ନମସ୍କାର ବନ୍ଧୁଗଣ ଆଜି ମୂ ଆପଣଙ୍କୁ ଲେମ୍ବୁ ଚୋପାର ଏମିତି ଏକ ଉପାୟ ବିଷୟରେ କହିବି ଆପଣ ଏହା ଶୁଣି ଲେମ୍ବୁ ଚୋପା କୁ କେବେବି ଫିଙ୍ଗିବେ ନାହି । ଆପଣମାନେ ଲେମ୍ବୁ ରସକୁ ବ୍ୟବହାରକରିସାରି ଏହାର ଚୋପା କୁ ଆମେ ବହୁତ ଭଲ ଜିନିଷ ବନେଇପାରିବା ଯାହାକି ଆପଣ ବଜାରରୁ ବହୁତ ମୂଲ୍ୟରେ କିଣି ଥାନ୍ତି । ବନ୍ଧୁଗଣ ସର୍ବପ୍ରଥମେ ଆପଣ କିଛି ଲେମ୍ବୁ ଚୋପା ନିଅନ୍ତୁ ତାହା ପରେ ଅନ୍ୟ ଏକ ପାତ୍ର ରେ ଦେଢ ଗ୍ଲାସ ପାଣି ନିଅନ୍ତୁ ।
ଏହା ପରେ ସେହି ପାଣିରେ ଲେମ୍ବୁ ଚୋପା କୁ ପକାଇ ୫ରୁ ୬ ମିନିଟ ଫୁଟାନ୍ତୁ ଏହା କରିବା ଦ୍ଵାରା ଲେମ୍ବୁ ଚୋପରେ ଥିବା ରସ ପାଣିସହିତ ଭଲ ଭାଭେ ମିଶିଯିବ । ପାଣିର ରଙ୍ଗ ପରିବର୍ତନ ହେବାର ଦେଖିବା ପରେ ଆପଣ ଗ୍ୟାସ ଟିକୁ ବନ୍ଦ କରି ଦେବେ । ଏହାପରେ ସେହି ପାଣିକି ଥଣ୍ଡା ହବାକୁ ଛାଡି ଦେବେ । ପାଣି ଥଣ୍ଡା ହୋଇଗଲା ପରେ ଆମେ ସେଥିରେ ଥିବା ଲେମ୍ବୁ ଚୋପାକୁ ଭଲ ଭାବେ ଚୁପୁଡି ଅନ୍ୟ ଏକ ପାତ୍ରରେ ରଖିଦବା ।
ଏହାପରେ ସେହି ପାଣିକି ଅନ୍ୟ ଏକ ପାତ୍ରକୁ ଛାଣି ନବା । ଏହା ପରେ ଆମେ ଏକ ବୋତଲରେ ଦେଢ ଗ୍ଲାସ ପାଣି ନବା ସେହି ପାଣିରେ ଆମେ ପ୍ରସ୍ତୁତ ହୋଇଥିବା ଲେମ୍ବୁ ରସ କୁ ମିଶ୍ରଣ କରି ଦବା । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଲେମ୍ବୁ ମାଧ୍ୟମ ରେ ଆମେ ଦାଗ ଛଡାଇ ଥାଊ ଯିବାଣୁ ମଧ୍ୟ ନାସ କରିଥାଉ ଆଉ କ୍ଲିଞ୍ଜର ମଧ୍ୟ ବନୟଥାଉ । ବନ୍ଧୁଗଣ ଆପଣ ଜାଣି ଥିବେ ବଜାର ରେ ମିଳୁ ଥିବା ବାସନ ମଜା ସାବୁନୁ ଆଉ କ୍ଲିଞ୍ଜର ସେଥିରେ ଲେମ୍ବୁର ପରିମାଣ ରହିଥାୟ ।
ବନ୍ଧୁଗଣ ଆଜି ଆମେ କ୍ଲିଞ୍ଜର ବନେଇବା ଯାହାକି ଆପଣ ମାନେ ବଜାର ରୁ ବହୁତ ଦାମ ଦେଇ କିଣି ଥାନ୍ତି । କ୍ଲିଞ୍ଜର ବନେଇବା ପାଇଁ ବୋତଲ ମଧ୍ୟରେ ଥିବା ପାଣି ଓ ଲେମ୍ବୁ ପାଣି କି ଆମେ ଭଲ ଭାବେ ମିଶେଇବା ଏହା ପରେ ସେଥିରେ ଆମେ ଏକ ଚମୋଚ ଖାଇବା ସୋଢା ମିଶାଇବା । ଏହାପରେ ଆପଣ କିଛି ଡିଶୱାଶ କିମ୍ବା କିଛି ଡିଟେର୍ଜେନ ମିଶାନ୍ତୁ ଏହା କୁ ମିଶାଇଲେ ଏହା ମଧ୍ୟରୁ ବହୁତ ଭଲ ସୁଗନ୍ଧ ଆସି ଥାୟ । ଏହାପରେ କ୍ଲିଞ୍ଜର ପ୍ରସ୍ତୁତି ହୋଇସାରିଛି । ଏହାକୁ ଆପଣ ସବୁ କାମ ରେ ବ୍ୟବହାର କରିପାରିବେ । ଏହାପରେ ଏକ ସ୍ପ୍ରେ ବୋତଲ ରେ ଭରିଦିଅନ୍ତୁ ।
ଏହାପରେ ଏହି ମିଶ୍ରଣ ସାହାଯ୍ୟ ରେ ଆପଣ ମାନେ ବାସନ ମାଜିପରିବେ , ଘରେ ରହିଥିବା ମିରର ସଫା କରି ପାରିବେ ଓ କମ୍ପିଉଟର ସ୍କ୍ରୀନ ମଧ୍ୟ ସଫା କରିପାରିବେ । ବନ୍ଧୁଗଣ ଯଦି ଆପଣ ଘରେ ଲେମ୍ବୁ ଚୋପା ମାଧ୍ୟମରେ ଏତେ ସୁନ୍ଦର କ୍ଲିଞ୍ଜର ବନେଇବେ ତାହାଲେ ଆପଣଙ୍କୁ ବଜାରରେ ମିଳୁଥିବା ଦାମୀ କ୍ଲିଞ୍ଜର କିଣିବାକୁ ପଡିବନି ।
ବନ୍ଧୁଗଣ ଆଜି ଡେରି ନକରି ଆପଣ ନିଜ ଘରେ ଏହି କ୍ଲିଞ୍ଜର ଟି ପ୍ରସ୍ତୁତ କରନ୍ତୁ ଆମେ ଆସା କରୁଛୁ ଏହି କଥା ଟି ଆପଣ ଜାଣି ସାରିବା ପରେ ଲେମ୍ବୁ ଚୋପାକୁ ଫିଙ୍ଗିବେ ନାହି । ବନ୍ଧୁଗଣ ଆମେ ଆସ କରୁଛୁ ଆପଣକୁ ଏହି ଟିପ୍ସ ଟି ନିଶ୍ଚିତ ଭଲ ଲାଗିବ ।