ବିଲେଇ କାନ୍ଦିଲେ କେଉଁ ସଂକେତ ମିଳିଥାଏ ? Shakuna Shastra

ବନ୍ଧୁଗଣ ଆପଣ ମାନେ ଦେଖିଥିବେ ବା ଶୁଣିଥିବେ ବିଲେଇ କାନ୍ଦିବାର । ଅନେକ ଘର ବିଲେଇ ରହିଥାଏ କିନ୍ତୁ ଗୋଟିଏ ଘରର ଆଗରେ, ପଛରେ, ଛାତ ଉପରେ ବିଲେଇ ପଶି କାନ୍ଦି ଥାନ୍ତି । ବିଲେଇ କାନ୍ଦିବା ୨ ପ୍ରକାରର ହୋଇଥାଏ । ଯେମିତିକି ବିଲେଇ ଶବ୍ଦ କରିବା ହେଉଛି ଅଲଗା ଆଉ ଅନ୍ୟ ପକ୍ଷରେ ବିଲେଇ କାନ୍ଦିଲେ ତାର ଶବ୍ଦ ଅଲଗା ହୋଇଥାଏ । ପଶୁପକ୍ଷୀ ମାଧ୍ୟମରେ ଭବିଷ୍ୟତ ରେ କଣ ଘଟିବାକୁ ଯାଉଛି ତାହା ଅନେକ ସମୟରେ ସଂକେତ ମିଳିଥାଏ କିନ୍ତୁ ଆମେ ତାହାକୁ ବୁଝିପାରି ନ ଥାଉ ।

ଆଜି ଆମେ ଆପଣଙ୍କୁ ବିଲେଇ କାନ୍ଦିଲେ କଣ ସଂକେତ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ । ବିଲେଇ ହେଉଛନ୍ତି କେତୁ । ବିଲେଇ ପାଳିବା ବା ଖାଇବାକୁ ଦେବା ଭୁଲ ନୁହେଁ । କେବେ ବି ଭୁଲରେ ବିଲେଇକୁ ବାଡେଇବା ଉଚିତ ନୁହେଁ । ଏହା ଦ୍ଵାରା କେତୁ ଙ୍କ ଖରାପ ଦ୍ରୁଷ୍ଟି ମଣିଷ ଜୀବନରେ ପଡିଥାଏ । ଆଉ ଯେବେ ବିଲେଇ କାନ୍ଦି ଥାଏ ସେତେବେଳେ ଘରକୁ ଦୁଖ ବା ଯନ୍ତ୍ରଣା ବା କଷ୍ଟ ବା ଶରୀରର ରୋଗର ସଂକେତ ଦେଇଥାଏ ।

ଗୋଟେ ଘର ପ୍ରତି ବିପଦ ଆସିବାର ଥିଲେ ବିଲେଇ ମାନେ ବାରମ୍ବାର ଶବ୍ଦ କରି କାନ୍ଦି ଥାନ୍ତି । ଅନେକ ଜାଗାରେ ଏମିତି ଦେଖା ଯାଇଠାଏ । ଯେଉଁ ଘରେ ଧାର୍ମିକ ପ୍ରକୃତିର ଲୋକ ରହିଥାନ୍ତି ବା ପୂଜା ପାଠ ଭକ୍ତି ଅଧିକ ହୋଇଥାଏ ବା ଯେଉଁ ଘରେ ସତ୍ୟ, ନ୍ୟାୟ, ଧର୍ମର କଥା ଚାଲିଥାଏ ସେଠାରେ ପ୍ରକୃତି ମାଧ୍ୟମରେ କିଛି ସଂକେତ ମିଳିଥାଏ । ଯେଉଁ ଘରେ ବିଲେଇ କାନ୍ଦି ଥାନ୍ତି ସେହି ଘରର ନାରୀ ବା ପୁରୁଷ ବହୁତ ଧାର୍ମିକ ପ୍ରକୃତି ର ହୋଇଥିବେ । ଧାର୍ମିକ କାର୍ଯ୍ୟ କରୁଥିବେ । ସେଇ ଘରେ ହିଂସା ବା ଅନ୍ୟାୟ ହେଉ ନ ଥିବ ।

କେତୁ ହେଉଛନ୍ତି ମୁଖ୍ୟ । ତେଣୁ ବିଲେଇ ମାଧ୍ୟମରେ ସଂକେତ ମିଳିଥାଏ । ବିଶେଷ କରି ବିଲେଇ କାନ୍ଦିଲେ ସ୍ୱାସ୍ଥ୍ୟ ଖରାପ ହେବାର ସଂକେତ ଆସିଥାଏ । ସେତେବେଳେ ବିଲେଇ କୁ ଖାଦ୍ଯ ଖାଇବାକୁ ଦେବା ଉଚିତ । ଏହା ସହ ବିଲେଇ କାନ୍ଦିବା ସମୟରେ ତାକୁ କେବେ ବି ବାଡେଇବେ ନାହି । ବାହାରକୁ ବାହାର କରିବାକୁ ଚେଷ୍ଟା କରିବେ । ବିଲେଇ ବହୁତ ଦୁଖୀ ହୋଇ କାନ୍ଦି ଥାନ୍ତି । ଏମିତି ସ୍ଥିତି ରେ ୯ ଦିନ ଲଗାତାର ସାଧାରଣ ଜଳରେ ପଇଡ ପାଣି ବା ଗଙ୍ଗା ଜଳରେ ଜଳାଭିଷେକ କରିବା ଉଚିତ ।

ତ୍ରିଶାଖା ବେଲପତ୍ରରେ ଚନ୍ଦନ ଦେବେ, କ୍ଷୀର ଜାତୀୟ ଫୁଲ ମହାଦେବ ଙ୍କୁ ଅର୍ପଣ କରିବେ । ୯ ଦିନ ଯାକ ଘରର ଯିଏ ମୁଖ୍ୟ ଥିବେ ସେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଉଚିତ । ଏ ହେଉଛି ପ୍ରକୃତି ସଂକେତ ଦେଇଥାଏ କି ଆଗକୁ କିଛି ବିପତ୍ତି ଆସିବାକୁ ଯାଉଛି । ଶ୍ରଦ୍ଧା ଥିଲେ ସବୁ କିଛି ସମ୍ଭବ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *