ଆପଣଙ୍କ ଉଚ୍ଚତା କମ ଅଛି କି ? ଏହାକୁ ନେଇ ଆପଣ ଚିନ୍ତିତ ରହୁଛନ୍ତି କି ? ତେବେ ଏହି ଖବର ନିଶ୍ଚୟ ଦେଖନ୍ତୁ… ମାତ୍ର 15 ଦିନରେ ଏମିତି ବଢାନ୍ତୁ ନିଜ Height

ପ୍ରତେକ ବ୍ୟକ୍ତିର ବାପା ମାଙ୍କ ଠାରୁ ଥିବା ଜିନ ଓ ଡିଏନଏର ପ୍ରଭାବ ଯୋଗୁ ସେମାନଙ୍କର ଉଚ୍ଚତା ସମାନ ହୋଇଥାଏ । ଯଦି ଆପଣଙ୍କର ମାତା ପିତାଙ୍କର ଉଚ୍ଚତା ଭଲ ହୋଇଥାଏ ତେବେ ପିଲାଙ୍କର ଉଚ୍ଚତା ମଧ୍ୟ ଭଲ ହୋଇଥାଏ । ଯଦି ମାତା ଓ ପିତାଙ୍କ ମଧ୍ୟରୁ କାହାର ଉଚ୍ଚତା ଅଧିକ ହୋଇଥାଏ ତେବେ ପିଲାର ଉଚ୍ଚତା ଅଧିକ ରହିଥାଏ । କିନ୍ତୁ କିଛି କ୍ଷେତ୍ରରେ ପିତା ମାତାଙ୍କର ଉଚ୍ଚତା କମ ହେବା ହେତୁ ପିଲାଙ୍କର ଉଚ୍ଚତା ମଧ୍ୟ କମ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଉଚ୍ଚତା କିପରି ବଢାଯାଇ ପାରିବ ସେହି ବିଷୟରେ କହିବାକୁ ଯାଉଛୁ । ଆମ ମାନଙ୍କର ଉଚ୍ଚତା କେତେ ଓ କିପରି ବଢିବ ତାହା ଆମର ହ୍ୟୁମାନ ଗ୍ରୋଥ ହରମୋନ ଉପରେ ନିର୍ଭର କରିଥାଏ । ଏହି ହରମୋନସ ଆମ ମସ୍ତିସ୍କର ପିଚୁଲାରି ଗ୍ରାନ୍ଟସ ଦ୍ଵାରା ସୃଷ୍ଟି ହୋଇଥାଏ ।

ଯଦି ଆପଣଙ୍କ ଶରୀରରେ ହ୍ୟୁମାନ ଗ୍ରୋଥ ହରମୋନ୍ସର ମାତ୍ରା ଅଧିକ ରହିଥାଏ ତେବେ ଉଚ୍ଚତା ବହୁତ ଜଲ୍ଦି ବୃଦ୍ଧି ପାଇଥାଏ । ବୟସ ଅନୁସାରେ ଏହି ହରମୋନ୍ସ କମ ହେବାରେ ଲାଗିଥାଏ । ପିଲାବେଳେ ଏହି ହରମୋନ୍ସ ମାତ୍ରା ଅଧିକ ଥିବାରୁ ପିଲା ମାନେ ବହୁତ ଜଲ୍ଦି ବଢିଥାନ୍ତି । ଯେଉଁ ମାନଙ୍କର ବୟସ ୧୮ରୁ ଅଧିକ ହୁଏ ସେମାନଙ୍କର ଉଚ୍ଚତା ଧୀରେ ଧୀରେ ବଢିଥାଏ ।

ଭଲ ଉଚ୍ଚତା ପାଇଁ ଆମ ଶରୀରକୁ ଭଲ ପୋଷାକତତ୍ଵର ଆବଶ୍ୟକତା ରହିଛି । ଏଥିପାଇଁ ଶରୀରରେ ପ୍ରୋଟିନ, ଭିଟାମିନ, ମିନେରାଲସ ରହିଲେ ଉଚ୍ଚତା ଜଲ୍ଦି ବଢିଥାଏ । ପ୍ରୋଟିନ ସାହାଜ୍ଯରେ ଆମ ଶରୀରରେ ଟିସୂର ନିର୍ମାଣ ହୋଇଥାଏ ଯାହା ଦ୍ଵାରା ଆମର ଉଚ୍ଚତା ବୃଦ୍ଧି ପାଇଥାଏ । ପ୍ରୋଟିନରେ ଏନିମୋ ଏସିଡ ରହିଥିବାରୁ ହ୍ୟୁମାନ ଗ୍ରୋଥ ହରମୋନ୍ସକୁ ସକ୍ରିୟ କରିଥାଏ । ମାଛ, ଅଣ୍ଡା ଓ କ୍ଷୀରରେ ଅଧିକ ପ୍ରୋଟିନ ଥିବାରୁ ଏହାର ସେବନ କରିବା ଉଚିତ ।

ଏହା ଛଡା ମିନେରାଲ୍ସ ହେଉଛି ମ୍ୟାଗ୍ନେସିୟମ, ଫସଫରସ, ଫ୍ଲୋରାଇଡ, ଆୟୋଡିନ, ଆଇରନ ଇତ୍ୟାଦି । ଏହି ସବୁ ମିନେରାଲ୍ସରେ ଅଧିକ ପୋଷାକତତ୍ଵ ଥିବାରୁ ଏହା ଉଚ୍ଚତା ବଢାଇବାରେ ସହାୟକ ହୋଇଥାଏ । ଏହା ଛଡା ପ୍ରତିଦିନ ଆପଣ ନିଜ ଶରୀରକୁ କୌଣସି ଜିନିଷ ସହାୟତାରେ ଓହଳାନ୍ତୁ । ଏହି ବ୍ୟାୟାମ କରିବା ସମୟରେ ଆପଣ ଶରୀରକୁ ଢିଲା ରଖନ୍ତୁ ।

ଏହା ଛଡା ମାଟି ଠାରୁ ଏକା ବା ଦୁଇ ଫୁଟ ଉପରକୁ ଆପଣଙ୍କ ଗୋଡ ରଖନ୍ତୁ । ଏହି ବ୍ୟାୟାମ କରିବା ସମୟରେ ଆପଣଙ୍କ ଶରୀରରେ ଏକ ଫୋର୍ସ ପଡିବ ଯାହା ଆପଣଙ୍କ ପିଚୁଲାରି ଗ୍ଲାନ୍ଟସରେ ସକ୍ରିୟ କରିଦେବ । ଏହା ଦ୍ଵାରା ଆପଣଙ୍କର ଗ୍ରୋଥ ହରମୋନସର ବୃଦ୍ଧି ହେବ ଯାହା ଦ୍ଵାରା ଉଚ୍ଚତା ମଧ୍ୟ ବୃଦ୍ଧି ପାଇବ । ଏହା ଛଡା ପ୍ରତିଦିନ ସାଇକେଲ ଚଲାଇବା ଦ୍ଵାରା ଆମ ମେରୁଦଣ୍ଡ ସିଧା ହୋଇ ରହିଥାଏ ଯାହା ଦ୍ଵାରା ଉଚ୍ଚତା ବୃଦ୍ଧି ପାଇଥାଏ ।

ଏହା ଛଡା ସୁମିଙ୍ଗ କରିବା ଦ୍ଵାରା ଆମ ଶରୀରର ହରମୋନ୍ସ ସକ୍ରିୟ ହୋଇଥାଏ ଯାହା ଦ୍ଵାରା ଉଚ୍ଚତା ବଢିଥାଏ । ଏହା ଛଡା ଯଦି ସିଧା ଶୋଉଛନ୍ତି ତେବେ ମୁଣ୍ଡ ଓ ଗୋଡ ତଳେ ତକିଆ ରଖନ୍ତୁ ବା ଯଦି ଆପଣ କଡା ଲେଉଟେଇ ଶୋଉଛନ୍ତି ତେବେ ବାମ ପଟେ ଗୋଡ ମଝିରେ ତକିଆ ଦେଇ ଶୁଆନ୍ତୁ । ଏହା ଦ୍ଵାରା ଆମ ପିଚୁଲାରି ଗ୍ଲାନ୍ଟସ ଅଧିକ ସକ୍ରିୟ ହୋଇଥାଏ ଯାହା ଦ୍ଵାରା ଉଚ୍ଚତା ବୃଦ୍ଧି ପାଇଥାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *