ଭୁଲରେ ମଧ୍ୟ ଏହି ଦିଗରେ ଲଗାନ୍ତୁ ନାହିଁ ଘଣ୍ଟା, ଆସିଥାଏ ଅକାଳ ମୃତ୍ୟୁ- Vastu Tips

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ଏହା କୁହାଯାଏ କି ସମୟ ବହୁତ ମୂଲ୍ୟବାନ ହୋଇଥାଏ ! ,ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ପ୍ରତ୍ୟେକ ବସ୍ତୁର ପ୍ରଭାବ ଆମ ଜୀବନରେ ଗଭୀର ଭାବରେ ପଡିଥାଏ ଏବଂ ଏହା ମଧ୍ୟରୁ ଗୋଟିଏ ବସ୍ତୁ ହେଉଛି ଘଣ୍ଟା , ବାସ୍ତୁ ଶାସ୍ତ୍ରରେ ଘଣ୍ଟାକୁ ଏକ ମହତ୍ୱ ପୂର୍ଣ୍ଣ ବସ୍ତୁ ଭାବେ ମାନାଯାଇଥାଏ , ଏହା ଆମ ଜୀବନକୁ ସିଧା ସଳଖ ଭାବେ ପ୍ରଭାବ ପକାଇଥାଏ ।

ବନ୍ଧୁଗଣ ଘଣ୍ଟା ଆମ ପାଇଁ ଉଭୟ ଭଲ ଏବଂ ଖରାପ୍ ସମୟ ନେଇ ଆସିଥାଏ । ଆପଣମାନେ ଏହା ଶୁଣିଥିବେ ଯେ ଲୋକମାନେ କୁହନ୍ତି, ଯେ ମୋର ଏବେ ଖରାପ୍ ସମୟ ଚାଲିଛି , ତେବେ ବନ୍ଧୁଗଣ ବାସ୍ତୁ ଶାସ୍ତ୍ରର ସାହାଯ୍ୟରେ ଆପଣମାନେ ନିଜର ଖରାପ୍ ସମୟକୁ ଭଲ ସମୟରେ ବଦଳାଇ ପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଘଣ୍ଟା ଜଡ଼ିତ କିଛି ବାସ୍ତୁ ଟିପ୍ସ ଏବଂ ଘଣ୍ଟା କେଉଁ ଦିଗରେ ଲଗାଇବେ ଏବଂ କେଉଁ ଦିଗରେ ଲଗାଇବେ ନାହିଁ । ବନ୍ଧୁଗଣ କାନ୍ଥରେ ଲାଗିଥିବା ଘଣ୍ଟା ଆମକୁ ସମୟ ତ କହିଥାଏ, ତା ସହ ପରିବାରର ସମସ୍ତ ସଦସ୍ୟ ମାନଙ୍କୁ ସକାରାତ୍ମକ ଉର୍ଜା ପ୍ରଦାନ କରିଥାଏ ।

ଘଣ୍ଟା ଆମକୁ ନିରନ୍ତର ଚାଲିବାର ସଂଦେଶ ଦେଇଥାଏ ,ସେଥିପାଇଁ ବାସ୍ତୁ ଶାସ୍ତ୍ରରେ ବନ୍ଦ ଥିବା ଘଣ୍ଟାକୁ ଘରେ ଲଗାଇ ରଖିବାକୁ ଅଶୁଭ ବୋଲି ମନାଯାଇଥାଏ । ଯଦି ଆପଣଙ୍କ ଘରେ ବନ୍ଦ ଘଣ୍ଟା ଅଛି , ତେବେ ଆପଣ ଏହାକୁ ଅତି ଶୀଘ୍ର ବାହାର କରିଦିଅନ୍ତୁ ଏବଂ ସେହି ସ୍ଥାନରେ ଚାଲୁଥିବା ଘଣ୍ଟାକୁ ଲଗାନ୍ତୁ । ବନ୍ଦ୍ ଘଣ୍ଟା ଘରେ ନକାରାତ୍ମକ ଉର୍ଜା କୁ ବଢାଇଥାଏ , ସେଥିପାଇଁ ସବୁବେଳେ ଚାଲୁଥିବା ଘଣ୍ଟାକୁ ହିଁ ଘରେ ଲଗାନ୍ତୁ । ବନ୍ଧୁଗଣ ଘଡି ବା ଘଣ୍ଟା କୁ ସବୁବେଳେ ଘରର ଉତ୍ତର ଦିଗରେ ଲଗାନ୍ତୁ , ଏବଂ ଭୁଲରେ ମଧ୍ୟ କେବେ ହେଲେ ମଧ୍ୟ ଘଣ୍ଟାକୁ ଘରର ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ ।

ବନ୍ଧୁଗଣ ଦକ୍ଷିଣ ଦିଗକୁ ଜମ ରାଜଙ୍କ ଦିଗ ବୋଲି କୁହାଯାଇଥାଏ । ତେଣୁ ବାସ୍ତୁ ଶାସ୍ତ୍ର ମତରେ ଗୃହରେ କେବେ ହେଲେ ମଧ୍ୟ ଦକ୍ଷିଣ ଦିଗରେ ଘଣ୍ଟା ଲଗାଇବା ଭଲ ହୋଇନଥାଏ । ଦକ୍ଷିଣ ଦିଗରେ ଲଗାଯାଇଥିବା ଘଣ୍ଟା ପରିବାରର ସଦସ୍ୟ ମାନଙ୍କର ଆୟୁ ଏବଂ ସ୍ୱାସ୍ଥ୍ୟ ପାଇଁ ଅଶୁଭ ହୋଇଥାଏ । ବନ୍ଧୁଗଣ କେବେ ହେଲେ ମଧ୍ୟ ଆପଣମାନେ ଆପଣଙ୍କର ଗୃହର ମୁଖ୍ୟ ଦ୍ଵାରରେ କିମ୍ବା ମୁଖ୍ୟ ଦ୍ଵାର କବାଟରେ ଘଣ୍ଟା ଲଗାନ୍ତୁ ନାହିଁ , ଏହା ହେବ ଦ୍ଵାରା ଘରେ ଅଶାନ୍ତି ଏବଂ ଅଭାବ ଦେଖାଯାଇଥାଏ ଏବଂ କଥା କଥାରେ ଝଗଡ଼ା ହୋଇଥାଏ ।

ବନ୍ଧୁଗଣ ଯଦି ଆପଣଙ୍କ ଘରେ ଅଶାନ୍ତି ବା ଝଗଡ଼ା ଲାଗି ରହିଛି ତେବେ ଆପଣମାନେ ଥରେ ଦେଖିନିଅନ୍ତୁ କି ଆପଣମାନେ ଆପଣଙ୍କ ଘରେ ଥିବା କବାଟ ଉପରେ ବା କବାଟରେ ଘଣ୍ଟା ଲଗାଇ ନାହାନ୍ତି ତ! । ବନ୍ଧୁଗଣ ଘଣ୍ଟା କୁ ସର୍ବଦା ସଫା ରଖିବାକୁ ଚେଷ୍ଟା କରନ୍ତୁ, ଧ୍ୟାନ ରଖନ୍ତୁ ଯେପରି ଘଣ୍ଟାରେ ଧୂଳି ନ ଯମୁଥାଉ । ଭାଙ୍ଗିଥିବା କିମ୍ବା କାମ କରୁନଥିବା ଘଣ୍ଟାର ବ୍ୟବହାର କରନ୍ତୁ ନାହିଁ । ବନ୍ଧୁଗଣ ଯଦି ଆପଣଙ୍କ ଘରେ ଥିବା ଘଣ୍ଟା ଠିକ୍ ସମୟରୁ ବିଳମ୍ବ ସମୟରେ ଚାଲୁଥାଏ ତେବେ ଏହା ଆପଣଙ୍କ ପ୍ରଗତିରେ ବାଧକ ସୃଷ୍ଟି କରିଥାଏ ।

ତେଣୁ ଧ୍ୟାନ ରଖିବେ ଯେପରି ଘଣ୍ଟା ଠିକ୍ ସମୟରେ ଚାଲୁଥିବା ଏବଂ ଆପଣ ଯଦି ଚାହିଁବେ ଘଣ୍ଟାକୁ କିଛି ମିନିଟ୍ ଆଗୁଆ ରଖିପାରିବେ, ଏହା ଦ୍ଵାରା ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଘଣ୍ଟାରୁ ସକାରାତ୍ମକ ପ୍ରଭାବ ବୃଦ୍ଧି କରିବା ପାଇଁ ଆପଣ ମଧୁର ସଙ୍ଗୀତ ବାଜୁଥିବା ଘଣ୍ଟାକୁ ଘରେ ଲଗାଇ ପାରିବେ , ଏହା ସକାରାତ୍ମକ ଉର୍ଜାର ସଞ୍ଚାର କରିଥାଏ ,ଏହା ଆପଣଙ୍କୁ ପ୍ରତି ମୁହୂର୍ତ୍ତ ରେ ଆକର୍ଷିତ କରିଥାଏ ଏବଂ ଜୀବନରେ ନୂଆ ଅବସର ପାଇବାରେ ସାହାଯ୍ୟ କରିଥାଏ । ଏହା ସହ ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ହଲ ରେ ପେଣ୍ଡୁଲମ୍ ଥିବା ଘଣ୍ଟା ଲଗାଇଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

ଏହା ସକାରାତ୍ମକ ଉର୍ଜା ର ସଞ୍ଚାର କରିଥାଏ । ବନ୍ଧୁଗଣ ପେଣ୍ଡୁଲମ୍ ଘଣ୍ଟା ମନୁଷ୍ୟର ଖରାପ ସମୟକୁ ଦୁର କରିଥାଏ ଏବଂ ସଫଳତା ଆଣିଥାଏ , ଆପଣମାନେ ଏହାକୁ ଡ୍ରଇଂ ରୁମରେ ମଧ୍ୟ ଲଗାଇ ପାରିବେ । ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଗୃହରେ ଗୋଲ୍ ଘଣ୍ଟା ବା ଅଣ୍ଡାକାର ଘଣ୍ଟା ଲଗାଇଲେ ଏହା ଶୁଭ ଫଳ ଦେଇଥାଏ । ଏହା ସହ ବନ୍ଧୁଗଣ ଘଣ୍ଟାକୁ କେବେ ହେଲେ ମଧ୍ୟ ଆପଣଙ୍କ ମୁଣ୍ଡ ପାଖରେ ରଖି ଶୁଅନ୍ତୁ ନାହିଁ , ଏହା ଅଶୁଭ ଫଳ ଦେଇଥାଏ । ବନ୍ଧୁଗଣ ଯଦି ଆପଣ ଘଣ୍ଟା ଜଡ଼ିତ ଏହି ସବୁ କଥା ଗୁଡ଼ିକୁ ମନେ ରଖି କାର୍ଯ୍ୟକାରୀ କରିବେ , ତେବେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *