ମଙ୍ଗଳବାର ଦିନ ଚୁପଚାପ୍ କରିଦିଅନ୍ତୁ ଏହି ମହାଉପାୟ,ଧନ ମାଡ଼ି ଆସିବ ।

ବନ୍ଧୁଗଣ କଳିଯୁଗର ଏକମାତ୍ର ଜୀବିତ ଦେବତା ହେଉଛନ୍ତି ପ୍ରଭୁ ହନୁମାନ । ଯିଏ କି ଦୁଃଖ କଷ୍ଟ ଦୂର କରିଥାନ୍ତି । କୁହାଯାଏ ଯେଉଁ ବ୍ୟକ୍ତି ହନୁମାନ ଜୀ ଙ୍କ ପୂଜା ପାଠ କରିଥାଏ ତାର ସବୁ କଷ୍ଟ ଦୂର ହୋଇଥାଏ । ମଙ୍ଗଳବାର ଦିନ ହନୁମାନ ଜୀ ଙ୍କୁ ସମର୍ପିତ ଅଟେ । ମଙ୍ଗଳବାର ଦିନ ଯଦି ହନୁମାନ ଜୀ ଙ୍କ ପୂଜା କରାଯାଏ ବହୁତ ଚମତ୍କାରୀ ପରିଣାମ ମିଳିଥାଏ । ହନୁମାନ ଜୀ ପୂଜାରେ ପ୍ରସନ୍ନ ହେଲେ ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ଆଜି ଆମେ ଜାଣିବା ମଙ୍ଗଳବାର ଦିନ କେଉଁ ଉପାୟ କରିବା ଦ୍ଵାରା ଧନର ବୃଦ୍ଧି ହୋଇଥାଏ ।

ହନୁମାନ ଜୀ ଙ୍କୁ ଲଡୁ ବହୁତ ପସନ୍ଦ ହୋଇଥାଏ । ଲୋକମାନେ ଭୋଗ ମଧ୍ୟ ଲଗାଇଥାନ୍ତି । କିନ୍ତୁ ଅନେକ ଜାଣି ନ ଥାନ୍ତି ହନୁମାନ ଜୀ ଙ୍କୁ କ୍ଷୀର ରେ ତିଆରି ଲଡୁ ବା ମିଠା ଭୋଗ ଲଗାଇବା ଅନୁଚିତ । ଏହାଦ୍ବାରା ହନୁମାନ ଜୀ ରୁଷ୍ଟ ହୋଇଥାନ୍ତି । ହନୁମାନ ଜୀ ବୁନ୍ଦି ର ଲଡୁ ଭୋଗ ଲଗାଇବା ଉଚିତ । ମଙ୍ଗଳବାରରେ ମଦ୍ୟପାନ ବା ମାଂସ ସେବନ କରିବା ଅନୁଚିତ । ଏହାଦ୍ବାରା ମଙ୍ଗଳ ଗ୍ରହ କମ୍ଜୋର ହୋଇଥାନ୍ତି ।

ମଙ୍ଗଳବାରରେ ଲୁଣ କିଣିବା ବା ଆଣିବା ଦ୍ଵାରା ଖରାପ ପ୍ରଭାବ ପଡିଥାଏ । ଏହି ଦିନ ଟଙ୍କା ପଇସା କାହାକୁ ଉଧାର ଦେବା ବା ଆଣିବା ଅନୁଚିତ । ଏହି ଦିନ  ବ୍ରହ୍ମଚର୍ଯ୍ୟା ର ପାଳନ କରିବା ଉଚିତ । ଏହି ଦିନ ପଶ୍ଚିମ ଓ ଉତ୍ତର ଦିଗକୁ ଯାତ୍ରା କରିବା ଅନୁଚିତ । ଯଦି ଅଧିକ ଜରୁରୀ ତେବେ ପାଖରେ ଗୁଡ ରଖନ୍ତୁ । ଏବେ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କେଉଁ ମହା ଉପାୟ କରିବା ଦ୍ଵାରା ହନୁମାନ ଜୀ ଙ୍କ କୃପା ଲାଭ ହୋଇଥାଏ ।

1- ଆପଣଙ୍କର ଯେ କୌଣସି ମନୋକାମନା ଥାଉ ଏହି ଉପାୟ କରି ନିଅନ୍ତୁ । ଏହି ଉପାୟ ଆପଣଙ୍କୁ ଲଗାତାର 7ଟି ମଙ୍ଗଳବାର କରିବାକୁ ହେବ ଏବଂ ତାମସିକ ଭୋଜନ କରିବା ଅନୁଚିତ । ମଙ୍ଗଳବାର ଦିନ ସକାଳୁ ଉଠି ସ୍ନାନାଦୀ କର୍ମ ସାରି ଓସ୍ତ ପତ୍ର 11ଟି ଆଣନ୍ତୁ । ସେହି ପତ୍ରରେ ସିନ୍ଦୁରରେ ଜୟ ଶ୍ରୀରାମ ଲେଖି ମାଳା ତିଆରି କରି ହନୁମାନ ମନ୍ଦିରକୁ ହନୁମାନ ଜୀ ଙ୍କୁ ଅର୍ପଣ କରନ୍ତୁ । ଏହି ଉପାୟ ଦ୍ଵାରା ସବୁ ମନୋକାମନା ଅବଶ୍ୟ ପୂରଣ ହେବ ।

2- ମଙ୍ଗଳବାରରେ ରାତିରେ ଶୋଇବା ପୂର୍ବରୁ ହନୁମାନ ଜୀ ସମୁଖରେ ସୋରିଷ ତେଲର ଦୀପ ଜଳାଇବା ସମୟରେ 11 ଥର ହନୁମାନ ଚାଳିଶାର ପାଠ କରନ୍ତୁ । ଲଗାତାର ଏହି ଉପାୟ 5ଟି ମଙ୍ଗଳବାର କରନ୍ତୁ । ଏହାଦ୍ବାରା ଘରେ ସୁଖ ସମୃଦ୍ଧି ସହ ଧନର ବୃଦ୍ଧି ହୋଇଥାଏ ।

3- ନାଲି କପଡାରେ ଫିଟିକରି, 2ଟି ଲବଙ୍ଗ ନେଇ ବାନ୍ଧି ଦିଅନ୍ତୁ । ଏହାପରେ ସୋରିଷ ତେଲର ଦୀପ ନେଇ ହନୁମାନ ଜୀଙ୍କ ମଦିରରେ ପୂର୍ବ ଦିଗରେ ଜଳାଇ ଦିଅନ୍ତୁ । ଏହାପରେ ନାଲି ପୁଟୁଳିକୁ ହନୁମାନଙ୍କ ଚରଣରେ ସ୍ପର୍ଶ କରାଇ ଧନ ରଖୁଥିବା ଜାଗାରେ ରଖନ୍ତୁ । ଦେଖିବେ ଧନର ବୃଦ୍ଧି ହେବ ।

Leave a Reply

Your email address will not be published. Required fields are marked *