ଏହି ଭଗବାନଙ୍କ ମୂର୍ତ୍ତି କୁ ମରିଗଲେ ବି ପୁଜା ଘରେ ଭୁଲରେ ରଖନ୍ତୁ ନାହିଁ ? Vastu Tips

ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ଘରେ ଠାକୁର ଘରେ ଛୋଟ ହେଉ କି ବଡ ହେଉ ଠାକୁର ଙ୍କ ମୂର୍ତ୍ତି ବା ଫୋଟୋ ରହିବା ଆବଶ୍ୟକ ଅଟେ । ଆଉ ମାଡି ରେ ସକାଳେ ସନ୍ଧ୍ୟା ରେ ଦୀପ ଜଳାଇ ପୂଜା କରିବା ଉଚିତ । ଏମିତି କରିବା ଦ୍ଵାରା ଘରେ ସୁଖ ଶାନ୍ତି ର ବାସ ହୋଇଥାଏ । ଆଉ ଜୀବନରେ ଦୁଃଖ ଦାରିଦ୍ର୍ୟତା ଆସେ ନାହିଁ । କିନ୍ତୁ ବାସ୍ତୁ ଅନୁଯାୟୀ ଏମିତି କିଛି ଦେବୀ ଦେବତା ଅଛନ୍ତି ଯାହାର ପ୍ରତିମା ଘରେ ରଖିବା ବଦଳରେ ଘରକୁ ସୁଖ ଶାନ୍ତି ଆସିବା ବଦଳରେ ଦୁଃଖ ଦାରିଦ୍ର୍ୟତା ଆସିଥାଏ । ଆସନ୍ତୁ ଜାଣିବା ସେହି ବିଷୟରେ ସଂପୂର୍ଣ୍ଣ ବିବରଣୀ ।

1- ରାହୁ ଓ କେତୁ ଙ୍କ ମୂର୍ତ୍ତି : ବାସ୍ତୁ ଶାସ୍ତ୍ର ଅନୁଯାୟୀ ରାହୁ ଓ କେତୁ ଙ୍କ ମୂର୍ତ୍ତି ଭୁଲରେ ବି ଘରେ ରଖିବା ଉଚିତ ନୁହେଁ । କାରଣ ଯାହାର ଜାତକ ରେ ଏହି ଦୁଇ ଗ୍ରହଙ୍କର ଛାୟା ପଡିଯାଏ ସେମାନଙ୍କ ଜୀବନରେ ଦୁଃଖ କଷ୍ଟୀ ଲାଗି ରହିଥାଏ । ସେଥିପାଇଁ ଏହି ଦୁଇ ଦେବତା ଙ୍କ ପୂଜା ବାହାର ମନ୍ଦିର ରେ କରିବା ଉଚିତ । ଘରେ ଥିବା ଠାକୁର ଘରେ ନୁହେଁ ।

2- ଭଗବାନ ଶନି : ଭଗବାନ ଶନିଦେବ ଙ୍କ ପୂଜା ଭୁଲରେ ବି ଘରେ ର୍କରିବା ଉଚିତ ନୁହେଁ । କାରଣ ଶନି ଙ୍କ ମୂର୍ତ୍ତି ଘରେ ରଖିବା ଦ୍ଵାରା ତାଙ୍କ ପୂଜା ରେ ବିଘ୍ନ ଉତପନ ହୋଇଥାଏ । ଯାହା କାରଣରୁ ଭଗବାନ ଶନି ଙ୍କ ପ୍ରଭାବ ଖରାପ ଭାବେ ପଡିଥାଏ । ତେଣୁ ଘରେ ଭୁଲରେ ବି ଭଗବାନ ଶନି ଙ୍କ ଫୋଟୋ ବା ମୂର୍ତ୍ତି ରଖିବା କି ପୂଜା କରିବା ଉଚିତ ନୁହେଁ ।

3- କାଳ ଭୈରବ : ଭଗବାନ କାଳ ଭୈରବ ଭଗବାନ ଶିବ ଙ୍କର ଅନ୍ୟ ଏକ ଅବତାର ଅଟନ୍ତି । ବାସ୍ତୁ ଅନୁସାରେ ଏମିତି କୁହା ଯାଇଛି କି କାଳ ଭୈରବ ଙ୍କ ମୂର୍ତ୍ତି ବା ଫୋଟୋ ଘରେ ସ୍ଥାନ କରିବା ଉଚିତ ନୁହେଁ । ଏହି ଦେବତା ଙ୍କର ପୂଜା କରିବା ଠିକ ନୁହେଁ । କାରଣ କାଳ ଭୈରବ ତନ୍ତ୍ର ବିଦ୍ୟାର ସ୍ଵାମୀ ଅଟନ୍ତି । ଏଣୁ କାଳ ଭଇରବ ଙ୍କୁ ସବୁବେଳେ ବାହାର ମନ୍ଦିର ରେ ପୂଜା କରିବା ଉଚିତ ।

4- ନଟରାଜ : ଭଗବାନ ଶିବ ଙ୍କର ରୁଦ୍ର ରୂପ ହେଉଛନ୍ତି ନତରଜା । ସେଥିପାଇଁ ଘରର ଠାକୁର ଘରେ ନଟରାଜ ମୂର୍ତ୍ତି ରଖିବା ବା ପୂଜା କରିବା ଉଚିତ ନୁହେଁ । ନଚେତ ରୁଦ୍ର ରୂପୀ ନଟରାଜ ଙ୍କ କୁ-ପ୍ରଭାବ ପଡିଥାଏ । ତେବେ ଆପଣ ମାନେ ଜାଣିଲେ ତ ଯାହା ବି ହୋଇଯାଉ ଏହି 4ଟି ଦେବତା ଙ୍କ ଫୋଟୋ ବା ମୂର୍ତ୍ତି ଘରେ ରଖିବା କିମ୍ବା ପୂଜା କରିବା ଉଚିତ ନୁହେଁ । ନଚେତ ଘରକୁ ଘୋର ବିପଦ ମାଡି ଆସିଥାଏ ଓ ବ୍ୟକ୍ତି ଜୀବନରେ ଅନେକ ସଙ୍କଟ ବିପଦ ଆସିଥାଏ ।

ବନ୍ଧୁଗଣ ଆପଣ ଅମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *