ଧନତେରସ ବା ଦୀପାବଳି ଦିନ ଭୁଲରେ ବି କାହାକୁ ଦିଅନ୍ତୁ ନାହିଁ ଏହି 1 ଜିନିଷ, ଲକ୍ଷ୍ମୀ ଭୁଲିଯିବେ ଆପଣଙ୍କ ଘରର ରାସ୍ତା

ଆମ ଦେଶର ପ୍ରତିବର୍ଷ ଦୀପାବଳି ଖୁବ ଧୂମଧାମରେ ପାଳନ କାରଜାଏ । ଏହା ସହ ଧନତେରସ ମଧ୍ୟ ଦୀପାବଳି ପୂର୍ବ ଦିନ ପାଳନ କରାଯାଏ । ଏହି ଦିନ କିଛି ଲୋକ ମାନେ ନିଜ ପରିଜନ ମାନଙ୍କୁ ଉପହାର ଦେଇଥାନ୍ତି । କିନ୍ତୁ ଏମିତି କିଛି ଖାସ ବସ୍ତୁ ରହିଛି ଯାହା ଦୀପାବଳୀ ବା ଧନତେରସ ଦିନ ଦେବା ଉଚିତ ନୁହେଁ । ଆଜି ଆମେ ଆପଣ ମାନଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ । ଧନତେରସ ଦିନ ମା ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କର ମୂର୍ତ୍ତି ଅଲଗା ଅଲଗା ଆଣିବା ଉଚିତ । ଏହି ଦିନ ବିଶେଷ ପୂଜା କରାଯାଏ ଯାହା ପାଇଁ କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ । ଡାହାଣ ପଟେ ମା ଲକ୍ଷ୍ମୀଙ୍କର ମୂର୍ତ୍ତି ପ୍ରଭୁ ଗଣେଶଙ୍କ ପାଖରେ ରଖିବା ଉଚିତ ।

ବସିଥିବା ମା ଲକ୍ଷ୍ମୀଙ୍କ ମୂର୍ତ୍ତି ଆଣିବା ସହ ମାଙ୍କର ମୁହଁ ପୂର୍ବ ଉତ୍ତର ଦିଗରେ ରଖିବା ଉଚିତ । ମା ଲକ୍ଷ୍ମୀଙ୍କ ପୂଜା ଗୃହରେ କଳା ରଙ୍ଗ ଲଗାଇବା ଉଚିତ ନୁହେଁ । ଏହି ଦିନ ତୋରଣ ଲଗାଇବା ସହ ଭୂମିରେ ରଙ୍ଗୋଲି ପକାଇବା ଉଚିତ । ଏହି ଦିନ ଦର୍ପଣ କିଣିବା ଉଚିତ ନୁହେଁ । କାରଣ ଏହା ରାହୁ ଗ୍ରହର ପ୍ରତୀକ ହୋଇଥାଏ । ଧନତେରସ ଦିନ ସନ୍ଧ୍ୟାରେ ଦୀପ ଲଗାଇବା ସହ ଶୋଇବା ଉଚିତ ନୁହେଁ । ଏହି ଦିନ ଘରେ କଳହ କରିବା ଉଚିତ ନୁହେଁ । ଏମିତି କି ଏହି ଶୁଭ ଦିନ ମାନଙ୍କରେ ଲୁହା ଜିନିଷ ଘରକୁ ଆଣିବା ଅଶୁଭ ହୋଇଥାଏ । ଏହା ବ୍ଯତୀତ ଏହି ପବିତ୍ର ଦିନରେ ନକଲି ଗହଣା ବା ଫୁଲ କିଣିବା ଉଚିତ ନୁହେଁ ।

ଧନତେର୍ଷ ଦିନ ଧଳା ବସ୍ତୁ ଅନ୍ୟକୁ ଦାନ କରନ୍ତୁ ନାହି । ବିଶେଷ କରି କ୍ଷୀର ବା ଦହି ବା ଚାଉଳ ଦାନ୍ତେର୍ଷ ବା ଦୀପାବଳି ଦିନ ଦାନ କରନ୍ତୁ ନାହି । ଏହା ସହ ମା ଲକ୍ଷ୍ମୀ ଓ ପ୍ରଭୁ ଗେଣେଶଙ୍କ ମୂର୍ତ୍ତି ଅନ୍ୟକୁ ବିନା ପଇସାରେ ଦେବା ଅନୁଚିତ । ଏମିତି କି ଏହି ଦୁଇ ଦିନରେ କାହାକୁ ଟଙ୍କା ଉଦ୍ଧାର ଦେବା ଅନୁଚିତ ଅଟେ । ଏହି ଦିନ ରେସମି ବସ୍ତ୍ର ଯେମିତି କି ନାଲି କପଡା ବା ଶ୍ରୀଙ୍ଗାର ବସ୍ତୁ ଅନ୍ୟକୁ ଦେବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଆପଣଙ୍କ ଘରେ ସୁଖ ଶାନ୍ତି ନଷ୍ଟ ହୋଇଥାଏ । ଦହି ସକାଳେ ବା ସନ୍ଧ୍ୟାରେ ଏହି ଦୁଇ ଦିନରେ ଦେବା ଉଚିତ ନୁହେଁ ।

ବିଶେଷ କଥା ହେଉଛି ଘିଅ ଅନ୍ୟକୁ ଦାନ ଦେବା ଉଚିତ ନୁହେଁ । ଭୁଲରେ ବି ଲୁଣ, ମିଶ୍ରି ଆଦି ଦାନ କରିବା ଅନୁଚିତ । ରାତି ସମୟରେ ଦହି ଖାଇବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଦରିଦ୍ରତା ଆସିଥାଏ । ଏହା ସହ ଘଡି, ଜୋତା ବା ଚପଲ ଦାନ କରିବା ଦ୍ଵାରା ଅନେକ କ୍ଷତି ହୋଇଥାଏ । ଏମିତି କି କଳା ବସ୍ତ୍ର ମଧ୍ୟ ଏହି ଦିନରେ ଦାନ ଦେବା ଅନୁଚିତ । ତେଣୁ ଏହି ସବୁ ଜିନିଷ ଧନତେରସ ବା ଦୀପାବଳି ଦିନ ଦେବା ଅନୁଚିତ ।

ବନ୍ଧୁଗଣ ଆମ ଲେଖାଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *