ବୃଷ ରାଶି ଓ ଧନୁ ରାଶି ମଧ୍ୟରୁ କିଏ ଅଧିକ ଲକି ? ଜୀବନରେ ଜଲ୍ଦି କିଏ ଧନୀ ହୋଇଥାନ୍ତି ?

ବନ୍ଧୁଗଣ ଆଜି ଆମେ ଜାଣିବା 12 ଗୋଟି ରାଶି ମଧ୍ୟରୁ 2ଟି ରାଶି ବିଷୟରେ । ସେହି 2ଟି ରାଶି ହେଉଛନ୍ତି ଧନୁ ରାଶି ଓ ବୃଷ ରାଶି । ଏହି ଦୁଇ ରାଶିଙ୍କର ଭବିଷ୍ୟତ କିପରି ରହିବ, ଦୁହିଙ୍କ ମଧ୍ୟରେ ସବୁଠୁ ଶକ୍ତିଶାଳୀ କିଏ, କିଏ ଜୀବନରେ ଉନ୍ନତି ମାର୍ଗ ରେ ପ୍ରଶସ୍ତ ହେବେ ଇତ୍ୟାଦି । ପ୍ରଥମେ ଆସନ୍ତୁ ଜାଣିବା ବୃଷ ରାଶି ବିଷୟରେ । ବୃଷ ରାଶିଙ୍କର ସ୍ଵାମୀ ଗ୍ରହ ଶୁକ୍ର । ଏହି ରାଶିର ବ୍ୟକ୍ତି ଜୀବନରେ ଭଲ ଭୋଜନ, କଳା, ସଂଗୀତ ପ୍ରତି ଇଚ୍ଛା ରଖିଥାନ୍ତି ।

ଏମାନେ ଭୋଗ ବିଳାସର ଜୀବନଯାପନ କରିବାକୁ ପସନ୍ଦ କରନ୍ତି । ଏମାନେ ଧନ ରୋଜଗାର କରିବାରେ ଭାଗ୍ଯବାନ ବିଚାର କରାଯାଏ । ଏମାନଙ୍କ ଠାରେ ଧନ ସଞ୍ଚୟ କରିବାର ଇଚ୍ଛା ରହିଥାଏ । ଏମାନେ ଉଚ୍ଚବିଳାସୀ, ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନେ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଖୁବ ଆଗରେ ରହିଥାନ୍ତି । ଏମାନେ ସ୍ଥିର, ଧର୍ଜ୍ୟବନ, ବିଶ୍ଵସନୀୟ ହୋଇଥାନ୍ତି ।

ଏହି ରାଶିରୀ ଜାତ ବ୍ୟକ୍ତି ସାଧାରଣ ନୁହନ୍ତି । ଏମାନେ କୌଣସି କାମକୁ କରିବାରେ ପଛ ଘୁଞ୍ଚା ଦିଅନ୍ତିନି । ସର୍ବା ନିଜର ବଚନ ପାଳନ କରନ୍ତି । ଏମାନେ ପ୍ରତେକ ସ୍ଥିତିରେ ବନ୍ଧୁଙ୍କ ସହ ଛିଡା ହୋଇଥାନ୍ତି । ଏମାନଙ୍କୁ ସହଜରେ ଆକର୍ଷିତ କରାଯାଇପାରେନା । ଦେଶ ବିଦେଶ ଭ୍ରମଣ କରିବାର ଇଚ୍ଛା ରଖିଥାନ୍ତି । ଅସୀମ ଊର୍ଜା ସହ କାର୍ଯ୍ୟ କରିଥାନ୍ତି । ଏମାନେ ଭୌତିକ ସୁଖ ସୁବିଧା ପାଇବାକୁ କଠିନ ପରିଶ୍ରମ କରନ୍ତି ।

ଭବିଷ୍ୟତକୁ ନେଇ ପଜେଟିଭ ରୁହନ୍ତୁ । ଏମାନେ ଯେଉଁ ଲକ୍ଷ୍ୟର ଇଚ୍ଛା ରଖିଥାନ୍ତି ତାହା ପାଇଥାନ୍ତି । ଚାକିରି କ୍ଷେତ୍ରରେ ସରକାରୀ କର୍ମଚାରୀ, ଉଚ୍ଚ ସେନା ପଦ ପାଇଥାନ୍ତି । ଏମାନଙ୍କର ଶୁଭ ରଙ୍ଗ ଧଳା, ଅଙ୍କ 6, ଦିନ ଶୁକ୍ରବାର, ରତ୍ନ ହୀରା । ଏବେ ଆସନ୍ତୁ ଜାଣିବା ଧନୁ ରାଶି ବିଷୟରେ । ଧନୁ ରାଶିର ସ୍ଵାମୀ ବୃହସ୍ପତି ଦେବ ହୋଇଥାନ୍ତି । ଏମାନେ ଧାର୍ମିକ, ସଚ୍ଚୋଟ ହୋଇଥାନ୍ତି ।

ଏହି ରାଶିର ପ୍ରତୀକ ଧନୁ ଅଟେ ଯାହାର ପଛରେ ଧନୁ ଯୋଡା ହୋଇଥାଏ । ଏମାନଙ୍କର ଲକ୍ଷ୍ୟ ଧନୁ ପରି ହୋଇଥାଏ । ଏମାନେ ଲକ୍ଷ୍ୟ ନିର୍ଧାରଣ କରିବା ପରେ କାହା କଥା ଶୁଣନ୍ତି ନାହିଁ । ଏମାନେ କର୍ମ କ୍ଷେତ୍ରରେ ଭଲ ପରିଦର୍ଶନ କରନ୍ତି । ଏମାନେ ଜ୍ଞାନ ଅର୍ଜନ କରିବା ପାଇଁ କୌଣସି ବି ସ୍ଥିତିର ସମୁଖିନ୍ନ ହୋଇପାରନ୍ତି । ଏମାନେ ବୁଦ୍ଧିମାନ ହୋଇଥାନ୍ତି । ନ୍ୟାୟପ୍ରିୟ ଓ ବିଶ୍ଵାସୀ ହୋଇଥାନ୍ତି ।

ଅନ୍ୟକୁ ମାର୍ଗ ଦର୍ଶନ ଦେବା ଭଲ ଲାଗିଥାଏ । ଉଦାର ସ୍ଵଭାବ କାରଣରୁ ଏମାନେ ସମସ୍ତଙ୍କୁ ଖୁସିରେ ରଖିଥାନ୍ତି । ଏମାନଙ୍କର ବିଶ୍ବାସ ରହିଥାଏ ପ୍ରତେକ କାମକୁ ଠିକ ଭାବରେ କରିବେ । ଏମାନେ ନୀତି କରିଥାନ୍ତି ଓ ଲୋକଙ୍କୁ ସେଥିରେ ଚଳାଇଥାନ୍ତି । ଯେବେ ଏମାନଙ୍କୁ କ୍ରୋଧ ଆସିଥାଏ ତେବେ ଅଟକାଇବା କଠିନ ହୋଇଥାଏ । ଏମାନେ ଅର୍ଥ ରୋଜଗାର କରିବାରେ ମାହିର ହୋଇଥାନ୍ତି । ଏମାନଙ୍କର ଶୁଭ ରଙ୍ଗ ହଳଦିଆ, ଅଙ୍କ 3,ଦିନ ଗୁରୁବାର, ରତ୍ନ ଗୋଖରାଜ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *