ଥଣ୍ଡା, ଜ୍ୱର, କଫ, କାଶ, ଗଳା ସଂକ୍ରମଣ ଗୋଟିଏ ଦିନରେ ଭଲ ହେବ- Health Tips

ବନ୍ଧୁଗଣ ବର୍ତ୍ତମାନ ବର୍ଷା ଋତୁ ଆରମ୍ବ ହୋଇସାରିଛି । ଆଉ ଏହି ଦିନରେ ଥଣ୍ଡା, କାଶ, ଜ୍ଵର ସମସ୍ଯା ସମସ୍ତଙ୍କୁ ହେବାକୁ ଲାଗେ । ପିଲାଙ୍କ ଠାରୁ ଆରମ୍ଭ କରି ବଡ ମାନେ ଏଥିରେ ପୀଡିତ ହୋଇଥାନ୍ତି । ଏମିତିରେ ବାରମ୍ବାରର ବାହାରର ଔଷଧ ସେବନ ଦ୍ଵାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିବା ସହ ସାଇଡ ଇଫେକ୍ଟ ମଧ୍ୟ ପଡିଥାଏ । ଯେଉଁ ମାନଙ୍କର ଇମ୍ୟୁନିଟି ପାୱାର କମ ଥାଏ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ ।

ଆମ ରୋଷେଇ ଘରେ ଥିବା ଜିନିଷର ସଠିକ ପ୍ରୟୋଗ କରିଲେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇହେବ । ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ । ଏହି ରେମେଡି ତିଆରି କରିବା ପାଇଁ ଏକ ପାତ୍ରରେ ଏକ ଗ୍ଳାସ ପାଣି ନିଅନ୍ତୁ । ପାଣି ଅଳ୍ପ ଗରମ ହେବା ପରେ ଏମିତି କିଛି ଜିନିଷ ମିଶାନ୍ତୁ ଯାହା ଆପଣଙ୍କ ଛାତିରେ ଜମା ହୋଇଥିବା କଫ, ଥଣ୍ଡା ରୁ ବହୁତ ଜଲ୍ଦି ଆରାମ ପ୍ରଦାନ କରିବ ।

ଏହା ସହ ଯଦି ଗଳାରେ କଷ୍ଟ ଓ କାଶ ହେଉଛି ତେବେ ସେଥିରୁ ମଧ୍ୟ ଆପଣଙ୍କୁ ଆରାମ ମିଳିବ । 10ରୁ 12ଟି ଗୋଲମରୀଚକୁ ହାଲକା ଛେଚି ପାଣିରେ ପକାନ୍ତୁ ଯାହା ଗଳା ପାଇଁ ବହୁତ ଭଲ ରେମେଡି ଅଟେ । ଦ୍ଵିତୀୟ ସାମଗ୍ରୀ ହେଉଛି 2ଟି ଲବଙ୍ଗକୁ ହାଲକା ଛେଚି ଏଥିରେ ମିଶାନ୍ତୁ । ଲବଙ୍ଗ ଆଣ୍ଟି ବ୍ୟାକ୍ଟେରିୟାଲ ହୋଇଥିବାରୁ ଗଳାରେ ହେଉଥିବା କଷ୍ଟରୁ ଆରାମ ଦେଇଥାଏ ।

ତୃତୀୟ ସାମଗ୍ରୀ ଏକ ଚାମଚ ଜୁଆଣୀ । ଯାହା ଥଣ୍ଡା, କାଶ, କଫରୁ ତୁରନ୍ତ ଆରାମ ଦେଇଥାଏ । ଚତୁର୍ଥ ସାମଗ୍ରୀ ଅଧା ଚାମଚ ସୁଣ୍ଠି ପାଉଡର । ଏଥିରେ ଭିଟାମିନ ଓ ପ୍ରୋଟିନ ଅଧିକ ମିଳିଥାଏ । ଏହାପରେ 5ରୁ 6ଟି ତୁଳସୀ ପତ୍ର ମିଶାନ୍ତୁ ଯାହା ଥଣ୍ଡା, କାଶ, କଫରୁ ଜଲ୍ଦି ଆରାମ ଦେଇଥାଏ । ତୁଳସୀ ଇମ୍ୟୁନିଟି ସିଷ୍ଟମକୁ ମଧ୍ୟ କଣ୍ଟ୍ରୋଲ କରିଥାଏ ।

ଏହାପରେ ଏକ ଚାମଚ କଞ୍ଚା ହଳଦୀ କୁ ଛେଚି ଏଥିରେ ମିଶାନ୍ତୁ । ଏହାଦ୍ବାରା କଫ, କସ ରୁ ରିହାତି ମିଳିଥାଏ । ଏହାପରେ ଅଧ ଚାମଚ ଗୁଡ ମିଶାନ୍ତୁ ଯାହା ଥଣ୍ଡା ଜନିତ ସମସ୍ଯା ପାଇଁ ଲାଭଦାୟକ ଓ ଗରମ ହୋଇଥାଏ । ଏହାର ପ୍ରୟୋଗ କରିବା ଦ୍ଵାରା ଥଣ୍ଡା, କାଶ, ଜ୍ଵର ଭଳି ସମସ୍ଯା କେବେ ବି ହେବ ନାହିଁ । ଗୁଡ କାଢା ର ସ୍ଵାଦ ବଢାଇଥାଏ ।

2ଟି ଗୁଜୁରାତି ଛେଚି ପାଣିରେ ମିଶାନ୍ତୁ ଯାହା ଗଳା ସଂକ୍ରମଣ ରୁ ରକ୍ଷା କରିଥାଏ । ଏହି କାଢା କୁ ସେତେ ଯାଏଁ ଫୁଟାନ୍ତୁ ଯେବେ ଯାଏଁ ପାଣି ଅଧା ନ ହୋଇଛି । ପାଣି ଫୁଟିବା ପରେ ଏହାକୁ ଏକ ପାତ୍ରକୁ ଛାଣି ନିଅନ୍ତୁ । ଯଦି ଏହି କାଢା ବଡ ମାନଙ୍କୁ ଦେଉଛନ୍ତି ତେବେ ଦିନକୁ 3 ଥର ଦୁଇ ଚାମଚ ଏବଂ ଛୋଟ ପିଲାଙ୍କୁ ଦିନକୁ 2 ଥର 2 ଚାମଚ ଦେଇପାରିବେ । ଏହା ବହୁତ ଅଧିକ ଇଫେକ୍ଟିଭ ରେମେଡି ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *