ବାଛନ୍ତୁ ଆପଣଙ୍କ ରାଶି ଓ ଜାଣନ୍ତୁ କେଉଁ ଦୋଷ ଲେଖା ଅଛି ଆପଣଙ୍କ ରାଶିରେ- Astro Quiz

ମଣିଷ ସାଧାରଣତଃ ଲୋଭ, ଇର୍ଷା, କ୍ରୋଧ, ବାସନା, ଗର୍ବ ଆଦି ଖରାପ ଗୁଣରେ ଘେରି ହୋଇ ରହିଥାଏ । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ମନୁଷ୍ୟ ର କିଛି ଗୁଣ ରାଶି ମାନଙ୍କ ଦୋଷ ଯୋଗୁଁ ଥାଏ । ୧୨ ଟି ରାଶି ର ପ୍ରକୃତି ଓ ଗୁଣ ଭିନ୍ନ ଅଟେ । ସର୍ବପ୍ରଥମେ ମେଷ ରାଶି-ମେଷ ରାଶି ର ଲୋକମାନଙ୍କୁ ଅନ୍ୟ ରାଶି ର ଲୋକଙ୍କ ଅପେକ୍ଷା କ୍ରୋଧ ବେଶି ଆସିଥାଏ ।

ଏମାନଙ୍କ ମନ କଥା ଜାଣିବା ବା ବୁଝିବା ସମ୍ଭଭ ନୁହେଁ । ଏମାନେ ଯାହା ବି କାମ କରନ୍ତି ତାକୁ ମନଧ୍ୟାନ ଦେଇ କରିଥାନ୍ତି । ଏହି ରାଶି ର ଲୋକମାନେ ଟିକିଏ ପାଗଳ ପରି ଥାନ୍ତି ଏମାନେ ନିଜ ପାଗଳାମୀ କାହାର ହତ୍ୟା ବି କରି ଦେଇ ପାରିବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ବୃଷ ରାଶି – ଏହି ରାଶି ର ଲୋକମାନେ ନିଜ ଉପରେ ଧ୍ୟାନ ଦିଅନ୍ତି । କହିବାକୁ ଗଲେ ନିଜକୁ ନିଜେ ଭଲ ପାଆନ୍ତି । ଏମାନେ ବହୁତ ସହଜ ରେ ସେହି କାର୍ଯ୍ୟ କରନ୍ତି ଯେଉଁଥିରେ ଏମାନଙ୍କୁ ଖୁସି ମିଳେ । ଖାଦ୍ୟ, କାମନା, କୌଣସି ଦାମୀ ଜିନିଷ ଏମାନଙ୍କୁ ପସନ୍ଦ ଆସିଗଲେ ତାହାକୁ ପାଇବାକୁ ଏମାନେ କିଛି ବି କରିପାରିବେ ।

ମିଥୁନ ରାଶି-ଏହି ରାଶିର ଲୋକମାନେ ବେଇମାନ ଅଟନ୍ତି । ଏମାନଙ୍କୁ ଜାଣିବା ସହଜ ନୁହେଁ କାରଣ ଏମାନେ ଦ୍ବିସ୍ୱଭାବ ର ବ୍ୟକ୍ତି ଅଟନ୍ତି । ଛୋଟ ଛୋଟ କଥା ରେ ଏମାନେ ମିଛ କହିଥାନ୍ତି । ମିଛ କହିବାରେ ଏମାନଙ୍କୁ କେହି ହରେଇ ପାରିବେନି ।

କର୍କଟ ରାଶି – ଏହି ରାଶି ର ଲୋକମାନେ ଭୁଲ ମଣିଷକୁ ଭଲପାଆନ୍ତି । ନିଜର ଆତ୍ମୀୟ ଓ ପ୍ରିୟ ଜନ ଙ୍କୁ ପାଇବା ପାଇଁ ଏମାନେ କିଛି ବି କରିପାରନ୍ତି । ଏମାନଙ୍କୁ ଲାଗେ ଏମାନଙ୍କ ପାର୍ଟନର ଦୁନିୟାରେ ସବୁଠୁ ଉତ୍ତମ ।

ସିଂହ ରାଶି – ଏମାନେ ନିଜର ଶକ୍ତି ଏମିତି ଜିନିଷ ଉପରେ ଖର୍ଚ୍ଚ କରନ୍ତି ଯାହା ଦୂର ବା ବିଳମ୍ବ ରେ ଫଳ ଦେଇଥାଏ । ଏମାନେ ଭାବନ୍ତି ଏମାନେ ସବୁ କାର୍ଯ୍ୟ ପାଇଁ ଯୋଗ୍ୟ ଯାହା କି ସତ ନୁହେଁ । ଏମାନେ ଅଭିମାନି, ଏକା ରହିବା ଓ ନାସ୍ତିକ ସ୍ୱଭାବର ।

କନ୍ୟା ରାଶି – ଏମାନେ ସବୁ ଜାଗା ର ମୁଖ୍ୟ ଆକର୍ଷଣ ହେବାକୁ ଚାହାଁନ୍ତି । ଏମାନଙ୍କୁ କୌଣସି ବିପରୀତ ଲିଙ୍ଗ ର ବ୍ୟକ୍ତି ଧ୍ୟାନ ଦେଲେ ଏମାନଙ୍କୁ ଭଲ ଲାଗେ । ଯଦି କେହି ଅନ୍ୟ ବ୍ୟକ୍ତି କୁ ଧ୍ୟାନ ଦିଏ ବା ତା କଥା ଚର୍ଚ୍ଚା କରନ୍ତି ତେବେ ଏମାନେ ଇର୍ଷା କରିଥାନ୍ତି ।

ତୁଳା ରାଶି-ଏହି ରାଶି ଙ୍କ ସ୍ୱାମୀ ଶୁକ୍ର ତେଣୁ ଏମାନଙ୍କୁ ଜାଣିବା କଷ୍ଟ । ଏମାନେ ନିଜ ଜୀବନରେ ସୁନ୍ଦର କୁ ମହଃତ୍ବ ଦିଅନ୍ତି । ସୌନ୍ଦର୍ଯ୍ୟ ଓ ଆକର୍ଷଣ ଏମାନଙ୍କ ପାଇଁ ସବୁଠୁ ବେଶି ମହତ୍ୱପୂର୍ଣ୍ଣ ।

ବିଛା ରାଶି – ଏମାନେ କାମୁକ ଓ ଅନ୍ତରଙ୍ଗ ବିଷୟରେ ବିଶ୍ୱାସ କରନ୍ତି । ଏମାନଙ୍କୁ କାହା ସହ ସମ୍ପର୍କ ଗଢିବାକୁ ସମୟ ଲାଗେନି । ଏମାନଙ୍କ ଆକର୍ଷଣ ପାଇଁ କେହି ବି ଏମାନଙ୍କ ଆଡ଼କୁ ଆକର୍ଷିତ ହୋଇଥାଏ ଓ ଏମାନଙ୍କୁ ମନବଞ୍ଚା ପୁରା ହୋଇଥାଏ ।

ଧନୁ ରାଶି – ଏହି ରାଶି ର ଲୋକମାନେ କେବେବି ଏକ ସମ୍ପର୍କରେ ରହି ପାରନ୍ତିନି । ଗୋଟିଏ ପରେ ଗୋଟିଏ ସମ୍ପର୍କ ବଢେଇବାରେ ଏମାନଙ୍କୁ ସମୟ ଲାଗେନି ।

କର ରାଶି – ଏହି ରାଶି ର ଲୋକମାନେ ସଉକ ପାଇଁ ନୁହେଁ ବରଂ ପଇସା ପାଇଁ କାମ କରନ୍ତି । ଏମାନେ ଯେଉଁଠି ବେସି ପଇସା ବା ଲାଭ ମିଳେ ସେଇଠି କାମ କରିବାକୁ ପସନ୍ଦ କରନ୍ତି । ଅନ୍ୟ ଆଗରେ ନିଜର ପଇସା ଓ ସ୍ଥିତି ସର୍ବଦା ଉପରେ ରଖିବାକୁ ଚେଷ୍ଟା କରନ୍ତି ।

କୁମ୍ଭ ରାଶି – ଏମାନେ ବହୁତ ଗର୍ବୀ । ଏମାନେ ଭାବନ୍ତି ଏମାନଙ୍କ ଜ୍ଞାନ ଓ ବୁଦ୍ଧି ସବୁଠାରୁ ଶ୍ରେଷ୍ଠ ଅଟେ ।

ମୀନ ରାଶି – ସ୍ୱପ୍ନ ବହୁତ ଦେଖନ୍ତି, ଅଳସ ପ୍ରକୃତିର ତେଣୁ ଏମାନେ କ୍ଷତି ରେ ପଡ଼ିଥାନ୍ତି । ଅନ୍ୟଙ୍କ ଅପେକ୍ଷା ଏମାନେ ଧୀର ଭାବେ ଉନ୍ନତି କରନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *