୮୦ ଦଶକରେ ବଲିଉଡ ଇଣ୍ଡଷ୍ଟ୍ରିରେ ରାଜ କରି ସାରିଥିବା ଅଭିନେତ୍ରୀମାନଙ୍କର ଏମାନେ ହେଉଛନ୍ତି ରିୟଲ ଲାଇଫ ପୁଅ

୮୦ ଦଶକରେ ଥିବା ଅଭିନେତ୍ରୀ ମାନେ ବଲିଉଡରେ ରାଜ୍ କରୁଥିଲେ । ସେମାନେ ନିଜ ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଲୋକମାନେ ଏହି ଅଭିନେତ୍ରୀ ମାନଙ୍କ ପାଇଁ ବହୁତ ପାଗଳ ଥିଲେ । ଏହି ଅଭିନେତ୍ରୀମାନେ ଦେଖାଯିବା ପାଇଁ ବହୁତ ସୁନ୍ଦର ଓ ଆକର୍ଷିତ ଥିଲେ । ଆଜି ଆମେ ଏହି ଅଭିନେତ୍ରୀ ମାନଙ୍କର ରିଅଲ ଲାଇଫ ପୁଅ ମାନଙ୍କ ବିଷୟରେ କହିବୁ, ଯେଉଁମାନେ ଦେଖିବା ପାଇଁ ବହୁତ ହ୍ୟାଣ୍ଡସମ ଅଟନ୍ତି । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ରିଅଲ ଲାଇଫ ପୁଅ ମାନଙ୍କ ବିଷୟରେ ।

ଫରାହ ନାଜ

୮୦ ରୁ ୯୦ ଦଶକ ମଧ୍ୟରେ ଏହି ଅଭିନେତ୍ରୀ ଜଣକ ବଲିଉଡରେ ରାଜ୍ କରିଥିଲେ । ବଲିଉଡରେ ସେ ବହୁତ ଫିଲ୍ମ କରିଥିଲେ ଓ ତାଙ୍କର ପ୍ରାୟତଃ ଅଧିକାଂଶ ଫିଲ୍ମ ସୁପର ହିଟ ହୋଇଛି । ବର୍ତ୍ତମାନ ସେ ବଲିଉଡରୁ ଦୂରରେ ଥିଲେ ମଧ୍ୟ ତାଙ୍କ ଲୋକପ୍ରିୟତା କମି ନାହିଁ । ତାଙ୍କ ପୁଅର ନାମ ହେଉଛି ଫତେ ରନ୍ଧବା । ଫତେ ହେଉଛନ୍ତି ଫରାହଙ୍କ ପ୍ରଥମ ପତି ବିନ୍ଦୁ ତାରାଙ୍କ ପୁଅ । ଫତେ ବହୁତ ଶୀଘ୍ର ବଲିଉଡରେ ନଜର ଆସିବେ ।

ମିନାକ୍ଷୀ ସେଶାଦ୍ରି

ହିରୋ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ମିନାକ୍ଷୀଙ୍କୁ କିଏ ନ ଜାଣିଛି । ମିନାକ୍ଷୀ ନିଜ ଅଭିନୟ ସହ ନିଜ ସୁନ୍ଦରତା ପାଇଁ ମଧ୍ୟ ବହୁତ ଫେମସ ଅଟନ୍ତି । ମିନାକ୍ଷୀ ବହୁତ ଦମଦାର ଫିଲ୍ମରେ ଅଭିନୟ କରି ଲୋକମାନଙ୍କ ମନକୁ କିଣି ନେଇଥିଲେ । ଯଦି ଆମେ କଥା ହେବା ତାଙ୍କ ପୁଅ ବିଷୟରେ ତେବେ ଆମେ କହି ଦେଉଛୁ ତାଙ୍କ ପୁଅର ନାମ ହେଉଛି ଜୋସ ମେହେସୁର । ଯିଏ ବର୍ତ୍ତମାନ ବହୁତ ଛୋଟ ଅଛନ୍ତି । ଜୋସଙ୍କୁ ମଧ୍ୟ ଅଭିନୟ କରିବା ପାଇଁ ବହୁତ ଇଛା ଅଛି ।

ରତୀ ଅଗ୍ନିହୋତ୍ରୀ

୮୦ ଦଶକରେ ରତୀ ନିଜ ଦମଦାର ଅଭିନୟରେ ସମସ୍ତ ଲୋକଙ୍କ ମାନଙ୍କ ମନକୁ ଜିତି ନେଇଥିଲେ । ସେ ବଲିଉଡରେ ଗୋଟେ ପରେ ଗୋଟେ ହିଟ ଫିଲ୍ମ ଦେଇଥିଲେ । ତାଙ୍କ ପୁଅର ନାମ ହେଉଛି ତନୁଜ ବିରଭାନି । ବର୍ତ୍ତମାନ ତନୁଜ ବଲିଉଡର ଅଭିନେତା ରୂପେ କାମ କରୁଛନ୍ତି । ତନୁଜ ବହୁତ ହ୍ୟାଣ୍ଡସମ ଓ ଆକର୍ଷିତ ଦେଖାଯାନ୍ତି ।

ଭାଗ୍ୟଶ୍ରୀ

‘ମେନେ ପ୍ୟାର କିୟା’ର ମୁଖ୍ୟ ଅଭିନେତ୍ରୀ ଥିଲେ ଭାଗ୍ୟଶ୍ରୀ । ଏହି ଫିଲ୍ମଟି ଲୋକମାନଙ୍କୁ ବହୁତ ପସନ୍ଦ ହୋଇଥିଲା । ଲୋକମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥିଲେ । ବର୍ତ୍ତମାନ ମଧ୍ୟ ତାଙ୍କ ଲୋକ ପ୍ରିୟତା ବହୁତ ଅଧିକ । ତାଙ୍କ ପୁଅର ନାମ ହେଉଛି ଅଭିମନ୍ୟୁ ଦେଶାନୀ । ୨୦୧୯ରେ ‘ମର୍ଦ କୋ ଦର୍ଦ ନେହି ହୋତା’ ଫିଲ୍ମରେ ସେ ନିଜର ଡେବ୍ୟୁ କରିଥିଲେ ।

କିମି କାଟକର

ନିଜ ଫିଲ୍ମ ‘ଆଡଭେଞ୍ଚର ଅଫ ଟାଜନ’ କରି ସେ ବଲିଉଡରେ ନିଜ ପରିଚୟ ବିସ୍ତାର କରିଥିଲେ । ଲୋକମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥିଲେ । ତାଙ୍କ ପୁଅର ନାମ ହେଉଛି ଶାନ୍ତନୁ ସିୟରେ । ଶାନ୍ତନୁ ହେଉଛନ୍ତି ଫିଲ୍ମ ନିର୍ମାତା, ଯିଏ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଫିଲ୍ମ କରିସାରିଛନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ସବୁ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *