ଭଗବାନ କାର୍ତ୍ତିକେୟ କହିଛନ୍ତି ମୃତ୍ୟୁ ପୂର୍ବର ମିଳିଥାଏ ଏହି ସବୁ ସଂକେତ

ମୃତ୍ୟୁ ଏକ ଏମିତି ସତ୍ୟ ଅଟେ, ଯାହା ବିଷୟରେ ସମସ୍ତେ ଜାଣିଛନ୍ତି କିନ୍ତୁ ତଥାପି ମୃତ୍ୟୁକୁ ନେଇ ସମସ୍ତଙ୍କ ମନରେ ବହୁତ ପ୍ରଶ୍ନ ଥାଏ । ସ୍କନ୍ଦ ପୁରାଣ କାଶୀ ଖଣ୍ଡରେ ମୃତ୍ୟୁ ସମ୍ବନ୍ଧିତ କିଛି ସଂକେତ ବିଷୟରେ କୁହାଯାଇଛି । କିନ୍ତୁ କିଛି ସାଧାରଣ ଲକ୍ଷଣ ବିଷୟରେ ଆମେ ଜାଣିଛୁ, କିନ୍ତୁ ସେ ସେହି ସମୟରେ ଦେଖିବାକୁ ମିଳିଥାଏ ଯେତେବେଳେ ମୃତ୍ୟୁ ପୁରା ନିକଟର ଥାଏ ।

ଯେମିତି କି କୌଣସି ବ୍ୟକ୍ତି ଅଧିକ ସମୟ ପର୍ଯ୍ୟନ୍ତ ରୋଗରେ ପୀଡିତ ରହିବା, ଜବରଦସ୍ତ ଦୁର୍ଘଟଣା ହେବା କାରଣରୁ ଜଣା ପଡିଥାଏ କି ବ୍ୟକ୍ତି ବଞ୍ଚିବ ନାହିଁ । କିନ୍ତୁ ଅଗସ୍ତ ଭଗବାନ କାର୍ତ୍ତିକେୟଙ୍କୁ ପ୍ରଶ୍ନ କରିଥିଲେ କି କୌଣସି ବି ବ୍ୟକ୍ତି କେମିତି ଜାଣି ପାରିବ କି ତାର ମୃତ୍ୟୁ ନିକଟତର ଅଛି । ଭଗବାନ କାର୍ତ୍ତିକେୟ ସେହି ସଂକେତ ବିଷୟରେ ବି କହିଛନ୍ତି ।

ଭଗବାନ କାର୍ତ୍ତିକେୟଙ୍କ ଅନୁସାରେ ଯେଉଁ ବ୍ୟକ୍ତିର ଡାହାଣ ନାକରେ ପୁରା ଦିନ ଓ ରାତି ସାରା ବାୟୁର ସଂଚାର ହୋଇଥାଏ ସେହି ବ୍ୟକ୍ତିର ତିନି ବର୍ଷ ମଧ୍ୟରେ ଆୟୁ ସମାପ୍ତ ହୋଇଯିବ । ଯେଉଁ ବ୍ୟକ୍ତିର ନାକର ଦକ୍ଷିଣ ପାର୍ଶ୍ଵରେ ଲଗାତର ଦୁଇ କିମ୍ବା ତିନି ଦିନ ପର୍ଯ୍ୟନ୍ତ ପବନ ଯିବା ଆସିବା କରିଥାଏ ଏହାର ଅର୍ଥ ଏକ ବର୍ଷ ମଧ୍ୟରେ ସେହି ବ୍ୟକ୍ତିର ଜୀବନ ଶେଷ ହୋଇଯିବ ।

ଯଦି କୌଣସି ବ୍ୟକ୍ତିର ନାକର ଦୁଇ ଦିଗରେ ଏକା ସହିତ ୧୦ ଦିନ ପର୍ଯ୍ୟନ୍ତ ବାୟୁ ଯିବା ଆସିବା କରିଥାଏ ତେବେ ସେହି ବ୍ୟକ୍ତିର ୩ ଦିନ ମଧ୍ୟରେ ମୃତ୍ୟୁ ହୋଇଯାଏ । ଯଦି ଦୁଇ ନାକ ଦିଗରୁ ପବନ ଯିବ ନାହିଁ ଓ ସବୁବେଳେ ମୁହଁରୁ ନିଶ୍ଵାସ ନେଉଥିବ ତେବେ ଗୋଟିଏ ଦିନ ମଧ୍ୟରେ ହିଁ ମଣିଷର ମୃତ୍ୟୁ ହୋଇପାରେ ।

ଜ୍ୟୋତିଷ ଶାସ୍ତ୍ର ଠାରୁ ବି ମୃତ୍ୟୁର ସଂକେତ ମିଳିଯାଏ । ଯେତେବେଳେ ସୂର୍ଯ୍ୟ ସପ୍ତମ ରାଶି ଉପରେ ଥିବେ ଓ ଚନ୍ଦ୍ରମା ଜନ୍ମ ନକ୍ଷତ୍ର ଉପରେ ଆସିଯିବେ ଓ ଏହିଭଳି ସ୍ଥିତିରେ ନାକରୁ ନିଶ୍ଵାସ ନେଉଥିବେ ତେବେ ସେହି ସମୟରେ ସୂର୍ଯ୍ୟଦେବଙ୍କ ଠାରୁ ଅଧିଷ୍ଠିତ କାଲ ପ୍ରାପ୍ତି ହୋଇଥାଏ ।

ଏହି ସମୟରେ ଯଦି କୌଣସି ବ୍ୟକ୍ତି କଳା କିମ୍ବା ହଳଦିଆ ରଙ୍ଗର କୌଣସି ଜିନିଷ ଧରିଥିବାର ଦେଖାଯାଏ ଓ ପୁଣି ସେ ତୁରନ୍ତ ଗାୟବ ହୋଇଯାଏ ତେବେ ଏହିଭଳି ଦେଖିଥିବା ବ୍ୟକ୍ତି କେବଳ ଦୁଇ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ । ଯଦି କୌଣସି ବ୍ୟକ୍ତିକୁ ମୁତିବା, ହଗିବା ଓ ଛିଙ୍କିବା ଏକା ସହିତ ଆସିଯାଏ ତେବେ ସେହି ବ୍ୟକ୍ତିର ବୟସ ମାତ୍ର ୧ ବର୍ଷର ରାହିଯାଏ ।

କେତେ ଥର ମୃତ୍ୟୁ ନିକଟର ଥିବା ବ୍ୟକ୍ତିକୁ କିଛି ନା କିଛି ଅଲଗା ଦେଖାଯାଏ । କେତେକ ଲୋକମାନଙ୍କୁ ନୀଳ ରଙ୍ଗ ଜାଗାରେ ହଳଦିଆ ରଙ୍ଗ ଦେଖିବାକୁ ମିଳିଥାଏ । କେତେ ଥର ମୁହଁର ସ୍ଵାଦ ବି ବଦଳିବାକୁ ଲାଗିଥାଏ । ଖଟା ଜିନିଷ କଡା ଓ କଡା ଜିନିଷ ଖଟା ଲାଗିଥାଏ । ଏହିଭଳି ଲୋକମାନଙ୍କର ସଂକେତ ଏହା ଅଟେ କି ସେ ଜଲ୍ଦି ହିଁ ମୃତ୍ୟୁ ମୁଖକୁ ଯିବ ।

Leave a Reply

Your email address will not be published. Required fields are marked *