ଧଳା ବାଳ ଯେତେବି ହୋଇଥାଉ, ଗୋଟି ଗୋଟି କରି କଳା ହୋଇଯିବ… ବାସ କରନ୍ତୁ ଏହି ଉପାୟ

ବନ୍ଧୁଗଣ ମାତ୍ର 5 ଟଙ୍କାର ଏହି ଜିନିଷ ଦ୍ଵାରା ଆପଣ ନିଜର କେଶ କୁ କଳା , ଘନ ଓ ମଜବୁତ କରି ପାରିବେ । ଏହା ସହ ଯଦି ଆପଣଙ୍କ କେଶ ଅଧିକ ଶୁଷ୍କ ହୋଇ ଯାଇଛି ତେବେ ଆପଣ ଏହି ଉପଚାରକୁ କେଶ ରେ ଲଗାଇବେ ତେବେ ଆପଣଙ୍କ କେଶ ପ୍ରାକୃତିକ ଭାବେ ସାଇନିଙ୍ଗ ହେବ । ଆସନ୍ତୁ ଜାଣିବା ସେହି ରେମେଡି କେମିତି ତିଆରି କରିବା ଓ ଏହାର ପ୍ରୟୋଗ କିପରି କରିବା । ଏହି ଉପଚାର ବନାଇବା ପାଇଁ ଆବଶ୍ୟକ ରହିଛି ଚାହା ପତି ।

ଚାପତି କୁ ଅଧିକାଂଶ ଲୋକେ ଖାଲି ଚାହା ତିଆରି କରିବାକୁ ବ୍ୟବହାର କରିଥାନ୍ତି । କିନ୍ତୁ ଅନେକ ଲୋକ ଜାଣି ନାହାନ୍ତି କି ଚାହା ପତି ଏକ ବିୟୁଟି ପ୍ରଡ଼କ୍ଟ ଅଟେ । ଏହା ଆମ ସ୍କିନ ଓ କେଶ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । କୌଣସି କମ୍ପାନୀ ର ଚାହା ପତି ଏଥିପାଇଁ ବ୍ୟବହାର କରି ପାରିବେ । ଏହା ଧଳା କେଶ କୁ କଳା କରିବାର କାମ କରିଥାଏ । ସଂପୂର୍ଣ୍ଣ ପ୍ରାକୃତିକ ଉପାୟରେ ଏହା ଆମ କେଶ କୁ କଳା କରିଥାଏ ।

ଏଥିପାଇଁ ଦ୍ଵିତୀୟ ସାମଗ୍ରୀ ହେଉଛି ତେଜପତ୍ର । ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଯାହା କେଶ ରେ ସାଇନ କରିଥାଏ । ଯଦି ଆପଣଙ୍କର ଉକୁଣି, ରୂପୀ ଭଳି ସମସ୍ଯା ଅଛି ତେବେ ତେଜପତ୍ରର ବ୍ୟବହାର କରିଲେ ତାହା ଦୂର ହୋଇଥାଏ । ଏହା ହେୟାର ଗ୍ରୋଥ କୁ ବୁଷ୍ଟ କରିବା ପାଇଁ ଲାଭଦାୟକ ହୋଇଥାଏ । ଏହା ସହ କେଶ ପାଇଁ ନ୍ଯାଚୁରାଲ କଣ୍ଡିସନର ଭାବେ କାମ କରିଥାଏ ।

ଏକ ପାଖୁଡା ରସୁଣ ର ଆବଶ୍ୟକତା ପଡିବ ଏହି ଉପଚାର ବନାଇବା ପାଇଁ । ଏକ ପାତ୍ରରେ 2 ଚାମଚ ଚାହା ପତି ନିଅନ୍ତୁ । ଏହା ପରେ 3ଟି ତେଜପତ୍ର ଓ ଏକ ପାଖୁଡା ରସୁଣ ପକାନ୍ତୁ । ଏବେ ସେଥିରେ ଏକ ଗ୍ଳାସ ପାଣି ଢାଳନ୍ତୁ । ଏହାପରେ ଏହାକୁ ଭଲ ଭାବେ ଫୁଟାନ୍ତୁ । ପୁରୁଷ ଓ ମହିଳା ଏହି ରେମେଡି ର ପ୍ରୟୋଗ କରି ପାରିବେ ।

ଏହା ଆପଣଙ୍କର କେଶ କୁ ଘନ, ମଜବୁତ ଓ କଳା କରିବ । ଯଦି ଚନ୍ଦାପଣ ଅଛି ତେବେ ଏହାକୁ ଥରେ ଟ୍ରାଏ କରନ୍ତୁ । 10 ମିନିଟ ଯାଏଁ ଏହାକୁ ଫୁଟାଇବା ପରେ ଅନ୍ୟ ଏକ ପାତ୍ରକୁ ଛାଣି ଦିଅନ୍ତୁ । ଏହାକୁ ଅଧିକ ବନାଇ ଷ୍ଟୋର କରି ରଖିପାରିବେ । ଏବେ ଏକ ଚାମଚ କଫି ପାଉଡର ଅନ୍ୟ ଏକ ପାତ୍ରରେ ନିଅନ୍ତୁ । କଫି ସହ ଏହି ପାଣି କୁ ମିଶାନ୍ତୁ ।

ଯେଉଁ ମାନଙ୍କର କେଶ ଧଳା ଅଛି ସେମାନେ ଏହାକୁ ଲଗାନ୍ତୁ । ଦେଖିବେ ଆପଣଙ୍କ କେଶ କଳା ହୋଇଯିବ । ଯଦି ଆପଣଙ୍କ କେଶ ଡ୍ରାଏ ବା ଶୁଷ୍କ ଅଟେ ତେବେ ଏଥିରେ ଏକ ଚାମଚ ନଡିଆ ତେଲ ମିଶାଇ ହେୟାରରେ ଲଗାନ୍ତୁ । ଚା ପତି ଓ ତେଜପତ୍ରର ପାଣିକୁ କେଶ ରେ ସ୍ପ୍ରେ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *