ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଜଣାଇବୁ ଆସୁଥିବା ନବବର୍ଷ ୨୦୨୩ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କିପରି ରହିବ । ଏବଂ କଣ ଘଟିବାକୁ ଯାଉଛି ତାଙ୍କ ଜୀବନରେ । ତେବେ ଆସନ୍ତୁ ଆଜି ଆମେ ଜାଣିବା ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ସହ ଆଗାମୀ ନୂତତ ବର୍ଷରେ କଣ ସବୁ ଘଟିବାକୁ ଯାଉଛି । ଆଉ ମାତ୍ର କିଛି ମାସରେ ଆରମ୍ଭ ହେବାକୁ ଯାଉଛି ନୂତନ ବର୍ଷ । ଏହି ନୂତନ ବର୍ଷରେ ମେଷ ରାଶିର ବ୍ୟକ୍ତିଙ୍କ ସହିତ ୬ଟି ଘଟଣା ଘଟିବାକୁ ଯାଉଛି ।
ପ୍ରଥମ ଘଟଣାଟି ହେଉଛି ସନିଦେବ ଆପଣଙ୍କର ଏଗାରତମ ଗୃହରେ ଗୋଚର କରିବେ । ଏହାପରେ ମେଷ ରାଶି ପାଇଁ ସନିଦେବଙ୍କର ପଞ୍ଚମ ଦୃଷ୍ଟି ଆସିଯିବ । ଯେଉଁମାନେ ସନ୍ତାନ ପାଇଁ ଇଛୁକ ଅଛନ୍ତି ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ ।
ଏହି ରାଶିର ବ୍ୟକ୍ତି ନୂତନ ବର୍ଷରେ ସନ୍ତାନ ପ୍ରାପ୍ତିର ସୁଖ ଲାଭ କରିବେ । ଶନିଦେବଙ୍କ ପଞ୍ଚମ ପକ୍ଷଟି ସନ୍ତାନ ମାନଙ୍କ ପ୍ରତି ଅନୁକୂଳ ଅଟେ । ଦିତୀୟ ଘଟଣାଟି ହେଉଛି, ଯେଉଁମାନେ ପ୍ରେମ ସମ୍ପର୍କରେ ରହିଛନ୍ତି ଜାଣିରଖନ୍ତୁ କି ଆପଣଙ୍କୁ କିଛି ସମୟ ଧ୍ୟାନର ସହ ଚଳିବାକୁ ପଡିବ । ଜାନୁୟାରୀ, ଫେବୃୟାରି, ମାର୍ଚ ଏହି ୩ଟି ମାସ ଆପଣଙ୍କ ଲଭ ଲାଇଫ ପାଇଁ ଭଲ ନୁହେ ।
ପ୍ରେମ ବିଚ୍ଛେଦ ହୋଇପାରେ, ଦୁହିଁଙ୍କ ମଧ୍ୟରେ ଭୁଲ ବୁଝାବଣା ହୋଇପାରେ । କୌଣସି ବାହାର ବ୍ୟକ୍ତିଙ୍କ ହସ୍ତକ୍ଷେପ ରହିପାରେ । ତୃତୀୟ ଘଟଣାଟି ହେଉଛି, ଏପ୍ରିଲ ମାସରେ ବୃହସ୍ପତି ଗୋଚର କରିବେ ଆପଣଙ୍କ ରଶିରେ ଯାହା ଫଳରେ ଆପଣଙ୍କୁ କୌଣସି ବଡ ସଫଳତା ହାସଲ ହୋଇପାରେ । ଏବଂ ଅଧିକ ଉନ୍ନତି କରିପାରନ୍ତି । ଧାର୍ମିକ ଯାତ୍ରା କରିବାର ସୁଯୋଗ ମଧ୍ୟ ରହିଛି ।
ସବୁ କ୍ଷେତରେ ଆପଣ ବିଜୟ ଲାଭ କରିପାରନ୍ତି । ଯେଉଁ କର୍ମ କ୍ଷେତ୍ରରେ ଆପଣ ଅଛନ୍ତି ସେଠାରେ ଆପଣଙ୍କର ଧନ ଓ ଯଶ ବଢିପାରେ । ଜୀବନରେ ଏପରି ସଫଳତା ଆପଣ ପାଇବେ ଯାହାର ଆପଣ ଚିନ୍ତା ବି କରିପାରିବେ ନାହିଁ । ଆପଣଙ୍କୁ ଆଶ୍ଚର୍ଯ୍ୟ କଲାପରି କିଛି ସଫଳତା ଆପଣ ପାଇବେ । ଏବେ ଆସନ୍ତୁ ଜାଣିବା ଚତୁର୍ଥ ଘଟଣାଟି,ଯଦି ଆପଣଙ୍କ ବିବାହରେ ବିଳମ୍ବ ହେଉଥାଏ ତେବେ ବୃହସ୍ପତିଙ୍କ ଦ୍ରୁଷ୍ଟି ସପ୍ତମ ଭାଗରେ ପଡିବା ଦ୍ଵାରା ଆପଣଙ୍କ ସମସ୍ଯା ଦୂର ହୋଇଯିବ ।
ନୂତନ ବର୍ଷରେ ହିଁ ଆପଣଙ୍କ ବିବାହ ହୋଇପାରେ ବା ଠିକ ହୋଇପାରେ । ଏବେ ଆସନ୍ତୁ ଜାଣିବା ପଞ୍ଚମ ଘଟଣା ବିଷୟରେ, ରାହୁ ୨୩ ଅକ୍ଟୋବରରୁ ମେଷ ରାଶି ରୁ ବାହାରି ଯିବେ ଯାହାଫଳରେ ଆପଣ ଯେଉଁ ଚିନ୍ତାରେ ରହୁଥିଲେ ସେହି ଚିନ୍ତା ଟି ଆପଣଙ୍କର ଦୂର ହେବ । ମାନସିକ ଯନ୍ତ୍ରଣାରୁ ବାହାରି ଯିବେ । କୋଟ କଚେରୀ ମାମଲା ଥିଲେ ଜଲ୍ଦି ହିଁ ଠିକ ହୋଇଯିବ ।
ଏବେ ଜାଣନ୍ତୁ ଷଷ୍ଠ ଘଟଣା ଟି, ୨୦୨୩ ବର୍ଷ ଟି ଛତ୍ର ଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ସମସ୍ତ ପରୀକ୍ଷାରେ ଏମାନେ ସଫଳ ହେବେ । ସ୍ଵାସ୍ତ ଖରାପ ଥିଲେ ବହୁତ ଜଲ୍ଦି ଠିକ ହୋଇଯିବ । ଏହାସବୁ ଘଟିବାକୁ ଯାଉଛି ଏହି ନୂତନ ବର୍ଷ ୨୦୨୩ରେ ମେଷ ରାଶିରେ । ଯଦି ଆପଣଙ୍କୁ ପୋଷ୍ଟ ଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର ନିଶ୍ଚୟ କରନ୍ତୁ ।