ବାଛନ୍ତୁ ନିଜର ଜନ୍ମ ମାସ ଓ ଜାଣନ୍ତୁ ନିଜର ଭବିଷ୍ୟତ- Personality Test

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଆପଣଙ୍କ ଜନ୍ମ ମାସ ଅନୁସାରେ ଆପଣଙ୍କ ବ୍ୟକ୍ତିତ୍ବ ଓ ସ୍ୱଭାବ ସମ୍ବନ୍ଧରେ । ସେହି ଆଧାର ରେ ଆପଣ ମାନେ ନିଜର ଭବିଷ୍ୟତ ସମ୍ବନ୍ଧରେ ଜାଣି ପାରିବେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଜାନୁଆରୀ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ଉଦାର ସ୍ୱଭାବ ର ବ୍ୟକ୍ତିତ୍ବ ଅଟନ୍ତି । ଏହି ବ୍ୟକ୍ତି ମାନେ ବହୁତ ଶୀଘ୍ର ମିତ୍ର ବନାଇବା ରେ ସଫଳ ହୋଇଥାନ୍ତି । ଏମାନେ ସମସ୍ତଙ୍କ ସହିତ ମିତ୍ରତା ସ୍ଥାପନ କରିଥାନ୍ତି ।

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ପ୍ରଜାପତି ଭଳି ସୁନ୍ଦର ଏବଂ ଆକର୍ଷଣୀୟ ହୋଇଥାନ୍ତି । ଲୋକମାନେ ଏମାନଙ୍କ ର ସର୍ବଦା ପ୍ରଶଂସା କରନ୍ତି । ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ପ୍ରତି ଅନ୍ୟ ମାନେ ଖୁବ ଶୀଘ୍ର ଆକର୍ଷିତ ହୋଇଥାନ୍ତି । କିନ୍ତୁ ଏହି ବ୍ୟକ୍ତି ମାନେ ନିଜର ଏହି ଖାସ ଗୁଣ କୁ ଦେଖି ପାରନ୍ତି ନାହିଁ ଯାହା ଅନ୍ୟ ମାନେ ଦେଖି ପାରନ୍ତି ।

୨. ଫେବୃଆରୀ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାନ୍ତି । ଏହି ବ୍ୟକ୍ତି ମାନେ ଭିଡ଼ ମଧ୍ୟରେ କେନ୍ଦ୍ରିତ ହୋଇଥାନ୍ତି । ଏମାନଙ୍କ ଆତ୍ମବିଶ୍ବାସ ଏତେ ଶକ୍ତିଶାଳୀ ହୋଇଥାଏ ଯେ କେହି ଚାହିଁଲେ ମଧ୍ୟ ଏମାନଙ୍କ ଆତ୍ମବିଶ୍ବାସ କୁ ଭାଙ୍ଗି ପାରନ୍ତି ନାହିଁ । ଲୋକମାନେ ଆପଣଙ୍କ ଏହି ଗୁଣ କୁ ବହୁତ ପସନ୍ଦ କରନ୍ତି ଏବଂ ଏହାଦ୍ବାରା ପ୍ରଭାବିତ ହୋଇଥାନ୍ତି ।

୩. ମାର୍ଚ୍ଚ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କୁ ଯଦିଓ କଠିନ ପରିସ୍ଥିତି ର ସାମ୍ନା କରିବାକୁ ପଡ଼ିଥାଏ, କିନ୍ତୁ ଏମାନେ କେବେ ହାର ମାନି ନଥାନ୍ତି । ଏମାନେ ସର୍ବଦା ସମସ୍ତ ପରିସ୍ଥିତି ର ମୁକାବିଲା କରିଥାନ୍ତି । ଯାହା ଏମାନଙ୍କୁ ସଫଳତା ର ମାର୍ଗ ଆଡ଼କୁ ଅଗ୍ରସର କରିଥାଏ । ଏମାନେ ଦୃଢ଼ ନିଶ୍ଚୟୀ ହୋଇଥାନ୍ତି ଏବଂ ସୁଖପୁର୍ଣ୍ଣ ଜୀବନ ଅତିବାହିତ କରିବାରେ ବିଶ୍ୱାସ ରଖନ୍ତି ।

୪. ଏପ୍ରିଲ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ଭାବୁକ ହୋଇଥାନ୍ତି ଏବଂ ଏହି କଥା ସେମାନେ କାହାଠାରୁ ଗୁପ୍ତ ମଧ୍ୟ ରଖନ୍ତି ନାହିଁ । ଏହା ସହିତ ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଯାହାକୁ ଜୀବନ ରେ ଭଲ ପାଇଥାନ୍ତି ତା ସହିତ ଜୀବନ ସାରା ଏକତ୍ର ହୋଇ ରୁହନ୍ତି ।

୫. ମଇ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏହି ବ୍ୟକ୍ତି ମାନେ ସର୍ବଦା ଗମ୍ଭୀର ରୁହନ୍ତି ଏବଂ ଅନ୍ୟ ମାନଙ୍କୁ ସାହାଯ୍ୟ କରିବାରେ ତତ୍ପର ରୁହନ୍ତି । ଏମାନଙ୍କ ଏହି ଖାସ ଗୁଣ ଲୋକମାନେ ବହୁତ ପସନ୍ଦ କରନ୍ତି ।

୬. ଜୁନ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ଶାନ୍ତ ଓ ସରଳ ସ୍ୱଭାବ ର ହୋଇଥାନ୍ତି । ଏହି ବ୍ୟକ୍ତି ମାନେ ସର୍ଵଦା ଅନ୍ୟ ମଧ୍ୟରେ ଥିବା ବିଶେଷ ଗୁଣ କୁ ଜାଣି ପାରନ୍ତି । ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଜଣେ ଭଲ ପାର୍ଟନର ସାବ୍ୟସ୍ତ ହୋଇଥାନ୍ତି ।

୭. ଜୁଲାଇ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ସାହସୀ ହୋଇଥାନ୍ତି । ଏହି ବ୍ୟକ୍ତି ମାନେ ବାହାରୁ ରୁଷ୍ଟ ଜଣା ଯାଉଥିଲେ ମଧ୍ୟ ଭିତରୁ ଅତ୍ୟନ୍ତ କୋମଳ ଅଟନ୍ତି । ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ମଧ୍ୟରେ ଅଧିକ ଭାବ ପ୍ରବଣତା ରହିଥାଏ ଏବଂ ଏମାନେ ସର୍ବଦା ଅନ୍ୟ ର ସାହାଯ୍ୟ କରନ୍ତି ।

୮. ଅଗଷ୍ଟ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଆତ୍ମନିର୍ଭରଶୀଳ ହୋଇଥାନ୍ତି । ଏହି ବ୍ୟକ୍ତି ମାନେ କେବେବି ଅନ୍ୟର ଭରସା ରେ ରୁହନ୍ତି ନାହିଁ ଏବଂ ସର୍ଵଦା ନିଜର ମନୋବଳ ରେ ହିଁ ବିଶ୍ୱାସ ରଖନ୍ତି । ଏହି ବ୍ୟକ୍ତି ମାନେ ଭିଡ଼ ମଧ୍ୟରେ ବି ନିଜର ଅଲଗା ପରିଚୟ ସୃଷ୍ଟି କରିଥାନ୍ତି ।

୯. ସେପ୍ଟେମ୍ବର- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଅତ୍ୟନ୍ତ ଜିଜ୍ଞାସୁ ବ୍ୟକ୍ତିତ୍ବ ର ଅଟନ୍ତି । ଏହି ବ୍ୟକ୍ତି ମାନଙ୍କ ବିଚାର କରିବାର କ୍ଷମତା ଅଦ୍ଭୁତ ହୋଇଥାଏ ଏବଂ ଏମାନେ ସର୍ଵଦା ଖୋଲା ଆଖିରେ ସ୍ୱପ୍ନ ଦେଖନ୍ତି ଏବଂ ଯେ କୌଣସି ଉପାୟ ରେ ତା’କୁ ପୂର୍ଣ୍ଣ କରନ୍ତି ।

୧୦. ଅକ୍ଟୋବର- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଜୀବନ ର ଯେ କୌଣସି ପରିସ୍ଥିତି ର ସାମ୍ନା ଅତି ସହଜରେ କରିଥାନ୍ତି । ଏମାନେ କଠିନ ପରିଶ୍ରମୀ ହୋଇଥାନ୍ତି । ଏହି ବ୍ୟକ୍ତି ମାନେ ଜଣେ ସହଯୋଗୀ ବ୍ୟକ୍ତିତ୍ବ ଅଟନ୍ତି । ଏମାନେ ସର୍ଵଦା ଆବଶ୍ୟକ ଥିବା ବ୍ୟକ୍ତି ର ସାହାଯ୍ୟ କରିଥାନ୍ତି ।

୧୧. ନଭେମ୍ବର- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ସ୍ୱଭାବ ସମ୍ବନ୍ଧରେ କୌଣସି ବ୍ୟକ୍ତି ମଧ୍ୟ ଜାଣି ପାରି ନଥାନ୍ତି । ଏମାନେ ନିଜ ଜୀବନରେ କଣ କରିବାକୁ ଚାହିଁଥାନ୍ତି ତାହା କେବଳ ସେମାନେ ହିଁ ଜାଣିଥାନ୍ତି । ଏମାନେ ଆକାଶ ଛୁଆଁ ସ୍ୱପ୍ନ ଦେଖିଥାନ୍ତି ଏବଂ ଅନ୍ୟ ପକ୍ଷରେ ନିଜର ପାଦକୁ ପୃଥିବୀ ପୃଷ୍ଠ ରେ ଜମାଇ ରଖନ୍ତି । ଏମାନଙ୍କ ଏହି ଅଦ୍ଭୁତ ସ୍ୱଭାବ ଲୋକମାନେ ପସନ୍ଦ ମଧ୍ୟ କରିଥାନ୍ତି ।

୧୨. ଡିସେମ୍ବର- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଏପରି ସ୍ୱଭାବ ର ମାଲିକ ହୋଇଥାନ୍ତି ଯାହା ସେମାନଙ୍କୁ ସଫଳତା ମାର୍ଗ ରେ ଅଗ୍ରସର କରିଥାଏ । ଏମାନେ ସର୍ଵଦା ଅଳ୍ପ ରେ ସନ୍ତୁଷ୍ଟ ହୋଇ ନଥାନ୍ତି । ଜୀବନ ରେ ସର୍ଵଦା ଅଧିକ ଆଶା ରଖିଥାନ୍ତି ଡ଼ ଏଥିପାଇଁ ଏହି ବ୍ୟକ୍ତି ମାନେ ପରିଶ୍ରମ ମଧ୍ୟ କରିଥାନ୍ତି । ଏମାନଙ୍କ ଏହି ସ୍ୱଭାବ ଅନ୍ୟ ମାନେ ବହୁତ ପସନ୍ଦ କରିଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *