ମାତ୍ର 2 ମିନିଟରେ ଦାନ୍ତ ବିନ୍ଧା, ପୋକ ଦାନ୍ତ, ମାଢିରୁ ରକ୍ତ ପଡିବା ଭଲ ହୋଇଯିବ… ବାସ କରନ୍ତୁ ଏହି ଘରୋଇ ଉପଚାର

ନମସ୍କାର ବନ୍ଧୁଗଣ, ଅନେକ ଲୋକ ଦାନ୍ତ ଜନିତ କଷ୍ଟ ପାଉଛନ୍ତି କାହାର ଦାନ୍ତ ପୋକ କାଟିଛି ତ କାହାର ମାଢିରୁ ରକ୍ତ ବାହାରୁଛି । ଏଥିପାଇଁ ଯଦି ଆପଣ ଡାକ୍ତରଙ୍କ ପାଖକୁ ଯାଉଛନ୍ତି ତେବେ ସେ ଦାନ୍ତ ଓପାଡିବାର ଉପଦେଶ ଦେଉଛନ୍ତି । ଏହା କରିବା ପୂର୍ବରୁ ଆପଣ ଏହି ଉପାୟଟିକୁ ଆପଣାଇ ଦେଖନ୍ତୁ । ଯଦି ଆପଣ ଏହି ସବୁ ସମସ୍ୟାର ସାମ୍ନା କରୁଛନ୍ତି ତେବେ ଏହି ଉପାୟଟି ଆପଣଙ୍କ ପାଇଁ ବହୁତ ଫଳଦାୟୀ ରହିବ । ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଚମତ୍କାରୀ ଉପାୟ ସମ୍ପର୍କରେ ।

ପ୍ରଥମ: ଆପଣଙ୍କୁ ଏହି ଉପାୟଟି କରିବା ପାଇଁ ମୁଖ୍ୟ ହେଉଛି ପିଜୁଳି ପତ୍ର । ଆପଣ 4ଟି ପିଜୁଳି ପତ୍ରକୁ ଭଲ ଭାବରେ ଧୋଇ ଦିଅନ୍ତୁ । ସେହି ପିଜୁଳି ପତ୍ରକୁ ଆପଣ ଛୋଟ ଛୋଟ କରି କାଟିଦିଅନ୍ତୁ । ଏହାପରେ ଆପଣ ଏହାକୁ ଭଲ ଭାବରେ ବାଟି ଦିଅନ୍ତୁ । ଆପଣ ବାଟି ଥିବା ସେହି ପେଷ୍ଟକୁ ଚଣାରେ ଛାଣି ତାହାର ରସ ବାହାର କରନ୍ତୁ । ଏହି ଉପାୟ ପାଇଁ ପିଜୁଳି ପତ୍ରର ରସର ହିଁ ଆବଶ୍ୟକତା ରହିଛି । ଗୋଟିଏ ଛୋଟ ତୁଳା ବିଣ୍ଡା ନେଇ ପିଜୁଳି ରସରେ ବୁଡାନ୍ତୁ ।

ଏହାପରେ ଆପଣ ଅଳ୍ପ ହଳଦୀ ଗୁଣ୍ଡରେ ଏହି ତୁଳାକୁ ଭଲ ଭାବରେ ମିଶାନ୍ତୁ ଯେପରି ହଳଦୀ ତୁଳା ବିଣ୍ଡା ଚାରିପଟେ ଭଲ ଭାବରେ ଲାଗିବ । ଏହାପରେ ଆପଣଙ୍କର ଯେଉଁ ଦାନ୍ତ ବିନ୍ଧୁ ଅଛି ଆପଣ ସେହି ତୁଳାକୁ ଚାପି ରଖନ୍ତୁ । ଅଧ ଘଣ୍ଟା ପର୍ଯ୍ୟନ୍ତ ଆପଣ ଏହି ତୁଳାକୁ ଆପଣଙ୍କ ଦୁଇ ଦାନ୍ତରେ ଚାପି ରଖନ୍ତୁ । ଏହା ଆପଣଙ୍କୁ ବହୁତ ଆରାମ ଦେବ । ଯଦି ପାଇରିଆ ସମସ୍ୟା ରହିଛି ତେବେ ଆପଣ ଏହି ମିଶ୍ରଣରେ ଦୁଇ ଠୋପା ସୋରିଷ ତେଲ ମିଶାଇ ଅଙ୍ଗୁଳି ସାହାର୍ଯ୍ୟରେ ମାଢିରେ ଘସନ୍ତୁ ।

ଦିତୀୟ: ଆପଣ ଏହି ଉପାୟକୁ ବନାଇବା ପାଇଁ ଗୋଟିଏ ପାତ୍ରରେ ଏକ ଗ୍ଳାସ ପାଣି ନେଇ ତାହାକୁ ଗରମ କରନ୍ତୁ । ଫୁଟୁଥିବା ଗରମ ପାଣିରେ 4ରୁ 5ଟି ଧୁଆ ହୋଇଥିବା ପିଜୁଳି ପତ୍ର ପକାନ୍ତୁ । ଏବେ ଏଥିରେ ଆପଣ 4ରୁ 5ଟି ଲବଙ୍ଗ ପକାନ୍ତୁ । ଲବଙ୍ଗ ଦାନ୍ତ ବିନ୍ଧା ପାଇଁ ବହୁତ ଲାଭକାରୀ ହୋଇଥାଏ ।

ଭଲ ଭାବରେ 5ରୁ 7 ମିନିଟ ଫୁଟିଯିବା ପରେ ଆପଣ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ । ଏବଂ ସେଥିରେ ଅଳ୍ପ ଫିଟିକିରି ମିଶାନ୍ତୁ ଯଦି ଏହା ନାହିଁ ତେବେ ଆପଣ ଲୁଣ ମିଶାଇ ପାରିବେ । ଏବେ ଏହା ପ୍ରସ୍ତୁତ ହୋଇଗଲା । ଏହାପରେ ଆପଣ ଏହି ପାଣିକୁ ପାଟିରେ ରଖି କୁଳି କରନ୍ତୁ ।

ଏହିଭଳି ଆପଣ 5 ମିନିଟ ପର୍ଯ୍ୟନ୍ତ ଅଳ୍ପ ଅଳ୍ପ ପାଟିରେ ଏହି ପାଣିକୁ ନେଇ କୁଳି କରନ୍ତୁ । ଏହା ଆପଣଙ୍କ ସମସ୍ତ ଦାନ୍ତ ଜନିତ ସମସ୍ୟାକୁ ମୂଳରେ ଶେଷ କରିଦେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *