ଏଭଳି ପୁରୁଷ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ, ବନନ୍ତି କୋଟିପତି- Chanakya Niti

ଗରୁଡ଼ ପୁରାଣରେ ଏପରି କିଛି ଲକ୍ଷଣ କୁହାଯାଇଛି ଯଦି ସେହି ଲକ୍ଷଣ ଗୁଡିକ କେଉଁ ପୁରୁଷ ମଧ୍ୟରେ ରହିଥାଏ ତେବେ ସେହି ପୁରୁଷକୁ ଭାଗ୍ୟବାନ ବୋଲି କୁହାଯାଏ । ଏହି ପୁରୁଷ ମାନଙ୍କ ନିକଟରେ କୌଣସି ଆର୍ଥିକ ସମସ୍ୟା କି ଦୁଃଖ କଷ୍ଟ ଦେଖା ଦେଇ ନ ଥାଏ । ଆଜି ପର୍ଯ୍ୟନ୍ତ ଆମେ ଭାଗ୍ୟବାନ ମହିଳାଙ୍କ ସମ୍ଭନ୍ଧରେ ଜାଣିଥିଲୁ । କିନ୍ତୁ ଭାଗ୍ୟବାନ ପୁରୁଷ ମଧ୍ୟ ଥାଆନ୍ତି । କିଛି ଲକ୍ଷଣ ବର୍ଣ୍ଣନା କରାଯାଇଛି ।

ଏହି ଲକ୍ଷଣ ଗୁଡିକ ଯଦି କେଉଁ ପୁରୁଷଙ୍କ ମଧ୍ୟରେ ଥାଏ ବା ଏହି ଲକ୍ଷଣକୁ ଅନୁସରଣ କରିବା ଦ୍ୱାରା ପୁରୁଷ ଭାଗ୍ୟଶାଳୀ ହୋଇଥାଏ । ତେବେ ଆମେ ସେହି ଲକ୍ଷଣ ଗୁଡିକ ଜାଣିବା । ଯେଉଁ ପୁରୁଷ ନିଜର ପରିବାର ସଠିକ ଯତ୍ନ ନେଉଥିବ ଓ ନିଜ ବନ୍ଧୁ ଓ ପରିବାର ଲୋକଙ୍କ ସହ ଭଲ ସମ୍ପର୍କ ରଖିଥାଏ ।

ସେହି ପୁରୁଷ ବହୁତ ଭାଗ୍ୟବାନ ଅଟନ୍ତି । ଯେଉଁ ପୁରୁଷ ଭଲ ଶ୍ରୋତା ହୋଇଥାନ୍ତି । ଅର୍ଥାତ ଯେଉଁ ପୁରୁଷ ମାନେ କମ କଥା କହିବା ଓ ବେଶୀ ଶୁଣିବାକୁ ଭଲ ପାଆନ୍ତି ସେହି ପୁରୁଷଙ୍କର ବୈବାହିକ ଜୀବନ ବହୁତ ସୁଖମୟ ହୋଇଥାଏ । ଯେଉଁ ପୁରୁଷ ନିଜର ବ୍ୟକ୍ତିଗତ କଥା ଗୋପନୀୟ ରଖନ୍ତି ।

ଅର୍ଥାତ ଯେଉଁ ପୁରୁଷ ନିଜର ଗୋପନୀୟ କଥା କାହା ଆଗରେ କହିବାକୁ ଭଲ ପାଆନ୍ତି ନାହିଁ । ସେମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି । କାରଣ ଶାସ୍ତ୍ର ଅନୁସାରେ ମଧ୍ୟ କୁହାଯାଇଛି କି କୌଣସି ବ୍ୟକ୍ତି ନିଜର ବ୍ୟକ୍ତିଗତ ତଥ୍ୟ ବା କଥା କାହାକୁ କହିବା ଉଚିତ ନୁହେଁ । ତେଣୁ ଯେଉଁମାନେ ଗୋପନୀୟ ରଖନ୍ତି ସେହି ଭଳି ପୁରୁଷଙ୍କ ପାଖରେ ବହୁତ ଅର୍ଥ ଲାଭ ହୋଇଥାଏ । ଯେଉଁ ପୁରୁଷ କେବେବି ନିଜର ପ୍ରଶଂସା କରି ନ ଥାନ୍ତି ।

ସେହି ପୁରୁଷ ବହୁତ ଭାଗ୍ୟଶାଳୀ ଅଟନ୍ତି । ଏମାନଙ୍କ ମଧ୍ୟରେ ଗର୍ବ ଅହଂକାର ନ ଥାଏ । ଯେଉଁ ପୁରୁଷ ସମସ୍ତଙ୍କୁ ଆଦର କରିଥାନ୍ତି ସମସ୍ତଙ୍କୁ ସମ୍ମାନ ଦେଇଥାନ୍ତି କାହା ସମ୍ପର୍କରେ କିଛି ବି ଖରାପ କୁହନ୍ତି ବା ଭାବନ୍ତି ନାହିଁ । ସେହି ପୁରୁଷ ମାନେ

ବହୁତ ଭାଗ୍ୟବାନ ଅଟନ୍ତି । ଯେଉଁ ପୁରୁଷ ଧର୍ମରେ ରହି ଅର୍ଥ ଉପାର୍ଜନ କରିଥାନ୍ତି ଅର୍ଥାତ କୌଣସି ଖରାପ କାର୍ଯ୍ୟ କରି ପଇସା ଉପାର୍ଜନ କରି ନ ଥାନ୍ତି ସେମାନେ ବହୁତ ଭାଗ୍ୟବାନ ଅଟନ୍ତି । ଯେଉଁ ପୁରୁଷ ଅଳ୍ପ ରେ ସନ୍ତୁଷ୍ଟ ହୋଇଥାନ୍ତି । ଅର୍ଥାତ ତାଙ୍କୁ ଯେତିକି ମିଳିଥାଏ ସେ ସେତିକିରେ ଖୁସି ହୋଇ ଥାଆନ୍ତି । ଲୋଭ କରନ୍ତି ନାହିଁ । ସେମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି ଏମାନଙ୍କର କୌଣସି ଅସୁବିଧା ହୋଇ ନ ଥାଏ ।

ଯେଉଁ ପୁରୁଷ ସକାଳୁ ଉଠି ବ୍ୟାୟାମ କରନ୍ତି ପ୍ରତିଦିନ । କିମ୍ବା ସକାଳୁ ଉଠିଥାନ୍ତି ସେମାନେ ବହୁତ ଭାଗ୍ୟବାନ ଅଟନ୍ତି । କାରଣ ଶାସ୍ତ୍ର ରେ ମଧ୍ୟ ସକାଳ ସମୟକୁ ବ୍ରହ୍ମ ମୁହୂର୍ତ୍ତ କୁହାଯାଏ । ଏହି ସମୟରେ ବହୁତ ସକାରତ୍ମକ ଉର୍ଜା ରହିଥାଏ । ଯାହା ଆପଣ ଶରୀର ଓ ମନ ପାଇଁ ଭଲ ଅଟେ । ତେଣୁ ସକାଳୁ ଉଠିବା ଉଚିତ । ଯଦି ଆପଣ ବି ଭାଗ୍ୟବାନ ହେବାକୁ ଚାହୁଁଛନ୍ତି ତେବେ ଏହି ଲକ୍ଷଣ କୁ ନିଜର ଜୀବନଶୈଳୀରେ ନିୟୋଜିତ କରନ୍ତୁ ।

Leave a Reply

Your email address will not be published. Required fields are marked *