ଦୁର୍ଗନ୍ଧଯୁକ୍ତ ଧଳାସ୍ରାବରୁ କେମିତି ପାଇବେ ମୁକ୍ତି ? ଦେଖନ୍ତୁ କଣ କହୁଛନ୍ତି Dr Alakta Das

ମହିଳା ମାନଙ୍କର ୱ୍ହାଇଟ ଡିସଚାର୍ଜ ହେବା ଏକ ସାଧାରଣ କଥା ଅଟେ । କିନ୍ତୁ କୌଣସି କାରଣ ଯୋଗୁଁ ଦୁର୍ଗନ୍ଧ ଯୁକ୍ତ ଧଳାସ୍ରାବ ହେଲେ ଏହା ସମସ୍ଯା ହୋଇପାରେ । ତେବେ ଦୁର୍ଗନ୍ଧ ଯୁକ୍ତ ଧଳାସ୍ରାବ ରୁ କେମିତି ପାଇବେ ମୁକ୍ତି ? ଆସନ୍ତୁ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଲକତା ଦାସଙ୍କ ଠାରୁ ଏହା ବିଷୟରେ ଅଧିକ ଜାଣିବା । ଡାକ୍ତର ଙ୍କ ମତରେ ଧଳାସ୍ରାବ କୁ ମେଡିକାଲ ଭାଷାରେ ଲିକୁରିୟା ବୋଲି କୁହାଯାଏ । ଆଜିକାଲି ଏହା ପ୍ରାୟତ ସାଧାରଣ କଥା ହୋଇ ଗଲାଣି । ୧୦ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ଧଳାସ୍ରାବ ସମସ୍ଯା ରହୁଛି । ତେଣୁ ଲୋକ ମାନେ ଜଣାଇବା ଦରକାର ଧଳାସ୍ରାବ କେଉଁଟା ନରମାଲ ଓ କେଉଁଟା ଆବନରମାଲ ଅଟେ ।

ୱ୍ହାଇଟ ଡିସଚାର୍ଜ ହେଉଛି ୟୁଟ୍ରସ ଯାହାର ଲୋ ପାର୍ଟ କୁ ସର୍ଭାଇକାଲ । ଧଳାସ୍ରାବ ହେଉଛି ସର୍ଭାଇକାଲ ଗ୍ଲାଣ୍ଡ । ଯେତେବେଳେ ଗ୍ଲ୍ଯାନ୍ଡ ରୁ ଶିକ୍ରେସନ ହୁଏ ସେତେବଳେ ତାହା ଭଯାଇନାଲ ସେଲ୍ସ ସହ ମିଶି ଶେଡ କରେ । ସାଧାରଣତ ତାହାର ରଙ୍ଗ ଧଳା ଥାଏ ଯାହାକୁ ୱ୍ହାଇଟ ଡିସଚାର୍ଜ ବୋଲି କୁହାଯାଏ । ଏଣୁ ତାର ମେନ ପାର୍ଟ ହେଉଛି ଆମେ ହାଇଜିନ ମେଣ୍ଟେନ କରିବା ।

ପ୍ରାଇଭେଟ ପାର୍ଟ ରେ ଯଦି ବହୁତ ଲୋକ ଗରମ ପାଣି, ଡେଟଲ, ସାବୁନ ବ୍ୟବହାର କରିଥାନ୍ତି ଯାହା ବ୍ୟବହାର କରିବା ଉଚିତ ନୁହେଁ । ଆମର ଗଟ ରେ ଯେମିତି ନରମାଲ ଫ୍ଲୋରା ରହିଥାଏ ଯାହାକୁ ଭଲ ବ୍ୟକ୍ଟେରିୟା କୁହଯାଏ ସେମିତି ଭଯାଇନା ଓ ଆଉଟର ଜେନେଟ ପାର୍ଟ ରେ ମଧ୍ୟ କିଛି ଫ୍ଲୋରା ରହିଥାନ୍ତି ଯାହାକୁ ଭଲ ଫ୍ଲୋରା କୁହାଯାଏ ।

ଯାହା କି ଆମ ସାବୁନ, ଡେଟଲ କୁ ବାରମ୍ବାର ବ୍ୟବହାର କରିଲେ ତାହା ନଷ୍ଟ ହୋଇଯାଏ । ଏହା ସହ ଏଗୁଡିକ ପିଏଚ ବାଲାନ୍ସକୁ ଚେଞ୍ଜ କରି ଦିଅ । ତେଣୁ ଏବେ ଯେଉଁ ୱାଶ ଗୁଡାକ ମାର୍କେଟରେ ମିଳୁଛି ତାକୁ ଆପଣ ଲୋ ପିଏଚ ମେଣ୍ଟେନ କରିବା ପାଇଁ ବ୍ଯବହାର କରି ପାରିବେ, କିନ୍ତୁ ରେଗୁଲାର ନୁହେଁ । ଯେଉଁ ମାନଙ୍କର ଇନଫେକସନ ଅଛି ସେମାନେ ସପ୍ତାହକୁ ଥରେ ହାଇଜେନିକ ପାଇଁ ୱାଶ ବ୍ୟବହାର କରି ପାରିବେ ।

ଏହା ସହ ଝିଅ ମାନେ ଯେଉଁ ଟାଇଟ ଜିନ୍ସ ପିନ୍ଧୁଛନ୍ତି ବା ସାରା ଦିନ ଟାଇଟ ଜିନିଷ ପିନ୍ଧି ପିନ୍ଧିକି ରହୁଛେ ତାହା ଫଳରେ ମଶ୍ଚରାଇଜର ହୋଇ ବ୍ୟାକ୍ଟେରିୟା ଗ୍ରୋ କରିବାରେ ହେଲ୍ପ କରେ । ଏଣୁ ଝିଅ ମାନେ ଲୁଜ ଓ କଟନ ଡ୍ରେସ ଅଣ୍ଡର ୱେର ପିନ୍ଧିବା ଦରକାର ଯେଉଁଥିରେ ଏୟାର ସରକୁଲେସନ ହୋଇ ପାରୁଥିବ । ଏହା ସହ ପରିସ୍ରା ଆସିବା ପରେ ସେହି ଜାଗାକୁ ଡ୍ରାଏ କରିବାକୁ ହେବ ।

ମହିଳାଙ୍କର ଭଯାଇନା, ଆନାଲକେନାଲ ଓ ପରିସ୍ରା ଜାଗା ସବୁ ପାଖା ପାଖି ଜାଗାରେ ଅଛି । ତେଣୁ ଷ୍ଟୁଲ କରିବା ସମୟରେ ସବୁବେଳେ ଆଗରୁ ପଛକୁ ଧୋଇବା ବା ପୋଛିବା ଉଚିତ । ଯଦି କିଛି ସମସ୍ଯା ହେଲେ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥିଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *