ସାଂସଦ Anubhav ଙ୍କ ବାପା ଅଭୟ କୁମାର ମହାନ୍ତିଙ୍କୁ ଲାଗିଲା ବଡ ଝଟକା, ମହଙ୍ଗା ପଡିଲା ମିଛ ଯୋଗ୍ୟତା ପ୍ରମାଣପତ୍ର

କେନ୍ଦ୍ରପଡା ସାସଂଦ ଓ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କୁ ବର୍ତ୍ତମାନ ଏକ ବହୁତ ବଡ ଝ-ଟ-କା ଲାଗିଛି । ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଓ ଅବସର ନେଇସାରିଥିବା ଇଂରାଜୀ ଅଧ୍ୟାପକ ଅଭୟ କୁମାର ମହାନ୍ତିଙ୍କ ପଦୋନ୍ନତିକୁ ବାତିଲ କରି ଦେଇଛନ୍ତି ।

କହିଦେଉଛୁ କି ମିଛ ଯୋଗ୍ୟତା ପ୍ରମାଣ ପତ୍ର ଦାଖଲ କରିବା ମାମଲାରେ ଏହିଭଳି ନିଷ୍ପତି ନିଆଯାଇଛି । ପ୍ରଥମେ ଅଭୟ କୁମାର ମହାନ୍ତିଙ୍କ ବି-ରୁ-ଦ୍ଧରେ ଅଭିଯୋଗ ଆସିଥିଲା । ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଏହି ମାମଲାର ତ-ଦ-ନ୍ତ କରାଯାଇ ଥିଲା । ଯେଉଁଥିରେ ଜଣା ପଡିଲା କି ଅନୁଭବ ମହାନ୍ତିଙ୍କ ବାପା ଅଭୟ କୁମାର ମହାନ୍ତି ଜାଲ ରିଫ୍ରେସର କୋର୍ସର ପ୍ରମାଣ ପତ୍ର ଦାଖଲ କରିଛନ୍ତି ।

ଯେଉଁଥି ପାଇଁ ଉଚ୍ଚ ଶିକ୍ଷା ବିଭାଗ ତାଙ୍କର ପଦୋନ୍ନତିକୁ ବାତିଲ କରି ଦେଇଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଅଭୟ ମହାନ୍ତିଙ୍କ ଘରକୁ ଚିଠି ପଠାଇବା ସହିତ କନ୍ଦରପୁର କଲେଜର ଅଧ୍ୟାପକଙ୍କୁ ଏହା ବିଷୟରେ ସୂଚିତ କରାଯାଇଛି ।

ଅଧ୍ୟାପକଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି । ଉଚ୍ଚ ଶିକ୍ଷା ବିଭାଗ ତରଫରୁ କୁହାଯାଇଛି କି ଅନୁଭବ ମହାନ୍ତିଙ୍କ ପିତା ଅଭୟ କୁମାର ମହାନ୍ତି ଇଂରାଜୀ ଅଧ୍ୟାପକ ରୂପରେ ଚାକିରିରୁ ଅବସର ନେଇଥିଲେ । ଏହା ପରେ ସେ ରିଡର ରୂପରେ ୧୯୯୭ ଜାନୁୟାରୀ ୨ ତାରିଖରେ କଟକର କନ୍ଦରପୁର କଲେଜରେ ନିଯୁକ୍ତି ପାଇଥିଲେ ଓ ଏଥିପାଇଁ ତାଙ୍କୁ ଦରମା ବି ଦିଆଯାଉ ଥିଲା ।

କିନ୍ତୁ କିଛି ଦିନ ପରେ ତାଙ୍କ ନାଁରେ ଜାଲ ରିଫ୍ରେସର କୋର୍ସ ଦାଖଲ କରିବାକୁ ନେଇ ଅଭିଯୋଗ ସାମ୍ନାକୁ ଆସିଥିଲା । ଯେତେବେଳେ ଏହାର ତ-ଦ-ନ୍ତ କରାଗଲା ତେବେ ଜଣା ପଡିଲା କି ଅଭୟ କୁମାର ମହାନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନାଁରେ ଜାଲ ପ୍ରମାଣ ପତ୍ର ଦାଖଲ କରିଛନ୍ତି ।

ସୂଚନା ଅଧିକାର କର୍ମୀ ଓ ଆଇନଜୀବୀ ନିଶିକାନ୍ତ ମିଶ୍ର ଏହି ମାମଲାର ଯାଞ୍ଚ କରିଥିଲେ । ସୂଚନା ଅନୁଆରେ ସେ ଯେଉଁ ବର୍ଷର ସାର୍ଟିଫିକେଟ ଦେଇଛନ୍ତି ସେହି ବର୍ଷ ବ୍ରହ୍ମପୁର କଲେଜରେ ରିଫ୍ରେସର କୋର୍ସ ହୋଇ ନ ଥିଲା । ଉଚ୍ଚ ଶିକ୍ଷା ବିଭାଗର ତ-ଦ-ନ୍ତ କମିଟି ସାମ୍ନାରେ ବି ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ କର୍ତ୍ତୁପକ୍ଷ ମାନି ଥିଲେ । ଏହି ସବୁକୁ ଆଧାର କରି ଅନୁଭବ ମହାନ୍ତିଙ୍କ ପିତା ଅଭୟ କୁମାର ମହାନ୍ତିଙ୍କ ପଦୋନ୍ନତିକୁ ବାତିଲ କରିଦିଆଯାଇଛି ।

Leave a Reply

Your email address will not be published. Required fields are marked *