ବିଲେଇ ରାସ୍ତା କାଟିଲେ କଣ କରିବେ ? Ajira Anuchinta

ନମସ୍କାର ବନ୍ଧୁଗଣ, ଆପଣ ମାନେ କୌଣସି ଗୁରୁତ୍ଵପୂର୍ଣ କାମ କରିବାକୁ ଯେତେବେଳେ ଘରୁ ବାହାରିଥାନ୍ତି ସେହି ସମୟରେ ଯଦି ବିଲେଇ ରାସ୍ତା କାଟିଦିଏ ତେବେ ତାହାକୁ ବହୁତ ଅଶୁଭ ମନାଯାଏ । କୁହାଯାଏ ବିଲେଇ ରାସ୍ତା କାଟିଲେ ଆପଣ ବାହାରିଥିବା କାମରେ ବାଧା ଆସିଥାଏ କିମ୍ବା ଆପଣଙ୍କ ପ୍ରତି କୌଣସି ବିପଦ ଆସିବାର ସଙ୍କେତ ଥାଏ । ଯଦି ଆପଣଙ୍କ ରାସ୍ତା ବିଲେଇ କାଟେ ତେବେ ଆପଣଙ୍କୁ କଣ କରିବା ଦରକାର । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ପ୍ରଥମ: ଯଦି ଆପଣ ବାହାରିଥିବା ବାଟରେ ବିଲେଇ ରାସ୍ତା କାଟିଦିଏ ତେବେ ଆପଣ କିଛି ସମୟ ସେହିଠାରେ ଅଟକି ଯାଅନ୍ତୁ । ଯେତେ ପର୍ଯ୍ୟନ୍ତ ସାମ୍ନା ରାସ୍ତାରୁ ଅନ୍ୟ କେହି ଆସି ଆପଣଙ୍କ ରାସ୍ତା ପାର ନକରିଛି ସେବେ ଯାଏ ଅଟକି ରୁହନ୍ତୁ । ଏହାଦ୍ୱାରା ଆପଣଙ୍କ ଅଶୁଭ ସମୟ ଶେଷ ହୋଇଯାଇଥାଏ ।

ଦିତୀୟ: ଘରୁ ବାହାରକୁ ଯିବା ପୂର୍ବରୁ ଏକ ଗ୍ଲାସ ପାଣି ପିଇ ବାହାରନ୍ତୁ । ଏହା ଆପଣ କରିବା ଦ୍ଵାରା ଆପଣଙ୍କ ରାସ୍ତାରେ ଆସିବାର ଥିବା ସବୁ ସଙ୍କଟ ଦୂର ହେବ । ତୃତୀୟ: ଯଦି ଆପଣ କୌଣସି ଶୁଭ କାମ ପାଇଁ ବା ପରକ୍ଷା ପାଇଁ ଦେବା ପାଇଁ ଯାଉଛନ୍ତି ତେବେ ଦହି କହି ଯାଅନ୍ତୁ । ଘରୁ ବାହାରିବା ବେଳେ ଦହି ଖାଇ ଯିବା ଶୁଭ ହୋଇଥାଏ । ଏହା ଫଳରେ ଆପଣଙ୍କର ସବୁ ବିପଦ ଦୂର ହୋଇଯାଇଥାଏ । କୁହାଯାଏ ଆପଣ ଦହି ଖାଇ ଯାଇଥିବା କାର୍ଯ୍ୟ ସଫଳ ହୋଇଥାଏ । ଏହି ଉପାୟଟି ବହୁତ ପ୍ରଭାବଶାଳୀ ହୋଇଥାଏ ।

ଚତୁର୍ଥ: ଯଦି ବିଲେଇ ଆପଣଙ୍କ ବାମ ପଟରୁ ରାସ୍ତା କାଟେ ତେବେ ଏହାକୁ ଅଶୁଭ ମନାଯାଏ ନାହିଁ । କିନ୍ତୁ ବିଲେଇ ଯଦି ଡାହାଣ ପଟରୁ ରାସ୍ତା କାଟେ ତେବେ ଏହା ବହୁତ ଅଶୁଭ ହୋଇଥାଏ । ଯଦି ବିଲେଇ ଡାହାଣ ଆପଣଙ୍କ ଡାହାଣ ପଟରୁ ରାସ୍ତା କାଟେ ତେବେ ତାହା ସାମ୍ନା ପଟରୁ ଆସୁଥିବା ଲୋକଙ୍କ ପାଇଁ ବାମ ପଟ ହୋଇଯାଏ ।

ତେଣୁ ସାମ୍ନା ରାସ୍ତାରେ ଗତି କରିବା ଲୋକ ପାଇଁ ଏହା ଅଶୁଭ ହେବ ନାହିଁ । ସେଥିଯୋଗୁ ଯଦି ବିଲେଇ ଆପଣଙ୍କ ଡାହାଣ ପଟରୁ ରାସ୍ତା କାଟେ ତେବେ ଆପଣ ସେହି ଠାରେ କିଛି ସମୟ ଅଟକି ଯାଅନ୍ତୁ । ବିଲେଇ ରାସ୍ତା କଟିବାର ବଡ ସଙ୍କେତ ହୋଇଥାଏ ଆପଣ ଯିବା ବାଟରେ ହିଁ କିଛି ଅସୁବିଧା ହେବାକୁ ଯାଉଛି ।

ତେଣୁ ଆପଣ ବିଲେଇ ରାସ୍ତା କାଟିଲେ ବ୍ୟସ୍ତ ନ ହୋଇ ଏହି କାମ କରନ୍ତୁ । ଆପଣ କିଛି ସମୟ ଅଟକି ଗଲେ ଆପଣଙ୍କ କୌଣସି ଅସୁବିଧା ହେବ ନାହିଁ । ତେଣୁ ଆପଣ କିଛି ନଭାବି ବାସ କିଛି ସମୟ ଅଟକି ଯାଅନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *