ଏହି ବିଶେଷ ଗୁଣ ଥିବା ଲୋକ ଙ୍କୁ ଛାଡ଼ି ମା ଲକ୍ଷ୍ମୀ କେବେ ହେଲେ ବି ଯାଆନ୍ତି ନାହିଁ- Jyotisha Shastra

ଆପଣମାନେ ଜାଣିଥିବେ କି ଜୀବନର ସମସ୍ତ ଧନ ସମ୍ପତ୍ତି ମା’ଲକ୍ଷ୍ମୀଙ୍କ ପାଦ ତଳେ ସମର୍ପିତ । ମା’ଲକ୍ଷ୍ମୀଙ୍କୁ ପୂଜା କାଲେ ଜୀବନରେ ସମସ୍ତ ଦୁଃଖ ଦାରିଦ୍ରତା ଦୂର ହୋଇଥାଏ । ଯୁଗେ ଯୁଗେ ମା’ଲକ୍ଷ୍ମୀଙ୍କ ମହିମା ଦେଖିବାକୁ ମିଳେ ତେଣୁ ଆଜି ଆମେ ଆପଣଙ୍କୁ ଜଣାଇବୁ କି ଏମିତି କିଛି ବିଶେଷ ଗୁଣ ଥିବା ବ୍ୟକ୍ତିଙ୍କୁ ମା’ଲକ୍ଷ୍ମୀ କେବେ ହେଲେ ଛାଡି ଯାଆନ୍ତି ନାହିଁ ।

ତେବେ ସେହି ଗୁଣ କଣ ଅଟେ ଚାଲନ୍ତୁ ଜାଣିବା । ଏହି ବିଷୟକୁ ଆମେ ଏକ କାହାଣୀ ମାଧ୍ୟମରେ ବୁଝାଇବୁ । ବିଭୂଷଣ ଉଦାର ଓ ପ୍ରଜା ବତ୍ସଳ ରାଜା ଥିଲେ । ସେ ରାଜ୍ୟରେ ଶିଳ୍ପକାରଙ୍କ ଦୁର୍ଦ୍ଦଶା ଦେଖି ଏକ ବଜାର କରିଥିଲେ ।

ସେ ଘୋଷଣା କରିଥିଲେ କି ସନ୍ଧ୍ୟା ସମୟରେ ଯେଉଁ କଳାକୃତି ବିକ୍ରି ହେବ ନାହିଁ ସେ ନିଜେ କିଣିନେବେ । ଦିନେ ବଜାରରେ ଗୋଟିଏ ଶିଳ୍ପକାରର ସବୁ ମୂର୍ତ୍ତି ବିକ୍ରି ହୋଇଗଲା କେବଳ ଗୋଟିଏ ଛାଡି, ତାହା ଅଲକ୍ଷ୍ମୀଙ୍କର ମୂର୍ତ୍ତି ଥିଲା । ଶିଳ୍ପକାର ତାହାକୁ ନେଇ ରାଜାଙ୍କ ପାଖରେ ପହଞ୍ଚିଲା । ମନ୍ତ୍ରୀ ରାଜାଙ୍କ ପାଖରେ ଥିଲେ, ସେ ଉପଦେଶ ଦେଲେ କି ଅଲକ୍ଷ୍ମୀ ମୂର୍ତ୍ତି ଦେଖି କରି ଲକ୍ଷ୍ମୀ ମା’ କ୍ରୋଧ କରି ପାରନ୍ତି ।

ରାଜା ବଚନ ବଦ୍ଧ ଥିଲେ, ଏଥିପାଇଁ ସେହି ମୂର୍ତ୍ତି କିଣିନେଲେ । ଦିନ ସାରା କାମରୁ ନିବୃତି ହୋଇ ଯେବେ ରାଜା ଶୋଇବାକୁ ଗଲେ ତେବେ ସେ କାହାର କାନ୍ଦିବାର ଶବ୍ଦ ଶୁଣିବାକୁ ପାଇଲେ । ରାଜା ଦେଖିଲେ କି ବସ୍ତ୍ର ଆଭୁଷଣରେ ସୁସଜ୍ଜିତ ଏକ ସ୍ତ୍ରୀ କାନ୍ଦୁଛନ୍ତି । ରାଜା ତାଙ୍କର କାନ୍ଦିବାର କାରଣ ପଚାରିଲେ । ତେବେ ଉତ୍ତର ମିଳିଲା କି ମୁଁ ଲକ୍ଷ୍ମୀ ଅଟେ ।

ଆଜି ଅଲକ୍ଷ୍ମୀ ମୂର୍ତ୍ତି ଆଣି ମୋର ଅପମାନ କଲେ, ଆପଣ ତାହାକୁ ମହଲରୁ ବାହାରକୁ ବାହାର କରିଦିଅନ୍ତୁ । ରାଜା ଏହା ଶୁଣି ମନା କରିଥିଲେ କି ସେ ବଚନ ବଦ୍ଧ ଅଟନ୍ତି । ଏହା ଶୁଣି ଲକ୍ଷ୍ମୀ ଚାଲିଗଲେ । ରାଜା ଫେରିବା ସମୟରେ ଏକ ଶବ୍ଦ ଶୁଣାଗଲା । ଯେବେ ସେ ପଛକୁ ଦେଖିଲେ କି ନିଜେ ନାରାୟଣ ଠିଆ ହୋଇଥିଲେ ।

ସେ କହିଲେ କି ଆପଣ ମୋ ପତ୍ନୀ ଲକ୍ଷ୍ମୀଙ୍କର ଅପମାନ କରିଛନ୍ତି, ଏଥିପାଇଁ ମୋତେ ବି ଯିବାକୁ ହେବ । ରାଜା ତାଙ୍କ କକ୍ଷକୁ ଫେରିଗଲେ । ସେଠାରେ ଏକ ଦିବ୍ୟ ଆକୃତିର ଜିନିଷ ଉପରେ ତାଙ୍କର ଦ୍ରୁଷ୍ଟି ପଡିଲା । ସେ କହିଲେ କି ଯଦି ଆପଣ ବି ଏହି ମହଲ ଛାଡି ଯିବାକୁ ଚାହୁଁଛନ୍ତି ତେବେ ଚାଲି ଯାଅନ୍ତୁ କିନ୍ତୁ ମୁଁ କେବେ ବି ଧର୍ମରୁ ହଟି ପାରିବି ନାହିଁ । ସେହି ଆକୃତି କହିଲା କି ମୁଁ ଧର୍ମରାଜ ଅଟେ ।

ମୁଁ କିପରି ଆପଣଙ୍କୁ ଛାଡି ଯାଇପାରିବି । ରାଜାଙ୍କ ସ୍ଵପ୍ନରେ ନାରାୟଣ ଓ ଲକ୍ଷ୍ମୀ ଆସି କହିଲେ କି ଯେଉଁଠି ଧର୍ମ ଅଛି ତାହା ଆମର ଠିକଣା ଅଟେ । ଆମେ ତୁମକୁ ଛାଡି ଯିବୁନାହିଁ । ଏହି କାହାଣୀରୁ ଶିକ୍ଷା ମିଳେ କି ଯାହା କିଛି ବି ହେଇଯାଉ ଆପଣ କେବେ ହେଲେ ଧର୍ମର ମାର୍ଗ ଛାଡିବେ ନାହିଁ ।

ଯାହା ପାଖରେ ଧର୍ମର ମହତ୍ଵ ଗୁଣ ରହିଛି ତାକୁ ଛାଡି ମା’ଲକ୍ଷ୍ମୀ କେବେ ହେଲେ ଯାଆନ୍ତି ନାହିଁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *