ଏହି ସବୁ ରାଶିର ଯୋଡି ହୁଅନ୍ତି ସବୁଠୁ ଖରାପ କପଲ- ଜାଣନ୍ତୁ ଆପଣଙ୍କ ରାଶି ନାହିଁ ତ ?

କେବେ କେବେ କୌଣସି ପୁରୁଷ ବା ମହିଳାଙ୍କ ଭେଟ ପରେ ଆପଣଙ୍କୁ ଏମିତି ଲାଗେ ଯେମିତି ଦୁହେଁ ଦୁହିଁଙ୍କ ବହୁତ ଭଲ ଭାବରେ ବୁଝିପାରୁଛନ୍ତି । ଆପଣଙ୍କ ବିଚାର, ସୋଉକ, ରହିବା ଏସବୁ ଯେମିତି ଦୁହିଙ୍କ ମଧ୍ୟରେ ମିଶୁଛି । ଏମିତି ବି ଲାଗିଥାଏ ଯେମିତି ସବୁ ଗ୍ରହ ନକ୍ଷତ୍ର ତୁମକୁ ମିଶେଇବାକୁ ଚାହୁଁଛନ୍ତି ।

ହେଲେ କିଛି କାରଣରୁ ଆଗକୁ ସମ୍ପର୍କରେ ଅଶାନ୍ତି, ଲଢେଇ ଝଗଡ଼ା , ବିନା କାରଣରେ ବିବାଦ ହୋଇଥାଏ । କିଛି ରାଶି ଯେମିତି ଆଉ ଗୋଟେ ରାଶି ପ୍ରତି ଆକର୍ଷିତ ହୁଏ ସେହିପରି କିଛି ରାଶି ବିପରୀତ ବି ରହିଥାନ୍ତି । ଆସନ୍ତୁ ଜାଣିବା ଜ୍ୟୋତିଷଶାସ୍ତ୍ର ଅନୁସାରେ କେଉଁ କେଉଁ ରାଶି ଭଲ କପଲ ହେଇପାରନ୍ତି ନାହିଁ ।

ମକର ଓ ମେଷ

ଭଲ ବିଚାର, ରହିବା ଚଳିବା ଥିବା ମକର ରାଶିର ଲୋକ, ମନୁଆ, ଅଧିକା ରାଗୀ ପ୍ରକୃତିର ମେଷ ରାଶିର ଲୋକଙ୍କ ସହ କେବେବି ଏକାଠି ହେଇପାରନ୍ତିନି । ମେଷରାଶି ନିୟନ୍ତ୍ରଣ ରଖିବା ସ୍ଵଭାବ କାରଣରୁ ମକର ରାଶିର ଲୋକ ସେମାନଙ୍କ ସହ ମିଶିପାରନ୍ତିନି ।

କୁମ୍ଭ ଓ ବୃଷ

ଆଜାଦ ଓ ଖୁସିମିଞ୍ଜସରେ ରହୁଥିବା କୁମ୍ଭ ରାଶିର ଲୋକ , ଜିଦି ଓ ଦୃଢ଼ ସ୍ୱଭାବର ବୃଷ ରାଶିର ଲୋକଙ୍କ ସହ ସବୁ ବେଳେ ଲଢେଇ ଝଗଡା ହୁଏ । ବୃଷ ରାଶିର ଲୋକ କେବେବି କୁମ୍ଭ ରାଶିର ଲୋକଙ୍କ ଖୋଲା ବିଚାରକୁ ଗ୍ରହଣ କରି ପାରନ୍ତିନି ।

ମୀନ ଓ ମିଥୁନ

ମୀନ ରାଶି ଲୋକେ ସବୁବେଳେ ଅନ୍ୟର ଆବଶ୍ୟକ ଓ ଇଛାର ଖୟାଲ ରଖିବା ବେଳେ କିନ୍ତୁ ମିଥୁନ ରାଶି ଗୋଟେ କଥା କୁହନ୍ତି, କରନ୍ତି ଆଉ କିଛି, ତେଣୁ ଏମାନଙ୍କ ମଧ୍ୟରେ ସମାନତା ଆସେନି ।

ବୃଷ ଓ ସିଂହ

ଦୁହିଁଙ୍କ ସ୍ଵଭାବ ଜିଦି ହୋଇଥାଏ । ସିଂହରାଶି ଆତ୍ମକେନ୍ଦ୍ରିତ ହେଇଥିବାରୁ ସହଜ ସ୍ୱଭବର ବୃଷ ରାଶିଙ୍କୁ ଅସୁବିଧା ହୋଇଥାଏ ଓ ଦୁହିଁଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହୋଇଥାଏ ।

ମିଥୁନ ଓ କନ୍ୟା

ଉତ୍ସହିତ ସ୍ୱଭାବର ମିଥୁନ ରାଶିଙ୍କୁ ଆବଶ୍ୟକ ଠୁ ଅଧିକ ପ୍ରାକ୍ଟିକଲ କନ୍ୟା ରାଶି ବୋରିଂ ଲାଗିଥାନ୍ତି ।

କର୍କଟ ଓ ତୁଳା

କର୍କଟ ରାଶି ଇମାନଦାରି, ଉଦାରତା, ସ୍ଥିରତା ସ୍ୱଭବର ହୋଇଥିବା ବେଳେ ତୁଳା ରାଶି କେବଳ ଦେଖେଇ ହେବା ସ୍ୱଭାବର ହୋଇଥାନ୍ତି ତେଣୁ ଏମାନେ କେବେ ମିଶି ପାରନ୍ତିନି ।

ବିଛା ଓ କୁମ୍ଭ

ଦୁହିଁଙ୍କ ସ୍ଵଭାବ ସମ୍ପୂର୍ଣ୍ଣ ଭିନ୍ନ । ଏହି ଦୁହିଁଙ୍କ ସମ୍ପର୍କ ମଧ୍ୟରେ ଭଲପାଇବା ଓ ସଚ୍ଚୋଟତା କମ୍ ଥାଏ ଏମାନେ କେବେବି ଏକାଠି ହୋଇ ପାରନ୍ତିନି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *