ସହିବାର ଶକ୍ତି ଯାହା ପାଖରେ ଥାଏ, ସେ… ସବୁବେଳେ ଦୁଃଖୀ ହେଉଥିଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଯଦି ଆପଣଙ୍କୁ କେହି ଖରାପ ଭାବୁଛନ୍ତି ତେବେ ତାଙ୍କୁ ଭାବିବାକୁ ଦିଅନ୍ତୁ । କାହିଁକି ନା ଆପଣଙ୍କୁ ସେମାନେ ସେତିକି ବୁଝିଛନ୍ତି । ଯେତିକି ତାଙ୍କର ବୁଝିବାର ଶକ୍ତି ଅଛି । ବାରମ୍ବାର ଅପମାନ ହେବ ପରେ ବି ଯେଉଁ ମଣିଷ ଆପଣଙ୍କୁ ଛାଡି ଚାଲିଯାଏ ନାହି ସେ ନିଲଜ ନୁହେଁ । ଏହାର ପ୍ରକୃତ ଅର୍ଥ ତା ଜୀବନରେ ଆପଣଙ୍କ ସ୍ଥାନ ତା ଇଜ୍ଜତ ଠାରୁ ବଡ ।

ଯିଏ ଏକୁଟିଆ କାନ୍ଦିକୁ ଚୁପ ହୋଇଯାଏ ସେ ଦୁନିଆର ସବୁଠାରୁ ଶକ୍ତିଶାଳୀ ହୋଇଯାଏ । ମନେ ରଖିବେ ସବୁଠାରୁ ଅଧିକ ଅପମାନ ନିଜ ଲୋକଙ୍କ ଠାରୁ ମିଳିଥାଏ । ଯେବେ ଆପଣଙ୍କୁ କେହି ଛାଡି ଚାଲିଯାଏ ସେତେବେଳେ ଆପଣଙ୍କ ଭିତରେ ସାହସ ଆଉ ଶକ୍ତି ବାହାରକୁ ବାହାରିଥାଏ । କାରଣ ସାହାରା ମଣିଷକୁ ଦୁର୍ବଳ କରିଦିଏ । ପ୍ରତେକ ଦିନ ଜୀବନରେ କିଛି ନା କିଛି ଶିକ୍ଷା ମିଳିଥାଏ ।

କିଛି ପାଇବାକୁ ଚେଷ୍ଟା କର ନହେଲେ କିଛି ହରେଈ ଦିଅ । କିନ୍ତୁ ନିଜ ସ୍ଵାର୍ଥ ପାଇଁ କେବେବି କାହାର ବ୍ୟବହାର କର ନାହି । କାହାକୁ ବି ଏତେ ଅଧିକାର ଦିଅ ନାହି ଯେ ସେ ତୁମ କଷ୍ଟର କାରଣ ସାଜିବ । କାହାକୁ ବି ଏତେ ସମୟ ଦିଅ ନାହି ଯେ ସେ ତୁମକୁ ଅଣଦେଖା କରିବାକୁ ଲାଗିବେ । ସମ୍ପର୍କ ଯଦି ହୃଦୟରୁ ଯୋଡା ଯାଇଥାଏ ତେବେ ତାହା କେବେ ସାଥ ଛାଡେ ନାହି ।

ଯଦି ଲୋକ ଆପଣଙ୍କ ଦୁର୍ବଳତାକୁ ସମସ୍ଯା ଭାବୁଛନ୍ତି ତେବେ ତାହା ତାଙ୍କର ସମସ୍ଯା । କୌଣସି ବ୍ୟକ୍ତି ଦୁନିଆକୁ ଆମ ଶତ୍ରୁ ବା ମିତ୍ର ହୋଇକି ଆସି ନ ଥାଏ । ଆମ ବ୍ୟବହାର ଓ ଶବ୍ଦ ଲୋକଙ୍କୁ ଶତ୍ରୁ ଓ ମିତ୍ର ବନାଇଥାଏ । ନିଜ ନିଜ ଉପରେ ବିଶ୍ଵାସ ଓ ଈଶ୍ବରଙ୍କ ଉପରେ ଭରସା ଅଛି ତେବେ ଯେତେ ସମସ୍ୟା ଆସିଲେ ବି ସେଥିରୁ ବାହାରି ଯାଇଥାଏ ।

ଯଦି ତୁମ ପାଖରେ ବାପା ମା ଓ ପରିବାର ଅଛନ୍ତି ତେବେ ବୁଝିବେ ଏ ଜୀବନ ତୁମ ଠାରୁ କିଛିବି ଛଡେଇ ନେଇ ନାହି । ସଫଳ ଲୋକ ନିଜ ସମ୍ପତି ବଳରେ ଦୁନିଆକୁ ବଦଳାଇ ଦିଅନ୍ତି । ଆପଣ ଅତୀତକୁ କେବେ ବଦଳାଇ ପାରିବେ ନାହି କିନ୍ତୁ ଭବିଷ୍ୟତକୁ ଆପଣଙ୍କ ହାତରେ ଅଛି । ଯାହା ଖରାପ ଲାଗୁଛି ତାହା ତ୍ୟାଗ କର ତାହା ବସ୍ତୁ ବା ମଣିଷ ହେଉ ।

ଲୋକ ସବୁବେଳେ ଆପଣଙ୍କର ସଫଳତାକୁ ଦେଖିଥାନ୍ତି କିନ୍ତୁ ସଫଳତା ପାଇବାକୁ ଆପଣ କେତେ ପରିଶ୍ରମ କରିଛନ୍ତି ତାହା ଦେଖନ୍ତି ନ ଆହି । ଯିଏ ଆପଣଙ୍କୁ ଭୁଲ ବୁଝନ୍ତି ସେ ଆପଣଙ୍କ ଚୁପ ରହିବାର ଅର୍ଥ ବି ବାହାର କରି ନେଇଥାନ୍ତି । ସେଥିପାଇଁ ତାଙ୍କ କଥାକୁ ଗୁରୁତ୍ଵ ଦିଅନ୍ତୁ ନାହି ।

ତାହା କର ଯାହା ଆପଣଙ୍କୁ ଠିକ ଲାଗୁଛି । ଯାହାକୁ ଆପଣଙ୍କର ଆବଶ୍ୟକତା ନାହି ତାକୁ ଜବରଦସ୍ତି ଆପଣଙ୍କ ଭଲ ପାଇବା ଦେବା ଦରକାର ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *