ଭଗବାନଙ୍କ କାର୍ଯ୍ୟ କଲାବେଳେ ମନରେ ପାପ ଚିନ୍ତା ଆସୁଛି କି କାରଣ ଜାଣନ୍ତୁ? Ajira Anuchinta

ପ୍ରତେକ ବ୍ୟକ୍ତି ନିଜର ନୀତି ଦିନିଆ ଜୀବନରେ ଭଗବାନଙ୍କ ପୂଜା ପାଠ କରିଥାଏ । ଏହା ଦ୍ଵାରା ମନରେ ଶାନ୍ତି ଓ ପ୍ରସନ୍ନତା ମିଳିଥାଏ । କିଛି ଲୋକ ମାନେ ଏମିତି ଅଛନ୍ତି ଯେଉଁ ମାନେ ଧାର୍ମିକ କାର୍ଯ୍ୟ ରେ ନିଜକୁ ଅନେକ ସମୟରେ ବ୍ୟସ୍ତ ରଖିଥାନ୍ତି । କିନ୍ତୁ ଅନେକ ସମୟରେ ବ୍ୟକ୍ତି ଯେତେ ଭକ୍ତି ବାହାବାରେ ପୂଜା ପାଠ କରିଲେ ମଧ୍ୟ ମନରେ ପା-ପ କଥା ଆସିଥାଏ । ଏହା କେଉଁ କାରଣରୁ ହୋଇଥାଏ ତାହା କେହି ଜାଣି ପାରନ୍ତି ନାହି । ଆଜି ଆମେ ଆପଣ ମାନଙ୍କୁ ଭଗବାନଙ୍କ ପୂଜା କରିବା ବା ନାମ ନେବା ସମୟରେ କଣ ପାଇଁ ମନରେ ପା-ପ ଚିନ୍ତା ଆସିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଗୋଟେ ସମୟରେ ସ୍ଵାମୀ ରାଧାକୃଷ୍ଣଙ୍କୁ ଜଣେ ସାଧକ ପ୍ରଶ୍ନ କରିଲେ ଯେ ମୁଁ ସର୍ବଦା ଭଗବନାଙ୍କ ନାମ ହେବା ସହ ତାଙ୍କର ଭଜନ କୀର୍ତ୍ତନ ଅକରୁଛି ଓ ପୂଜା ପାଠ ମଧ୍ୟ କରୁଛି । କିନ୍ତୁ ମୋ ମନରେ କୁବିଚାର କେଉଁ ଅକରଣରୁ ଆସୁଛି ? ସାଧକଙ୍କର ଏହି ଭଳି ପ୍ରଶ୍ନ ଶୁଣିବା ପରେ ସ୍ଵାମିଜି ଟିକେ ହସି ଦେଲେ । ସ୍ଵାମୀ ସାଧକଙ୍କର ପ୍ରଶ୍ନର ଉତ୍ତର ଦେବା ପାଇଁ ଏକ କାହାଣୀ ଶୁଣାଇଲେ । ସ୍ଵାମିଜି କହିଲେ ଯେ ଜଣେ ବ୍ୟକ୍ତି କୁକୁରଟି ପାଳିଥିଲା । କୁକୁଡ଼ା ସହ ବ୍ୟକ୍ତିଟି ଅଧିକାଂଶ ସମୟ ବିତାଉଥିଲା । କୁକୁରଟି ବ୍ୟକ୍ତି ସହ ଖାଉଥିବା, ଶୋଉଥିବା, ବାହାରକୁ ଯିବା ସମୟରେ ରହୁଥିଲା ।

କୁକୁର ଓ ବ୍ୟକ୍ତିର ଏଭଳି ସମ୍ପର୍କ ଓ ଭଲ ପାଇବା ଦେଖି ଅନ୍ୟ ଜଣେ ବ୍ୟକ୍ତି କୁକୁର ରଖିଥିବା ବ୍ୟକ୍ତିଙ୍କୁ କହିଲେ କେଉଁ କାରଣ ପାଇଁ ସେ କୁକୁର ପ୍ରତି ଏତେ ଆସକ୍ତ ହେଉଛନ୍ତି । ଯେତେ ହେଲେ ବି ସେ ପଶୁଟି କେତେବେଳେ କଣ କରିବା ତାହା କହି ହେବ ନାହି । କୁକୁରଟି କାମୁଡିପାରେ ବା କୌଣସି କ୍ଷତି କରିପାରେ ବୋଲି ବ୍ୟକ୍ତିଟି କହିଲେ । ଏହା ଶୁଣିବା ପରେ ବ୍ୟକ୍ତିଟି କୁକୁର ଠାରୁ ଦୂରେଇ ଗଲେ । ମାଲିକ କୁକୁରକୁ ମାରିବା ଆରମ୍ଭ କରିଲା ଯେତେବଳେ କୁକୁରଟି ତା ପାଖକୁ ଗେଲ ହେବାକୁ ଆସୁଥିଲା । କିନ୍ତୁ କୁକୁର ନିଜର ଅଭ୍ଯାସ ଛାଡିଲା ନାହି । କୁକୁରଟି ତା ମାଲିକ ତାକୁ ଦୂରେଇ ଦେଉଥିବାର ଦେଖି କିଛି ଦିନ ପରେ ଆଉ ଗଲା ନାହି ।

ଏହା କହିବା ପରେ ସ୍ଵାମିଜି କହିଲେ ତୁମେ ଯେଉଁ ସାଂ-ସା-ରି-କ ଭୋଗ ବିଳାସରେ ରହିଛ ସେମାନେ କଣ ତୁମକୁ ସହଜରେ ଛାଡିଦେବେ । ସାଂ-ସା-ରି-କ ମୋହାମାୟା ପ୍ରତି ରୁଚି ରଖିବା ବନ୍ଦ କର ବୋଲି ସ୍ଵାମିଜି ସାଧକଙ୍କୁ କହିଲେ । ସେମାଙ୍କୁ ନିର୍ଦୟ ହୋଇ ଦମନ କରିବାକୁ ଚେଷ୍ଟା କର ବୋଲି ସ୍ଵାମିଜି କହିଲେ । ଏହା କରିବା ଦ୍ଵାରା ଖରାପ ଅଭ୍ଯାସର ଦମନ ହେବା ସହ ଏକାଗ୍ରତା ମନରେ ବୃଦ୍ଧି ହେବ । ଏହା ପରେ ଆପଣ ଚିତ୍ତରେ ଭଗବାନଙ୍କ କାମରେ ମନ ଲଗାଇ ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *