ଗ୍ରାହକଙ୍କ ପାଇଁ ଖୁସି ଖବର, ଏବେ ଏତେ ଶସ୍ତାରେ ମିଳିବ LPG ଗ୍ୟାସ ସିଲିଣ୍ଡର….. ଜାଣନ୍ତୁ କେତେ

ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ଲଗାତର ବୁଦ୍ଧି ହୋଇ ଚାଲିଛି । ବର୍ତ୍ତମାନ ଗୋଟିଏ ଗ୍ୟାସ ସିଲିଣ୍ଡର ମୂଲ୍ୟ ପାଖାପାଖି ୧୦୦୦ ଟଙ୍କା । ଏମିତିରେ ଲୋକମାନେ ବହୁତ ଚିନ୍ତିତ ଅଛନ୍ତି । କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ପାଇଁ ଖୁସି ଖବର ଆସି ଯାଇଛି । କାରଣ ବର୍ତ୍ତମାନ ଆପଣ ଗୋଟିଏ ଗ୍ୟାସ ସିଲିଣ୍ଡରକୁ ମାତ୍ର ୬୩୩.୫୦ ଟଙ୍କାରେ କିଣିବେ ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଘରୋଇ ଗ୍ୟାସ ସିଲିଣ୍ଡରରେ କୌଣସି ବି ପ୍ରକାରର ପରିବର୍ତ୍ତନ କରାଯାଇ ନାହିଁ । କହିବାକୁ ଗଲେ ଆମେ ଯେଉଁ ସିଲିଣ୍ଡର ବିଷୟରେ କହୁଛୁ ସେଥିରେ ଗ୍ୟାସ ଦୃଶ୍ୟମାନ ହୁଏ ଓ ୧୪.୨ କିଲୋଗ୍ରାମ ଗ୍ୟାସ ଭାରି ସିଲିଣ୍ଡର ଅପେକ୍ଷା ଏହା ହାଲୁକା ହୋଇଥାଏ । ଏହାକୁ କମ୍ପୋଜିଟ ସିଲିଣ୍ଡର କୁହାଯାଏ ।

ଯଦି ୧୪.୨ କିଲୋଗ୍ରାମ ବାଲା ଲୁହା ଗ୍ୟାସ ସିଲିଣ୍ଡର ମୂଲ୍ୟ ଦିଲ୍ଲୀରେ ୯୦୦ ଟଙ୍କା ପାଖାପାଖି ଅଟେ, ତେବେ ଗୋଟିଏ କମ୍ପୋଜିଟ ସିଲିଣ୍ଡର ମୂଲ୍ୟ ପାଖାପାଖି ୬୩୩.୫୦ ଟଙ୍କାରେ ରିଫିଲ କରା ଯାଇ ପାରିବ । ୫ କିଲୋଗ୍ରାମ ଗ୍ୟାସ ସହିତ LPG କମ୍ପୋଜିଟ ସିଲିଣ୍ଡର ମାତ୍ର ୫୦୨ ଟଙ୍କାରେ ରିଫିଲ ହେବ ।

୧୦ କିଲୋଗ୍ରାମ LPG କମ୍ପୋଜିଟ ସିଲିଣ୍ଡର ପୂରଣ କରିବାକୁ ହେଲେ ଆପଣଙ୍କୁ କେବଳ ୬୩୩.୫୦ ଟଙ୍କା ଦବାକୁ ପଡିବ । ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ଲୁହା ସିଲିଣ୍ଡର ତୁଳନାରେ କମ୍ପୋଜିଟ ସିଲିଣ୍ଡରରେ ୪ କିଲୋଗ୍ରାମ କମ ଗ୍ୟାସ ରହିବ ।

ଦିଲ୍ଲୀ, ବାରାଣାସୀ, ପ୍ରୟାଗରାଜ, ଫରିଦାବାଦ, ଗୁରୁଗ୍ରାମ, ଜୟପୁର, ହାଇଦ୍ରାବାଦ, ଜଲନ୍ଦର, ଜାମସେଦପୁର, ପାଟନା, ମୈସୁର, ଲୁଧିଆନା, ରାୟପୁର, ରାଞ୍ଚି, ଅହମ୍ମଦାବାଦ, ଗୋରଖପୁର ଓ କାନପୁର ଭଳି ୨୮ ଟି ସହରରେ ଏହି ସୁବିଧା ଉପଲବ୍ଧ ଅଛି । ଲୁହା ସିଲିଣ୍ଡର ଅପେକ୍ଷା କମ୍ପୋଜିଟ ସିଲିଣ୍ଡର ୭ କିଲୋଗ୍ରାମ ହାଲୁକା ଅଟେ ।

ଏହାର ତିନୋଟି ସ୍ତର ଅଛି । ବର୍ତ୍ତମାନ ବ୍ୟବହୃତ ହେଉଥିବା ଖାଲି ଲୁହା ସିଲିଣ୍ଡରର ଓଜନ ୧୭ କିଲୋଗ୍ରାମ ଓ ଯେତେବେଳେ ଏଥିରେ ଗ୍ୟାସ ରିଫିଲ କରାଯାଏ ତେବେ ଏହାର ଓଜନ ୩୧ କିଲୋଗ୍ରାମ ହୋଇଯାଏ । କିନ୍ତୁ କମ୍ପୋଜିଟ ସିଲିଣ୍ଡର ଓଜନ ୧୦ କିଲୋଗ୍ରାମ ଅଟେ ଓ ଗ୍ୟାସ ଭର୍ତ୍ତି କରିଲା ପରେ ବି ଏହା ୧୦ କିଲୋଗ୍ରାମ ହିଁ ରହିଥାଏ ।

କହିଦେଉଛୁ କି ଏହି ଫାଇବାର ଯୁକ୍ତ ଗ୍ୟାସ IOC ଦ୍ଵାରା ଜାରି କରାଯାଇଛି । ଏହି ସିଲିଣ୍ଡରକୁ ରିଫିଲ କରିବାରେ ସୁବିଧା ହୋଇଥାଏ ଓ ଏଥିରେ କଳଙ୍କ ଲାଗିବ ନାହିଁ । ଏହି କମ୍ପୋଜିଟ ସିଲିଣ୍ଡର ଦୁଇଟି ପ୍ରକାରର ଅଛି ଗୋଟିଏ ୫ କିଲୋଗ୍ରାମ ଓ ଅନ୍ୟ ଟି ୧୦ କିଲୋଗ୍ରାମ । ୫ କିଲୋଗ୍ରାମ ସିଲିଣ୍ଡର ପାଇଁ ୨୧୫୦ ଟଙ୍କା ସିକ୍ୟୁରିଟି ଦେବାକୁ ପଡିବ ଓ ୧୦ କିଲୋଗ୍ରାମ ଗ୍ୟାସ ପାଇଁ ୩୩୫୦ ଟଙ୍କା ସିକ୍ୟୁରିଟି ଦେବାକୁ ପଡିବ ।

Leave a Reply

Your email address will not be published. Required fields are marked *