MRI ସ୍କାନ ର ଅର୍ଥ କଣ ? କଣ ପାଇଁ ଏହା କରା ଯାଇଥାଏ ? କେମିଟି ହୋଇଥାଏ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ବନ୍ଧୁଗଣ, ଆଜିଭଳି ଦୁନିଆରେ ପ୍ରତ୍ୟକ ମନୁଷ୍ୟ କୌଣସି ନା କୌଣସି ରୋଗରେ ପୀଡିତ ଅଛନ୍ତି । ଏହି ରୋଗ ମାନ ଏଭଳି ହୋଇଥାଏ ଯାହା କି ଡାକ୍ତରଙ୍କ ନଜରରେ ସହଜରେ ଧରା ପଡି ନଥାଏ । ଏଥିପାଇଁ ଡାକ୍ତର MRI ସ୍କାନ ଲେଖିଥାନ୍ତି । ଏହା ସହିତ MRI ସ୍କାନ କରିବାକୁ ଯାଉଥିବା ସମୟରେ ଆମେ ବ୍ୟବହାର କରୁଥିବା ସମସ୍ତ ମେଟାଲ ଜିନିଷ କୁ ବାହାରେ ରାଖୀ ଯାଇଥାଉ । MRI ସ୍କାନ ସମୟରେ ବହୁତ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ । କାରଣ ଏହି MRI ସ୍କାନ ମେସିନ ରେ ଏକ ମ୍ୟାଗ୍ନେଟିକ ସ୍ରୋତ ନିର୍ଗତ ହୋଇଥାଏ । ଏହି ସମୟରେ ଯଦି କୌଣସି ବ୍ୟକ୍ତି ମ୍ୟାଗ୍ନେଟିକ ଜିନିଷ ଭିତରକୁ ନେଇ ଯାଇଥାଏ ତେବେ, ବହୁତ ବଡ ଦୁର୍ଘଟଣା ଘଟିପାରେ ।

ଆପଣଙ୍କ ମନରେ ଗୋଟିଏ ପ୍ରଶ୍ନ ନିଶ୍ଚିନ୍ତ ଆସୁଥିବ ଯେ, MRI ସ୍କାନ ସମୟରେ ଜୀବନ ପ୍ରତି ବିପଦ ହୋଇପାରେ କି ? ଆଜି ଆମ୍ଭେ ଆପଣ ମାନଙ୍କୁ ଏକ ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଆପଣ କେବେ ଜାଣି ନଥିବେ । MRI ସ୍କାନ କଣ ? ଏହା ଆମ ଶରୀର ପ୍ରତି କ୍ଷତିକାରକ ଅଟେ କି ନା ? ଏ ସମସ୍ତ ସୂଚନା ଆଜି ଆମ୍ଭେ ଦେବାକୁ ଯାଉଅଛୁ ।

ଏହି ଘଟଣା ଟି ହରିୟାନା ର ପଞ୍ଚକୁଲା ଅଞ୍ଚଳର ଅଟେ । ଏହି ଅଞ୍ଚଳର ଡାକ୍ତର ଖାନା ରେ ଜଣେ ବୃଦ୍ଧ ବ୍ୟକ୍ତି ଙ୍କୁ MRI ସ୍କାନ ସମୟରେ ନିଶ୍ଵାସ ପ୍ରଶ୍ଵାସ ନେବାରେ ବାଧା ସୃଷ୍ଟି ହେଲା । ସେହି ବୃଦ୍ଧ ବ୍ୟକ୍ତି ଜଣକ ସାଙ୍ଗେ ସାଙ୍ଗେ ବେଲ୍ଟ କାଢି ବାହାରକୁ ପଳେଈ ଆସିଲେ । ସେହି ବ୍ୟକ୍ତି ଜଣକ କହିଲେ ଯେ, ଯଦି ସେ ଆହୁରି ଅଧିକ ସମୟ ସେଠାରେ ରହିଥାନ୍ତେ ତେବେ, ତାଙ୍କର ଜୀବନ ଚାଲି ଯାଇଥାନ୍ତା ।

ବନ୍ଧୁଗଣ ଏହା ଏକ ଏଭଳି ପରୀକ୍ଷା ଅଟେ ଯାହା କି ମନୁଷ୍ୟ ଶରୀର ଭିତରେ ଥିବା ସମସ୍ତ ପ୍ରକାର ରୋଗର ଚୟନ କରିବାରେ ସକ୍ଷମ ହୋଇଥାଏ । MRI ମେସିନ ଶରୀରକୁ ସ୍କାନ କରି ଶରୀରର କେଉଁ ଅଙ୍ଗ ର ସ୍ଥିତି ସଠିକ ନାହିଁ ତାହା ଦର୍ଶାଇ ଥାଏ । ଏଥିରେ ମ୍ୟାଗ୍ନେଟିକ ଫିଲ୍ଡ ଏବଂ ରେଡିଓ ତରଙ୍ଗ ର ବ୍ୟବହାର କରାଯାଇଥାଏ । ଏହାକୁ Body Scan ମେସିନ ଭାବେ ଗ୍ରହଣ କରାଯାଇଥାଏ । ବୈଜ୍ଞାନିକ ମାନେ କୁହନ୍ତି ଯେ ଶରୀରର ଯେଉଁ ଯେଉଁ ଭାଗରେ ହାଇଡ୍ରୋଜେନ ରହିଥାଏ, ତାହାର ସ୍ପିନ ଅର୍ଥାତ ପରିବର୍ତ୍ତନ କରିବା ଦ୍ଵାରା ଜଣାପଡିଥାଏ ।

ଆମ୍ଭେ ସମସ୍ତେ ପ୍ରାଏ ଜାଣିଆଛୁ ଯେ, ଆମ ଶରୀରରେ ପ୍ରାଏ ୭୦ ପ୍ରତିଶତ ଜଳ ରହିଥାଏ । ଜଳର ମଲିକ୍ୟୁଲ ରେ ୨ ଟି ହାଇଡ୍ରୋଜେନ ପ୍ରୋଟନ ରହିଥାଏ । MRI ସ୍କାନିଙ୍ଗ ଦ୍ଵାରା ପାୱାରଫୁଲ ମ୍ୟାଗ୍ନେଟିକ ଫିଲ୍ଡ ବନିଥାଏ । ଏବଂ ହାଇଡ୍ରୋଜେନ ପ୍ରୋଟନ ମ୍ୟାଗ୍ନେଟିକ ଫିଲ୍ଡ ସହିତ ଜଡିତ ହୋଇ ଶରୀରର ଅଙ୍ଗ ର ଇମେଜ ବନାଇବାକୁ ଲାଗିଥାନ୍ତି । ହାଇଡ୍ରୋଜେନ ସ୍ପିନ ଦ୍ଵାରା ବନିଥିବା ଇମେଜ ଦ୍ଵାରା ଶରୀରର ଅନେକ ଗୁଡିଏ ରୋଗର ର କାରଣ ଜଣାପଡିଥାଏ ।

MRI ସ୍କାନର ଅର୍ଥ Magnetic Resonance Imaging ହୋଇଥାଏ । ଏଥିରେ ସାଧାରଣତ ୧୫ ରୁ ୯୦ ମିନିଟ ର ସମୟ ଲାଗିଥାଏ । ଶରୀରର କେଉଁ ଭାଗର କେଉଁ ପାର୍ଟ ର କେତେ ବଡ ଅଂଶ ର ସ୍କାନିଂ ଉପରେ ଏହା ନିର୍ଭର କରିଥାଏ । ବନ୍ଧୁଗଣ ଆପଣଙ୍କୁ ଏହି ଗୁରୁତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *