ବାଛନ୍ତୁ ନିଜ ରାଶି ଓ ଜାଣନ୍ତୁ ନିଜ ବିଷୟରେ ସବୁ କିଛି -Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ଜାଣିଛନ୍ତି କି ରାଶିରୁ ଲୋକମାନଙ୍କର ଗୁଣ, ସ୍ଵଭାବ ଏବଂ ବ୍ୟକ୍ତିତ୍ୱର ବିଷୟରେ ବହୁତ କିଛି ଜଣା ଯାଇଥାଏ । କେବଳ ରାଶିରୁ ଲୋକମାନଙ୍କର ଭଲ ଗୁଣ ବଦ୍ ଗୁଣ ଏବଂ ତାଙ୍କର ସଉକ ବିଷୟରେ ମଧ୍ୟ ଜଣା ପଡିଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହି ରାଶିମାନଙ୍କର ସ୍ଵଭାବ ବିଷୟରେ ସମ୍ପୂର୍ଣ ସୂଚନା ।

୧ . କର୍କଟ ରାଶି – ବନ୍ଧୁଗଣ ଆପଣମାନେ ଜାଣିଥିବେ ଯେ, କର୍କଟ ରାଶିର, ରାଶି ଚିହ୍ନ କଙ୍କଡ଼ା ହୋଇଥାଏ । ଏଥିପାଇଁ କର୍କଟ ରାଶିର ବ୍ୟକ୍ତି ମାନଙ୍କ ମଧ୍ୟରେ ଚିନ୍ତାଧାରା, ଚାଞ୍ଚଲ୍ୟତା, ସହନଶୀଳତା ଅଧିକ ମାତ୍ରାରେ ଦେଖାଯାଇଥାଏ । ବନ୍ଧୁଗଣ ଚନ୍ଦ୍ରମା ଙ୍କୁ ମନର ସ୍ବାମୀ କୁହାଯାଇଥାଏ, ଏଥିପାଇଁ କର୍କଟ ଜାତକର ବ୍ୟକ୍ତିମାନେ ଯେକୌସି ଲୋକ ମାନଙ୍କର ମନରେ ଥିବା କଥା ତାଙ୍କ କହିବା ଆଗରୁ ଜାଣି ଯାଇଥାନ୍ତି । ସାଧାରଣତଃ କର୍କଟ ରାଶିର ଲୋକମାନେ ଦେଖିବାକୁ ସାମାନ୍ୟ ହୋଇଥାନ୍ତି ।

ଏହା ଛଡା ଏହି ରାଶିର ବ୍ୟକ୍ତି ମାନଙ୍କର ଆଙ୍ଗୁଳି ମୋଟା ଏବଂ ହାତ ବହୁତ୍ କୋମଳ ହୋଇଥାଏ ଏବଂ ଏହି ରାଶିର ଲୋକମାନଙ୍କର ମୁଣ୍ଡରେ କଳା ଯାଇ ବା ଦାଗ ଥାଏ । ଏହି ରାଶିର ବ୍ୟକ୍ତିମାନେ ବହୁତ ଦୃଢ଼ ହେବା ସହ ବହୁତ ଦୁର୍ବଳ ମଧ୍ୟ ହୋଇଥାନ୍ତି । ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ଅନ୍ୟ ଲୋକଙ୍କର ଜୀବନରେ କଣ ଚାଲିଛି ତାର ସୂଚନା ରଖିବାକୁ ପସନ୍ଦ କରିଥାନ୍ତି । ଏହି ରାଶିର ଲୋକମାନେ ଯେତେବେଳେ କିଛି କାମ ଆରମ୍ଭ କରିଥାନ୍ତି, ତାକୁ ସଂପୂର୍ଣ୍ଣ କରିଥାନ୍ତି ।

ଏହି ରାଶିର ଲୋକମାନଙ୍କର କେହି ନିଜର ବା ସାଙ୍ଗସାଥୀ ତାଙ୍କର ବିରୋଧରେ କହିଥାନ୍ତି, ତେବେ ସେ ତାଙ୍କୁ ପ୍ରତି ଉତ୍ତର ଦେବାକୁ ପଛାନ୍ତି ନାହିଁ । ଛୋଟ ପିଲାଙ୍କ ପରି କର୍କଟ ରାଶିର ବ୍ୟକ୍ତି ମାନଙ୍କର କିଛି ଅସମ୍ଭବ ଇଚ୍ଛା ମଧ୍ୟ ଥାଏ, ଯାହା ପୂରଣ ନହେଲେ ସେ ରାଗି ଯାଇଥାନ୍ତି । ଏହି ରାଶିର ବ୍ୟକ୍ତି ମାନଙ୍କର ଶାସ୍ତ୍ର, ଅଭିନୟ, ନର୍ସିଂ, ଇଞ୍ଜିନୟରିଙ୍ଗ୍, ଜ୍ୟୋତିଷ ଶାସ୍ତ୍ର, ଗଣିତ ଆଦି କ୍ଷେତ୍ରରେ ଶିକ୍ଷା ନେବାର ରୁଚି ଅଧିକ ହୋଇଥାଏ । ଏମାନଙ୍କୁ ବ୍ୟାପାରରେ ବିଶେଷ ସଫଳତା ହାସଲ ହୋଇଥାଏ । ପ୍ରେମ ସମ୍ବନ୍ଧରେ ଏମାନଙ୍କୁ ଆଖି ବୁଜି ବିଶ୍ବାସ କରିବାକୁ ମନା କରାଯାଇଥାଏ ।

୨ . ସିଂହ ରାଶି –

ନିଜ ରାଶି ଚିହ୍ନ ପରି ସିଂହ ରାଶିର ବ୍ୟକ୍ତି ମାନେ ସିଂହ ପରି ଶକ୍ତିଶାଳୀ ହୋଇଥାନ୍ତି, ଏମାନଙ୍କର ମସ୍ତିଷ୍କ ଉନ୍ନତ ଏବଂ ବିଶାଳ ହୋଇଥାଏ । ଏବଂ ଏମାନଙ୍କର ଚେହେରା ବହୁତ ଆକର୍ଷକ ହୋଇଥାଏ । ଏମାନଙ୍କର ଚାଲିବା, କଥା କହିବା ସ୍ଵଭାବ ଅନ୍ୟ ମାନଙ୍କ ଠାରୁ ବହୁତ ଅଲଗା ହୋଇଥାଏ । ଏହି ରାଶିର ଲୋକମାନଙ୍କୁ ତାଙ୍କ ଜୀବନରେ ପ୍ରେମ ମିଳି ନଥାଏ, ଏମାନେ ବହୁତ ଆଶାବାଦୀ ହୋଇଥାନ୍ତି ଏବଂ ଏମାନେ ସ୍ୱଭାବରେ ବହୁତ ରାଗି ମଧ୍ୟ ହୋଇଥାନ୍ତି ।

ଏହି ରାଶିର ବ୍ୟକ୍ତି ମାନଙ୍କର ଚରିତ୍ର ନିର୍ମଳ ହୋଇଥାଏ ଏବଂ ଏମାନେ କର୍ମଶୀଳ ହୋଇଥାନ୍ତି । ଏହି ରାଶିର ଲୋକମାନଙ୍କର ସୁନା, ସିନେମା ଦେଖିବା, ସୈାକିନିଆ ଜିନିଷ ସଂଗ୍ରହ କରିବା ଏବଂ ଭଲ ପୋଷାକ ପିନ୍ଧିବାରେ ଅତ୍ୟନ୍ତ ରୁଚି ରହିଥିବାର ଦେଖିବାକୁ ମିଳିଥାଏ । ଏହି ରାଶିର ଲୋକମାନେ ବର୍ତ୍ତମାନ ଅପେକ୍ଷା ଭୂତ ଏବଂ ଭବିଷ୍ୟ କାଳ ର କଥା ବିଷୟରେ ଅଧିକ ଭାବିଥାନ୍ତି, ଏମାନଙ୍କୁ ରାଗ ଖୁବ୍ ଶୀଘ୍ର ଏବଂ ଖୁବ୍ ଅଧିକ ଆସିଥାଏ ।

ଶିକ୍ଷା କ୍ଷେତ୍ରରେ ଏମାନେ ଚିକିତ୍ସା ଶାସ୍ତ୍ର, ସାହିତ୍ୟ, ପତ୍ରକାର, ରାଜନୀତି ଏବଂ ଜ୍ୟୋତିଷ ଶାସ୍ତ୍ର ରେ ରୁଚି ରଖିଥାନ୍ତି । ଏହି ରାଶିର ଲୋକଙ୍କ ପାଇଁ ପ୍ରେମ ଜୀବନରେ ବହୁତ ମହତ୍ୱ ରଖିଥାଏ, କିନ୍ତୁ ଏମାନଙ୍କୁ ତାଙ୍କ ଜୀବନରେ ପ୍ରେମ ବହୁତ କଷ୍ଟରେ ମିଳିଥାଏ । ଏହି ରାଶିର ଲୋକେ ତାଙ୍କ ମାଆଙ୍କୁ ଅଧିକ ଭଲ ପାଇଥାନ୍ତି ।

୩ . କନ୍ୟାରାଶି

ଏହି ରାଶିର ବ୍ୟକ୍ତିମାନେ ଲୋକମାନଙ୍କର ନିଃସ୍ୱାର୍ଥରତା ର ସହିତ ସାହାଯ୍ୟ କରିଥାନ୍ତି, ଏମାନଙ୍କର ପାପୁଲି ଲମ୍ବା ଏବଂ ଚୌଡା ହୋଇଥାଏ, ଏହି ରାଶିର ଲୋକମାନଙ୍କର ପିଠି, ଗାଲ, ବେକ ବା କାନ୍ଧ ରେ କଳା ଜାଇ ଅବଶ୍ୟ ରହିଥାଏ । ଏମାନେ ରହସ୍ୟମୟ ହେବା ସହ ଲୋକଙ୍କୁ ତାଙ୍କ କଥାରେ ବୁଲେଇବା ବହୁତ ଭଲ ଭାବେ ଜାଣିଛନ୍ତି । ଏହି ରାଶିର ଲୋକମାନଙ୍କୁ କାମ ନିଜ ମୁତାବକ କରିବାକୁ ଭଲ ଲାଗିଥାଏ, ଏବଂ ଏଥିପାଇଁ କିଛି ଲୋକ ଏମାନଙ୍କୁ ଅଳସୁଆ ଭାବିବାର ଭୁଲ କରିଥାନ୍ତି । ଏମାନଙ୍କୁ ଲେଖିବା, ପଢିବା, ଖାଦ୍ୟ ପ୍ରସ୍ତୁତ କରିବାରେ ରୁଚି ରହିଥାଏ ।

ଏହି ରାଶିର ଲୋକମାନେ ବହୁତ ସ୍ୱର୍ଥି ହୋଇଥାନ୍ତି, ଏମାନଙ୍କୁ ପରର ମଜାକ ଉଡ଼େଇବାରେ ଆନନ୍ଦ ମିଳିଥାଏ, ଏମାନେ ବହୁତ ଚାଞ୍ଚଲ୍ୟ ସ୍ୱଭାବର ହୋଇଥାନ୍ତି ଯାହା ଫଳରେ ଏମାନେ ବହୁତ ଥର ତାଙ୍କର କାମକୁ ଖରାପ୍ କରିଦେଇ ଥାନ୍ତି । ଏମାନଙ୍କର ଶିକ୍ଷା କ୍ଷେତ୍ରରେ ବହୁତ ରୁଚି ରହିଥାଏ, ଯାହା ଫଳରେ ଏମାନେ ଶିକ୍ଷକ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରିଥାନ୍ତି । ଏହି ରାଶିର ଲୋକମାନେ ପ୍ରେମରେ ଅନ୍ଧ ହୋଇ ନିଜର ପ୍ରେମିକୁ ବିଭିନ୍ନ ପ୍ରକାରର ଖୁସି ଦେଇଥାନ୍ତି, ଏହି ରାଶିର ଲୋକମାନେ ଅନ୍ୟ ମାନଙ୍କୁ ଖୁସି ରଖିବାକୁ ଭଲ ପାଇଥାନ୍ତି । ନିଜ ପରିବାରକୁ ଏହି ରାଶିର ଲୋକ ମାନେ ବହୁତ ଭଲ ପାଇଥାନ୍ତି, କିନ୍ତୁ ଏମାନଙ୍କର ପରିବାର ଏମାନଙ୍କୁ କମ୍ ଭଲ ପାଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *