ମେଷ, ବୃଷ ଓ ମିଥୁନ 2023 ନୂଆ ବର୍ଷରେ 3ଟି ରାଶି ରୁହନ୍ତୁ ସାବଧାନ, ଦେଖନ୍ତୁ ମହାଭାବିଷ୍ୟବାଣୀ

ନମସ୍କାର ବନ୍ଧୁଗଣ, ଆଉ ଏକ ନୂତନ ବର୍ଷର ଆରମ୍ଭ ହେବାକୁ ଯାଉଛି ଆଉ କିଛି ଦିନର ଅପେକ୍ଷା ପରେ । ତେବେ ଏହି ନୂଆ ବର୍ଷ ନିଜ ସହ ଢେର ଖୁସି ନେଇ ଆସିଥାଏ କିଛି ଲୋକଙ୍କ ପାଇଁ ତ ଆଉ କିଛି ଲୋକଙ୍କ ପାଇଁ ଦୁଃଖ । ତେବେ ଆସନ୍ତୁ ଆଜି ଜାଣିବା ବର୍ଷର ପରିବର୍ତ୍ତନ କେଉଁ ରାଶି ମାନଙ୍କ ଉପରେ ପ୍ରଭାବ ପକାଇବାକୁ ଯାଉଛି । ଏବଂ ସେହି ପ୍ରଭାବ ଫଳରେ ଭଲ ନା ଖରାପ କଣ ଘଟିବାକୁ ଯାଉଛି ୩ଟି ରାଶିରେ ତାହା ସମ୍ପର୍କରେ ମଧ୍ୟ ଆପଣ ଜାଣିବାକୁ ପାଇବେ ଆମର ଏହି ପୋଷ୍ଟ ମାଧ୍ୟମରେ ।

ମେଷ ରାଶି: ଆପଣ ମାନଙ୍କ ନୂତନ ବର୍ଷଟି ଅନେକ ଆଶାର ସଂଚାର ନେଇ ଆସୁଅଛି । ଆପଣଙ୍କ ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହେବାର ଯୋଗ ରହିଛି । ଆପଣଙ୍କ ଘରେ ଗୋଟିଏ ନୂଆ ସଦସ୍ୟଙ୍କ କୁଆଁ କୁଆଁ କାନ୍ଦ ଶୁଭିବାକୁ ଯାଉଛି । ଆପଣ ନିଜ ଜୀବନରେ କରିଥିବା ପରଶ୍ରମ ପାଇଁ ସମାଜରେ ମାନ ସମ୍ମାନର ପାତ୍ର ହେବେ ।

ଆର୍ଥିକ ଲାଭ ଦୃଷ୍ଟିରୁ ଆପଣଙ୍କ ପାଇଁ ନୂତନ ବର୍ଷଟି ଭଲ ରହିବାକୁ ଯାଉଛି । ପରିବାରରେ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଭଲ ବୁଝାବଣା ସହ ହସ ଖୁସିରେ ସାଂସାରିକ ଜୀବନ କଟାଇବେ । ଉଚ୍ଚ ଶିକ୍ଷା ନିମନ୍ତେ ବିଦ୍ୟାର୍ଥୀ ମାନେ ବିଦେଶ ଯାତ୍ରା କରିବାର ଯୋଗ ରହିଛି । କିନ୍ତୁ ଆପଣ କୋଟ କଚେରୀ ମାମଲା, କରଜ ଇତ୍ୟାଦି ସମସ୍ୟା ପାଇଁ ସାମାନ୍ୟା ଚିନ୍ତାରେ ରହିପାରନ୍ତି ।

ବୃଷ ରାଶି: ଆପଣ ନୂତନ ସମ୍ପର୍କ ସ୍ଥାପନ କରିବେ । ନିଜ ଉଚ୍ଚ ଶିକ୍ଷା ପାଇଁ ଆପଣଙ୍କୁ ଅନେକ ଭଲ ସୁଯୋଗ ମିଳିବାକୁ ଯାଉଛି । ସନ୍ତାନ ପ୍ରାପ୍ତିର ଆଗମନର ଅସୁଖ ମଧ୍ୟ ଏବେ ଆପଣ ମାନଙ୍କୁ ମିଳିବାକୁ ଯାଉଛି ଅନେକ ଦିନର ଅପେକ୍ଷା ପରେ । ଆପଣଙ୍କ ପାଇଁ ଆସନ୍ତା ବର୍ଷଟି ନୂତନ ଯାନ ବାହନ, ଜମିବାଡି କିମ୍ବା ନୂଆ ଘର କିଣିବା ପାଇଁ ଉତ୍ସାହିତ କରିବ ।

କିନ୍ତୁ ସାମାନ୍ୟା କାଳ ସର୍ପ ଯୋଗ ହେତୁ ଆପଣଙ୍କ ଜୀବନରେ କିଛି ସମସ୍ୟା ଆସିପାରେ ।ଅଚାନକ ଛୋଟ ମୋଟ କଳହ ସୃଷ୍ଟି ହୋଇପାରେ । ସ୍ୱାସ୍ଥ୍ୟ ଜନିତ କୌଣସି ସମସ୍ୟା ମଧ୍ୟ ଦେଖା ଦେଇପାରେ । ଭୁଲ ବୁଝାବଣା ପାଇଁ ପରିବାରରେ କଳହ ସୃଷ୍ଟି ହେବ । ଭାଇ ମାନଙ୍କ ସହ ଶତ୍ରୁତା ହେବାର ଯୋଗ ମଧ୍ୟ ରହିଛି ତେଣୁ ଆପଣ ସାବଧାନର ସହ ରହିବା ଦରକାର । 

ମିଥୁନ ରାଶି: ଆପଣଙ୍କର ସହ ପରୋକ୍ଷ ଶତ୍ରୁତାର ଯୋଗ ରହିଛି । ଧନ ହାନି ହେବାର ମଧ୍ୟ ଯୋଗ ରହିଛି । ଆପଣ ମାନସିକ ଚିନ୍ତା ଗ୍ରସ୍ତ ରହିବାକୁ ଯାଉଛନ୍ତି । ସନ୍ଦେହ ଏବଂ ଭୁଲ ବୁଝାବଣା ହେତୁ ଏହି ସବୁ ହେବାକୁ ଯାଉଛି ଆପଣଙ୍କ ସହ ତେଣୁ ଆପଣ ସାବଧାନତା ସହ ସମସ୍ତ କାର୍ଯ୍ୟ କରିବା ଉଚିତ ।

ଅର୍ଥ ଲାଭ ଦୃଷ୍ଟିରୁ ଆପଣଙ୍କ ପାଇଁ ନୂତନ ବର୍ଷଟି ଭଲ ରହିବାକୁ ଯାଉଛି । ତେଣୁ ଆପଣ ନିଜ ଆୟକୁ ସଞ୍ଚୟ କରି ରଖିବା ପାଇଁ ଚେଷ୍ଟା କରିବା ଦରକାର । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *