ଏହି ଗଛର ଚମତ୍କାରୀ ପ୍ରୟୋଗ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ଆଜି ହିଁ କରିକି ଦେଖାନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଯେଉଁ ଗଛ ବିଷୟରେ କହିବାକୁ ଯାଉଛୁ ତାହା ଅତି ସାଧାରଣ କିନ୍ତୁ ଏହାର ଗୁଣ ବହୁତ ଅସାଧାରଣ ଅଟେ । ଏହି ଗଛ ଆପଣଙ୍କ ଘରର ଆଖପାଖରେ ହୋଇଥାଏ ତେବେ ଏହାରକୁ ଫିଙ୍ଗନ୍ତୁ ନାହିଁ । ଏହାକୁ  ଆୟୁର୍ବେଦରେ ଅପାମାର୍ଗ ଗଛ କୁହାଯାଏ । କାରଣ ଏହି ଗଛର ମଞ୍ଜି ଓଲଟା ଚାଲିଥାଏ । ଆଜି ଆମେ ଆପଣଙ୍କୁ କହିବୁ ଅପାମାର୍ଗ ଗଛର କିଛି ଚମତ୍କାର ଗୁଣ ବିଷୟରେ ।

୧- ଆୟୁର୍ବେଦିକ ପ୍ରୟୋଗ ଅନୁସାରେ ଏହି ଗଛର ମୂଳରେ ଦାନ୍ତ ଘସିଲେ ଦାନ୍ତ ଜନିତ ଅନେକ ସମସ୍ଯା ଦୂର ହୋଇଥାଏ । ଯେମିତି ଦାନ୍ତ ବିନ୍ଧିବା, ଜୀବାଣୁ ରହିଛି ସବୁ ଇତ୍ୟାଦି । ଏହା ଦାନ୍ତ ମୂଳକୁ ଷ୍ଟ୍ରଙ୍ଗ, ଦୁର୍ଗନ୍ଧ ଦୂର କରିଥାଏ ।

୨- ଯେଉଁ ମାନଙ୍କର ମୁଣ୍ଡ ବିନ୍ଧା ଅଧିକ ହେଉଛି ଏହି ଗଛର ମଞ୍ଜିକୁ ନେଇ ଏହାର ପାଉଡର ପ୍ରସ୍ତୁତ କରନ୍ତୁ । ଏହାପରେ ଏହି ପାଉଡରକୁ ଶୁଙ୍ଘି ନିଅନ୍ତୁ । ଏହାକୁ ସୁଙ୍ଘିବା ମାତ୍ରେ ମୁଣ୍ଡ ବିନ୍ଧା ଦୂର ହୋଇଥାଏ ।

୩- ଯେଉଁ ବ୍ୟକ୍ତି କାର୍ଯ୍ୟରେ ସଫଳତା ପାଇବାକୁ ବ୍ୟାପାର କ୍ଷେତ୍ରରେ ଅଛନ୍ତି ସେମାନେ ଅପାମାର୍ଗ ଗଛର ଚେରକୁ ଗୁରୁ ବା ରବି ପୁଷ୍ୟା ନକ୍ଷତ୍ରରେ କିମ୍ବା କୌଣସି ଶୁଭ ଦିନ ବା କୃତିକା ନକ୍ଷତ୍ରରେ ଆଣନ୍ତୁ । ଏହି ଚେରକୁ ନାଲି କପଡାରେ ବାନ୍ଧି ବ୍ୟାପାର କ୍ଷେତ୍ରରେ ବାନ୍ଧି ଦିଅନ୍ତୁ । ଦେଖିବେ ଆପଣଙ୍କର ଧନର ବୃଦ୍ଧି ହେବା ସହ ଆମଦାନୀରେ ବୃଦ୍ଧି ହେବ ।

୪- ଯେଉଁ ବ୍ୟକ୍ତି ବେରୋଜଗାର ଅଛନ୍ତି ସେମାନେ ଏହି ଗଛର ଚେରକୁ ଆଣିବା ପୂର୍ବରୁ ଗୋଟେ ଦିନ ଆଗରୁ ନିମନ୍ତ୍ରଣ କରି ଆସନ୍ତୁ । ଗଛ ପାଖରେ ଯାଇ ପ୍ରଥମେ ପୂଜା କରିବାକୁ ପଡିବ । ଶନିବାର ଦିନ ଗଛକୁ ନିମନ୍ତ୍ରଣ କରିବା ପରେ ରବିବାର ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଚେରକୁ ନେଇ ଆସନ୍ତୁ । ଏହାପରେ ସୋମବାର ଓ ମଙ୍ଗଳବାର ଦିନ ପୂଜା କରି ନିଅନ୍ତୁ । ବୁଧବାର ଦିନ ଏହାକୁ ଧାରଣ କରନ୍ତୁ । ଏହା ଦ୍ଵାରା ମନ ବାଞ୍ଛିତ ଚାକିରି ନିଶ୍ଚୟ ପ୍ରାପ୍ତ ହେବ ।

୫- ଯେଉଁ ମାନଙ୍କୁ ନଜର ଦୋଷ ଲାଗୁଛି, ଭୁତ, ପ୍ରେତ ବାଧାରେ ପ୍ରେରିତ ହେଉଛନ୍ତି, ଭୟ କରୁଛନ୍ତି ସେମାନେ ଏହି ଗଛର ଚେରକୁ ରୂପା ଡେଉଁରିଆରେ ଶନିବାର ଦିନ ଧାରଣ କରନ୍ତୁ । ଯେ କୌଣସି ତନ୍ତ୍ର, ମନ୍ତ୍ର ସବୁ ନଷ୍ଟ ହୋଇଯିବ । ସଦା ସର୍ବଦା ସୁରକ୍ଷିତ ରହିବେ ଏହି ଉପାୟ କରିଲେ ।

୬- ଯେଉଁ ବ୍ୟକ୍ତି ବଶୀକରଣ କରିବାକୁ ଚାହୁଁଛନ୍ତି ସେମାନେ ଅପାମାର୍ଗ ଗଛର ଚେର, ଧଳା ଦୁବ ଘାସକୁ ଗୁଣ୍ଡ କରନ୍ତୁ । ଏହି ଗୁଣ୍ଡକୁ ଚନ୍ଦନ କରି ମୁଣ୍ଡରେ ଲଗାଇ କୌଣସି ସଭାକୁ ଯାଇଥାନ୍ତି ତେବେ ଅନ୍ୟ ମାନେ ମୋହିତା ହୋଇଥାନ୍ତି । ଲୋକମାନେ ଆପଣଙ୍କ ସପକ୍ଷରେ ରହିବେ ।

୭- ଦେବା ଦେବୀଙ୍କୁ ପୂଜା କରିବା ଭଳି ଏହି ଗଛର ଚେରକୁ ପୂଜା କରି ନାଲି କପଡାରେ ବାନ୍ଧିକୁ ଯଦି ଧନ ରଖୁଥିବା ଜାଗାରେ ରଖି ଦିଅନ୍ତୁ ତେବେ ଶତ୍ରୁ ପରାଜିତ ହେବ ସହ ଜୀବନରେ ଧନର ଅଭାବ ହେବ ନାହିଁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *