହାତି ମିଳିବ । ଦ୍ଵିତୀୟ ରେମେଡି ପାଇଁ 3ରୁ 4ଟି ରସୁଣ ନିଅନ୍ତୁ । ରସୁଣ କୁ ଚୋବାଇ ଖାଇବା ପରେ ଏକ ଗ୍ଳାସ ପାଣି ପିଆନ୍ତୁ । ଯଦି ଏମିତି ନ ହେବ ତେବେ ଖାଦ୍ୟ ଖାଇବା ସମୟରେ ରସୁଣ ଚୋବାଇ ଖାଇପାରିବେ । ଧ୍ୟାନ ରଖିଲେ ଖାଲି ପେଟରେ ରସୁଣ ଖାଇବେ ନାହିଁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *